(Video) ‘ଓଃ ଭାଇ’, ବିରାଟଙ୍କ ଆଉଟକୁ ନେଇ ଅନୁଷ୍କା ଚିନ୍ତିତ, ଅଭିନେତ୍ରୀଙ୍କ ରିଆକ୍ସନ ଭାଇରାଲ

ବିରାଟ ହେଲେ ଆଉଟ୍‌, ଅନୁଷ୍କାଙ୍କ ରିଆକ୍ସନ ଭାଇରାଲ

ନୂଆଦିଲ୍ଲୀ: ଦିନିକିଆ କ୍ରିକେଟରେ ନିଜର ୩୦୦ତମ ମୁକାବିଲା ଖେଳୁଥିବା ବିରାଟ କୋହଲି ନ୍ୟୁଜିଲାଣ୍ଡ ବିପକ୍ଷ ଚାମ୍ପିୟନ୍ସ ଟ୍ରଫି ମ୍ୟାଚରେ ଫ୍ଲପ ହୋଇଯାଇଛନ୍ତି। ତାଙ୍କ ବ୍ୟାଟରେ ବାଜିଥିବା ବଲକୁ ଗ୍ଲେନ ଫିଲିପ୍ସ ଧରିପକାଇଥିଲେ।

ତାଙ୍କର ଏହି କ୍ୟାଚକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବିରାଟ କୋହଲି ଆଉଟ ହେବା ପରେ ମଇଦାନରେ ସମସ୍ତେ ନିରାଶ ହୋଇଛନ୍ତି।

କୋହଲିଙ୍କ ପତ୍ନୀ ଏବଂ ବଲିଏଡ ଅଭିନେତ୍ରୀ ଅନୁଷ୍କା ଶର୍ମା ମଧ୍ୟ ସେଠାରେ ଉପସ୍ଥିତ ଥିଲେ ଏବଂ ତାଙ୍କ ରିଆକ୍ସନ ଭାଇରାଲ ହେଉଛି। ଅନୁଷ୍କା ଶର୍ମାଙ୍କୁ ମଧ୍ୟ ବିଶ୍ୱାସ ହେଉନି ଏହା କିଭଳି କ୍ୟାଚ ଥିଲା।

ଅନୁଷ୍କା ନିଜ ହାତ ମଥାରେ ଦେଇ ଅଳ୍ପ ହସିଦେଇଛନ୍ତି, କିନ୍ତୁ ସେ ବହୁତ ଦୁଃଖିତ ନଜର ଆସୁଛନ୍ତି। ଏଥିରେ ଅନୁଷ୍କା ‘ଓଃ ଭାଇ’ କହୁଥିବାର ମଧ୍ୟ ନଜର ଆସିଛନ୍ତି।

ନିଜେ କୋହଲି ମଧ୍ୟ ବୁଝିପାରିନଥିଲେ ଯେ, ସେ କେମିତି କ୍ୟାଚ ଧରିଲେ। କୋହଲି ୧୧ ରନରେ ଆଉଟ ହୋଇଯାଇଛନ୍ତି। ସେ ଅଧିକ ରନ କରିବା ପ୍ରୟାସରେ ୱିକେଟ ଦେଇଛନ୍ତି।