fbpx

ଅନୱର ଉଲ୍ ହକ୍ ହେବେ ପାକିସ୍ତାନର କେୟାରଟେକର ପ୍ରଧାନମନ୍ତ୍ରୀ , ଶାହବାଜ ସରିଫଙ୍କ ଇସ୍ତଫା ପରେ ନିଷ୍ପତ୍ତି

ଇସଲାମବାଦ: ପାକିସ୍ତାନରେ ସଂସଦ ଭଙ୍ଗାହେବା ସହିତ ବିଭିନ୍ନ ରାଜନୈତିକ ଘଟଣାମାନ ଘଟିବାରେ ଲାଗିଛି । ଏହାରି ମଧ୍ୟରେ ସଂସଦରେ ବିରୋଧୀ ଦଳର ନେତା ରାଜା ରିୟାଜ କହିଛନ୍ତି ଅନୱର ଉଲ୍ ହକ୍ କାକରଙ୍କୁ ପାକିସ୍ତାନର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବରେ ଚୟନ କରାଯାଇଛି ।

ପିଏମଓ ଅଫିସରୁ ଜାରି ଏକ ପ୍ରେସ ବିଜ୍ଞପ୍ତି ଅନୁସାରେ ପୂର୍ବ ପ୍ରଧାନମନ୍ତ୍ରୀ ଶାହବାଜ ଓ ସଂସଦର ବିପକ୍ଷ ଦଳର ନେତା ରାଜା ରିୟାଜ ଅନୱର ଉଲ୍ ହକଙ୍କୁ କାର୍ଯ୍ୟବାହକ ପ୍ରଧାନମନ୍ତ୍ରୀ ରୂପରେ ନିଯୁକ୍ତ କରିବା ନେଇ ରାଷ୍ଟ୍ରପତି ଅରିଫ୍ ଅଲଭୀଙ୍କୁ ପ୍ରସ୍ତାବ ପଠାଇଛନ୍ତି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ବାହାରେ ରିୟାଜ ଏ ବିଷୟରେ ସୂଚନା ଦେଇଥିଲେ ।

ଏହା ପୂର୍ବରୁ ଶାହବାଜ ସରିଫ କହିଥିଲେ କେୟାରଟେକର ପ୍ରଧାନମନ୍ତ୍ରୀଙ୍କ ନାମ ଶନିବାର ସୁଦ୍ଧା ସ୍ଥିର ହୋଇଯିବ । ରାଷ୍ଟ୍ରପତି ୧୨ ଅଗଷ୍ଟ ସୁଦ୍ଧା ତାଙ୍କୁ ଓ ବିରୋଧୀ ନେତା ରାଜା ରିୟାଜଙ୍କୁ କେୟାରଟେକର ପ୍ରଧାନମନ୍ତ୍ରୀ ବାଛିବାକୁ ପ୍ରସ୍ତାବ ଦେଇଥିଲେ । ସେ କହିଛନ୍ତି ଏହି ମାମଲାରେ ଶେଷ ନିଷ୍ପତ୍ତି ନେବା ପୂର୍ବରୁ ମେଣ୍ଟ ସହଯୋଗୀଙ୍କ ବିଶ୍ୱାସ ବି ଜିତିବାକୁ ପଡିବ ।

 

Get real time updates directly on you device, subscribe now.