fbpx

ଗର୍ଭବତୀ ହେବା ବ୍ୟତୀତ ବି ବିଳମ୍ବରେ ହୋଇପାରେ ପିରିୟଡ଼୍: ଜାଣନ୍ତୁ ଏହାର କାରଣ

ଠିକ୍ ସମୟରେ ପିରିୟଡ୍ ନହେବାରୁ ମହିଳାଙ୍କ ମାନସିକ ସମସ୍ୟା ବଢ଼ିଯାଏ । ପିରିୟଡ ବିଳମ୍ବ ହେବାର କାରଣ ସବୁବେଳେ ଗର୍ଭଧାରଣ ସହ ଜଡ଼ିତ ହୋଇଥାଏ । ପ୍ରତ୍ୟେକ ମହିଳାଙ୍କ ପିରିୟଡ ଚକ୍ର ଅଲଗା ହୋଇଥାଏ । କାହାର ୨୫ ଦିନରେ ତ’ କାହାର ୨୨ ଦିନରେ ପରିୟଡ ହୋଇଥାଏ । ଯଦି ପିରିୟଡ ୩୦ରୁ ୩୫ ଦିନ ପର୍ଯ୍ୟନ୍ତ ନଆସେ, ତେବେ ବୁଝାଯାଆନ୍ତୁ କି ଏହା କୌଣସି ରୋଗର ସଙ୍କେତ । ଗର୍ଭଧାରଣ ବ୍ୟତୀତ ଯଦି ପିରିୟଡ ବିଳମ୍ବରେ ହେଉଛି, ତେବେ ଏହାର ଅନେକ କାରଣ ରହିଛି ।

ବେଳେବେଳେ ଅତ୍ୟଧିକ ମେଡିସିନ୍ ଖାଇବାକରୁ ପିରିୟଡ ସମୟରେ ଅନିୟମିତା ଦେଖାଦେଇଥାଏ । ହରମୋନାଲ ଅସନ୍ତୁଳନ ମଧ୍ୟ ଏଥିପାଇଁ ଦାୟୀ ବୋଲି ବିବେଚନା କରାଯାଇପାରେ । ଗର୍ଭାବସ୍ଥା ବ୍ୟତୀତ ଅନ୍ୟ କେଉଁ କାରଣଗୁଡିକ ଯୋଗୁଁ ପିରିୟଡ ବିଳମ୍ବରେ ହୋଇଥାଏ, ଆସନ୍ତୁ ଜାଣିବା…

ଗର୍ଭନିରୋଧକ ମେଡିସିନର ଅତ୍ୟଧିକ ସେବନ:-
ଅନେକ ମହିଳା ଅଧିକ ମାତ୍ରାରେ ଗର୍ଭନିରୋଧକ ମେଡିସିନ୍ ଖାଇଥାନ୍ତି, ଯାହା ପିରିୟଡ ବିଳମ୍ବରେ ହେବାର କାରଣ ହୋଇଥାଏ । ଗର୍ଭନିରୋଧକ ମେଡିସିନ୍ ନିୟମିତ ଖାଇବା ଦ୍ୱାରା ଶରୀରରୁ ନ୍ୟାଚୁରାଲ ହରମୋନ୍ ଚକ୍ର ପ୍ରଭାବିତ ହୋଇଥାଏ, ଯାହା ଫଳରେ ପିରିୟଡ ବିଳମ୍ବରେ ହୋଇପାରେ । ୨୧ ଦିନ ପର୍ଯ୍ୟନ୍ତ ଲଗାତାର ଗର୍ଭନିରୋଧକ ମେଡିସିନ୍ ଖାଇବା ଦ୍ୱାରା ଗର୍ଭାଶୟରେ ଏହାର ସ୍ତର ବଢ଼ିଯାଏ, ଯେଉଁ କାରଣରରୁ ପିରିୟଡ ଅନିୟମିତ ହୋଇଥାଏ ।

ଅଧିକ ଚାପରେ ରହିବା:-
ଇମୋସନାଲ ଚାପ ମସ୍ତିଷ୍କର ସେହି କ୍ଷେତ୍ର ଉପରେ ପ୍ରଭାବ ପକାଇଥାଏ, ଯାହା ପିଟୁଇଟା ଗ୍ରନ୍ଥିକୁ ନିୟନ୍ତ୍ରଣ କରିଥାଏ । ସେମାନେ ଡିମ୍ବାଣୁର ହରମୋନ୍ ନିୟନ୍ତ୍ରଣ କରନ୍ତି । ଅତ୍ୟଧିକ ଚାପ ହେତୁ ହରମୋନରେ ପରିବର୍ତ୍ତନ ଆରମ୍ଭ ହୁଏ, ଯାହା ପିରିୟଡକୁ ବିଳମ୍ବ କରାଇଥାଏ । ଏହି ଅବସ୍ଥା ଚାପର ସ୍ତର ଉପରେ ନିର୍ଭର କରେ ।

ଶରୀରର ଓଜନରେ ପରିବର୍ତ୍ତନ :-
ଓଜନ କମିବା ବା ବଢ଼ିବା ଦ୍ୱାରା ପିରିୟଡ ବିଳମ୍ବ ହୋଇପାରେ । ଅଚାନକ୍ ଓଜନ କମିବା ଦ୍ୱାରା ଡିମ୍ବାଣୁ ଉପରେ ପ୍ରଭାବ ପଡ଼ିଥାଏ । ସେହପିରି ଓଜନ ବଢ଼ିବା ଦ୍ୱାରା ମଧ୍ୟ ସମାନ ପ୍ରଭାବ ପଡ଼ିଥାଏ । ଉଭୟ କ୍ଷେତ୍ରରେ ଶରୀରର ହରମୋନ୍ ଅସନ୍ତୁଳିତ ହୋଇଯାଏ, ଯେଉଁ କାରଣରୁ ପିରିୟଡର ଅବଧି ଅନିୟମିତ ହୋଇପାରେ ।

Get real time updates directly on you device, subscribe now.