ଆର୍ମୀ ଆର୍ଡିନେନ୍ସ କର୍ପ୍ସରେ ବିଭିନ୍ନ ବିଭାଗ ପାଇଁ ଆବେଦନ ନିମନ୍ତ୍ରଣ

ନୂଆଦିଲ୍ଲୀ– ଆର୍ମୀ ଅର୍ଡିନାନ୍ସ କର୍ପସ ବ୍ୟାପକ ନିଯୁକ୍ତି ସୁଯୋଗ ଆଣିଛି । ଏଓସିରେ ମ୍ୟାଟେରିଆଲ ଆସିଷ୍ଟାଣ୍ଟ, ଜୁନିଅର ଅଫିସ ଆସିଷ୍ଟାଣ୍ଟ, ସିଭିଲ ମୋଟର ଡ୍ରାଇଭର, ଟେଲି ଅପରେଟର ଗ୍ରେଡ-୨, ଫାୟାର ମ୍ୟାନ, କାର୍ପେଣ୍ଟର, ପେଣ୍ଟର, ଡେକୋରେଟର, ଏମଟିଏସ, ଟ୍ରେଡ୍ସମ୍ୟାନ ମେଟ ସମେତ ବହୁ ପଦ ପାଇଁ ଆବେଦନ ଆମନ୍ତ୍ରଣ କରାଯାଇଛି । ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହେବା ପରେ ଯୋଗ୍ୟ ଓ ଇଛୁକ ଆଶାୟୀ ୨୧ ଦିନ ଭିତରେ ନାମ ପଞ୍ଜିକରଣ କରିପାରିବେ । ଏହି ଅନଲାଇନ ଆବେଦନ ଡିସେମ୍ବର ୨ରୁ ଆରମ୍ଭ ହୋଇ ୨୨ ଡିସେମ୍ବର ଯାଏ ଚାଲିବ ।

ଏଓସିରେ ବାହାରିଥିବା ପଦବୀରେ ମ୍ୟାଟେରିଆ ଆସିଷ୍ଟାଣ୍ଟ ପାଇଁ ୧୦ ସାଧାରଣ ବର୍ଗ, ଇଡବ୍ଲୁଏସ ୧, ଓବିସିରେ ୫, ଏସସିରେ ୨, ଏସଟି ପାଇଁ ୧ ଓ ଇଏସଏମ ପାଇଁ ୧ଟି ପଦ ବାହାରିଛି ।

ସେହିପରି ଜୁନିୟର ଅଫିସ ଆସିଷ୍ଟାଣ୍ଟ ପଦ ପାଇଁ ସାଧାରଣ ବର୍ଗରେ ୧୨, ଇଡବ୍ଲୁଏସରେ ୨, ଓବିସିରେ ୭, ଏସସି-୪, ଏସଟି-୨, ଇଏସଏମରେ ୨ ଓ ପିଡବ୍ଲୁବିଡି-୧ ପଦ ପାଇଁ ଆବେଦନ ନିମନ୍ତ୍ରଣ କରାଯାଇଛି ।

ସିଭିଲ ମୋଟର ଡ୍ରାଇଭର ପଦ ପାଇଁ ସାଧାରଣ ବର୍ଗରେ ୩ ଓ ଓବିସିରେ ୧ ପଦ ବାହାରିଛି ।

ଟେଲି ଅପରେଟର ଗ୍ରେଡ୨ ପଦ ପାଇଁ ସାଧାରଣ ବର୍ଗ ପାଇଁ -୭, ଇଡବ୍ଲୁଏସ-୧, ଓବିସି-୩, ଏସଏସ-୧୮, ଇଏସଏମ-୨୪, ପିଡବ୍ଲୁବିଡି ପାଇଁ ୯ ପଦ ବାହାରିଛି ।

କାର୍ପେଣ୍ଟର ଓ ଜଏନର ପଦରେ ଜେନେରାଲ ବର୍ଗ ପାଇଁ ୫ ପଦ, ଓବିସି-୧, ଏସସି-୧ ପଦ ପାଇଁ ଆବେଦନ ଆହ୍ୱାନ କରାଯାଇଛି ।
ଏମଟିଏସରେ ସାଧାରଣ ବର୍ଗ ପାଇଁ ୭, ଇଡବ୍ଲୁଏସ-୧, ଓବିସି-୨, ଏସସି-୧ ଓ ଇଏସଏମ-୧ ପଦ ବାହାରିଛି ।

ଟ୍ରେଡ୍ସମାନ ମେଟରେ ଜେନେରାଲ ପାଇଁ ୧୫୯, ଇଡବ୍ଲୁଏସ- ୩୮, ଓବିସି-୧୦୫, ଏସସି-୫୮, ଏସଟି-୨୯, ଇଏସଏମ-୩୮, ପିଡବ୍ଲୁବିଡି-୧୫ ପଦ ପାଇଁ ଆବେଦନ ଆହ୍ୱାନ କରାଯାଇଛି ।

https://Aocrecruitment.govt.in

ଏହି ସବୁ ଚାକିରିରେ ସପ୍ତମ ବେତନ କମିଶନ ଲେବଲ ୫ ଅନ୍ତର୍ଗତ ୨୯,୨୦୦ରୁ ୯୨,୩୦୦ ଟଙ୍କା ଯାଏଁ ଦରମା ସୁବିଧା ରହିଛି । ଏହି ଚାକିରି ପାଇଁ ବୟସ ସୀମା ୧୮ରୁ ୨୭ ରଖା ଯାଇଛି । ବିଭିନ୍ନ ପଦ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ରହିଛି । ଯଦି ସ୍ଥଳସେନାରେ ଏହି ପଦ ପାଇଁ ଇଛା ରଖିଥିବେ ତେବେ ଆଫିସିଆ ୱେବସାଇଟ https://Aocrecruitment.govt.in ଭିଜିଟ କରି ସବିଶେଷ ତଥ୍ୟ ସଂଗ୍ରହ କରନ୍ତୁ ।