fbpx

ଅନୁଷ୍କା-ବିରାଟଙ୍କ ୯ ମାସର ଝିଅକୁ ମିଳିଲା ଦୁଷ୍କର୍ମ ଧମକ

ମୁମ୍ବାଇ: ସୋସିଆଲ ମିଡିଆ ପ୍ଲାଟଫର୍ମରେ କିଛି ମନ୍ଦବୁଦ୍ଧି ଲୋକଙ୍କର ସାମ୍ନା କରିବାକୁ ପଡିଛି କ୍ରିକେଟ୍ ଷ୍ଟାର ବିରାଟ କୋହଲି ଏବଂ ପତ୍ନୀ ବଲିଉଡ ତାରକା ଅନୁଷ୍କାଙ୍କୁ । ନିନ୍ଦନୀୟ ଭରା ଧମକ ମିଳିଛି ୯ମାସର କୋମଳମତି ଶିଶୁ ଭାମିକାକୁ ।
ଟି-୨୦ବିଶ୍ୱକପ୍ ମ୍ୟାଚରେ ଟିମ୍ ଇଣ୍ଡିଆ ପ୍ରଥମ ଦିନରେ ହିଁ ବିରୋଧୀ ଦେଶ ପାକିସ୍ତାନଠାରୁ ପରାଜିତ ହୋଇଥିଲା । ଏହା ପରେ ସୋସିଆଲ ମିଡିଆରେ ଏକ ପ୍ରକାରର ଝଡ଼ ଆରମ୍ଭ ହୋଇଥିଲା । ଭାରତୀୟ ବୋଲର୍ ମହମ୍ମଦ ଶାମିଙ୍କୁ ସୋସିଆଲ ମିଡିଆରେ ଟାର୍ଗେଟ କରାଯାଇଥିଲା । କିଛି ୟୁଜରମାନେ ଶାମିଙ୍କ ଧର୍ମକୁ ନେଇ ଆକ୍ଷେପ କରି ଦେଶଦ୍ରୋହୀ ମଧ୍ୟ କହିଥିଲେ । ଅଧିନାୟକ ବିରାଟ କୋହଲି ଏପରି ଟ୍ରୋଲର୍ସ ମାନଙ୍କ ଉପରେ ଖୁବ୍ ବର୍ଷିଥିଲେ ଏବଂ ସେମାନଙ୍କୁ ଅତି ଦୁର୍ବଳ ବୋଲି ସମ୍ବୋଧନ କରି ନିନ୍ଦା କରିଥିଲେ । ବିରାଟଙ୍କର ଏଭଳି ଆକ୍ରୋଶ ଭରା ମନ୍ତବ୍ୟ ଟ୍ରୋଲର୍ସ ମାନଙ୍କୁ ପସନ୍ଦ ଆସିନଥିବା ବେଳେ ସେମାନେ ଏହାର ପ୍ରତିବଦଳରେ ତାଙ୍କ କୁନି ଝିଅକୁ ଗାଳି ଦେବା ସହ ଅସଭ୍ୟ ଟିପ୍ପଣୀ ଦେବାକୁ ପଛାଇ ନଥିଲେ । ଏପରିକି ରେପ ଭଳି ଅପରାଧର ଧମକ ମଧ୍ୟ ଦେଇଥିଲେ । ଏ ଦୁଷ୍କର୍ମ ସମ୍ବନ୍ଧୀତ ପୋଷ୍ଟକୁ ଆନ୍ଦ୍ରେ ବୋଗର୍ସ ସେୟାର କରିଥିଲେ ।

ଅନ୍ୟପଟେ କିଛି ୟୁଜର୍ସ ବିରାଟଙ୍କୁ ସମର୍ଥନ କରିଥିବା ଦେଖିବାକୁ ମିଳିଛି । ଜଣେ ୟୁଜର୍ସ ଲେଖିଛନ୍ତି, ଏଭଳି ନିମ୍ନସ୍ତରର ଲୋକ ପ୍ରଥମରୁ ହିଁ ଭାମିକାକୁ ଟ୍ରୋଲ କରିଆସୁଛନ୍ତି, ଏଥିରୁ ଆମ ଦେଶ କେଉଁ ସ୍ତର ଦେଇ ଗତି କରୁଛି ତାହା ସ୍ପଷ୍ଟ ବାରି ହେଉଛି । ଝିଅକୁ ସୋସିଆଲ ମିଡିଆରୁ ଦୂରରେ ରଖିଥିବା ନିଶ୍ଚିତ ରୂପେ ଅନୁଷ୍କା ଏବଂ ବିରାଟଙ୍କ ଏହା ଠିକ୍ ନିଷ୍ପତ୍ତି ଥିଲା ।

 

ଟ୍ରୋଲର୍ସଙ୍କ କ୍ରିକେଟ ଖେଳାଳୀଙ୍କ ପରିବାରକୁ ଟାର୍ଗେଟ କରିବା ଘଟଣା ପ୍ରଥମ ନୁହେଁ । ଏହା ପୂର୍ବରୁ ଧୋନୀଙ୍କ ଝିଅଙ୍କୁ ମଧ୍ୟ ଏପରି ଦୁଷ୍କର୍ମ ଧମକ ଦିଆଯାଇଥିଲା । ଆଇପିଏଲ୍ରେ ଫେଲ ହେବା ପରେ ଟ୍ରୋଲର୍ସ ମାନେ ଧୋନୀଙ୍କ ପତ୍ନୀ ସାକ୍ଷ୍ସୀଙ୍କୁ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ତାଙ୍କ ୫ ବର୍ଷର ଝିଅ ଜୀବାକୁ ଦୁଷ୍କର୍ମ ଧମକ ଦେଇଥିଲେ । ସେହି ସମୟରେ ଏହି ଘଟଣାକୁ ନିନ୍ଦା କରି ଅଭିନେତ୍ରୀ ନଗମା, ଦେଶରେ ଏହା ସବୁ କଣ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶ୍ନ କରିଥିଲେ ? ଏଭଳି ସୋସିଆଲ ମିଡିଆରେ ଦୁଷ୍କର୍ମ ଧମକ ଦେବା ମାମଲାରେ ଅଭିଯୋଗ ଭିତ୍ତିରେ ଏକ ନାବାଳକକୁ ପୋଲିସ ଧରିଥିଲା । ଅପରାଧୀ ଜଣକ ୧୬ ବର୍ଷର ହୋଇଥିବାବେଳେ ଏକାଦଶ ଶ୍ରେଣୀର ଛାତ୍ର ଥିଲେ । ପୋଲିସ ହାତରେ ଧରା ପଡିବା ପୂର୍ବରୁ ହିଁ ଉକ୍ତ ନାବାଳକ ଜଣକ ବିବାଦୀୟ କମେଣ୍ଟକୁ ସୋସିଆଲ ମିଡିଆରୁ ଡିଲିଟ କରି ଦେଇଥିଲା ।

 

Get real time updates directly on you device, subscribe now.