ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଷ୍ଟାର ଦମ୍ପତ୍ତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାରେ ନିକଟରେ ହାଇକୋର୍ଟ ଏକ ବଡ଼ ରାୟ ଦେଇଥିଲେ । ଗତ ମାସ ୨୧ ତାରିଖରେ ହାଇକୋର୍ଟ ଅନୁଭବଙ୍କୁ ଛାଡ଼ପତ୍ର ଆବେଦନ ପାଇଁ ଅନୁମତି ଦେଇଥିଲେ । କୋର୍ଟଙ୍କ ରାୟ ପରେ ଆଶ୍ୱସ୍ତି ପାଇଥିବା ଅନୁଭବ ତାଙ୍କର ଜନ୍ମଦିନକୁ ବଡ଼ ଧୂମଧାମରେ ପାଳନ କରିବା ସହିତ ନିଜର ଦ୍ୱିତୀୟ ବିବାହ ପାଇଁ ସମସ୍ତଙ୍କୁ ଆଗୁଆ ନିମନ୍ତ୍ରଣ ଦେଇଥିଲେ ।
ତେବେ ଏହା ମଧ୍ୟରେ ଷ୍ଟାର ଦମ୍ପତ୍ତିଙ୍କୁ ନେଇ ଏକ ଆସିଛି ନୂଆ ଅପଡେଟ୍ । ନୂଆ ବର୍ଷ ଅବସରରେ ଅନୁଭବଙ୍କୁ ଉପହାର ଦେଇଛନ୍ତି ବର୍ଷା । ଏନେଇ ଅନୁଭବ ସୋସିଆଲ ମିଡ଼ିଆରେ ପୋଷ୍ଟ ଶେୟାର କରିଛନ୍ତି । ଏହି ଗିଫ୍ଟ ପାଇବା ପରେ ଅନୁଭବ ଖୁସି ଜାହିର କରିବା ସହିତ ତାଙ୍କର ଆଶା ପୂରଣ ହୋଇଯାଇଛି । ଅନୁଭବ ଯାହା ଚାହୁଁଥିଲେ ଏବେ ତାହା ହିଁ ହୋଇଛି । ବର୍ଷ ବର୍ଷ ଧରି ଦୁହିଁଙ୍କର ପାରିବାରିକ ମାମଲା ବିଚାରାଧୀନ ରହିଥିବା ବେଳେ ଦୁହିଁଙ୍କର ବିଚ୍ଛେଦ ହୋଇ ପାରୁନାହିଁ ।
ତେବେ ନୂଆବର୍ଷରେ ବର୍ଷା ଦେଇଥିବା ଉପହାରକୁ ନେଇ ଅନୁଭବ ଆଶ୍ଚର୍ଯ୍ୟ ହେବେ କି ଖୁସି ଜାହିର କରିବେ କିଛି ବୁଝି ପାରୁନାହାନ୍ତି । ବର୍ଷା ପ୍ରିୟଦର୍ଶିନୀ କୁଆଡ଼େ ଅନୁଭବଙ୍କ ନାମରେ ଆଉ ଏକ ମିଥ୍ୟା ଅଭିଯୋଗକୁ ଯୋଡ଼ି ଦେଇଛନ୍ତି । ଯାହା ୨୦୨୪ରେ ଅନୁଭବଙ୍କ ପାଇଁ ହୋଇଛି ବର୍ଷାଙ୍କ ତରଫରୁ ବଡ଼ ଗିଫ୍ଟ । ବର୍ଷା ତାଙ୍କ ବିରୋଧରେ ପୁଣି ଥରେ ନୂଆ ମିଥ୍ୟା ଅଭିଯୋଗ କରିଥିବା ଅନୁଭବ କହିଛନ୍ତି । ବିଗତ ୪ ବର୍ଷ ହେଲା ଛାଡ଼ପତ୍ର ମାମଲା ଲଢ଼ି ଆସୁଥିବା ଅନୁଭବଙ୍କ ବିରୋଧରେ ବର୍ଷା ୨୦୨୪ରେ ପୁଣି ଏକ ମିଥ୍ୟ ଅଭିଯୋଗ କରିଛନ୍ତି । ତାହାକୁ ନେଇ ପୁଣି ଥରେ ଆଇନଗତ ଲଢ଼େଇ ଲଢ଼ିବାକୁ ପ୍ରସ୍ତୁତ ଥିବା ଅନୁଭବ କହିଛନ୍ତି । ତେବେ ବର୍ଷା କ’ଣ ଅଭିଯୋଗ କରିଛନ୍ତି ତାହା ଜଣାପଡ଼ିନାହିଁ ।