ଖୁବଶୀଘ୍ର ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନର ବାଟ ଫିଟିବ, ରାଜସ୍ୱ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: ଖୁବଶୀଘ୍ର ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ ହେବାର ବାଟ ଫିଟିବ। ଫାଇଲ ପ୍ରୋସେସିଂ ସହ ଚୂଡ଼ାନ୍ତ ପ୍ରକ୍ରିୟାରେ ରହିଛି। ପୂର୍ବ ସରକାର ଏହି ସମସ୍ୟାର ସମାଧାନ ଜାଣିଥିଲେ, କିନ୍ତୁ ସେ ସମାଧାନ କରିନାହାନ୍ତି ବୋଲି ରାଜସ୍ୱ ମନ୍ତ୍ରୀ ପୂର୍ବତନ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏଥିପାଇଁ ଲୋକେ ହଇରାଣ ହେଲେ ବୋଲି ସେ କହିଛନ୍ତି।

ରାଜସ୍ୱ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଏଥିପାଇଁ ହଜାର ହଜାର କୋଟିର କ୍ଷତି ହୋଇନଥାଆନ୍ତା। ଏନେଇ ସୂଚନା ଜାରି କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।

ପାର୍ଟପ୍ଲଟ୍ ବିକ୍ରି ପାଇଁ ହଟିଲା କଟକଣା। ଯେଉଁମାନେ ପ୍ଲଟିଂ କରି ବିକ୍ରି କରୁଥିଲେ, ସେମାନେ ଲେ ଆଉଟ୍ ପସ୍ତୁତ କରିବାକୁ ପଡ଼ିବ। ବିକ୍ରି ପାଇଁ ରାସ୍ତା ମଧ୍ୟ ଛାଡ଼ିବାକୁ ପଡ଼ିବ।ସୂଚନାନୁଯାୟୀ, କୃଷି ଜମି ଉପରେ ସମସ୍ତ କଟକଣା ମଧ୍ୟ ହଟିଛି। ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଜାରି କରିଛନ୍ତି।