fbpx

୬-୧୨ ବର୍ଷର ପିଲାଙ୍କୁ କୋଭାକ୍ସିନ ଟୀକା ପାଇଁ ସୁପାରିଶ: ଖୁବ ଶୀଘ୍ର ଆରମ୍ଭ ହୋଇପାରେ ଟୀକାକରଣ

ନୂଆଦିଲ୍ଲୀ: ପୁଣି କିଛି ଦିନରୁ ବଢୁଛି କରୋନା କେସ । ପ୍ରତିଦିନ ଦେଶରେ ୨ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଜି ଏହି ଟ୍ରେଣ୍ଡ ୪ ଦିନରେ ପହଞ୍ଚିଛି । ଫଳରେ କରୋନା ବିପକ୍ଷ ଟୀକାକରଣ ଉପରେ ପୁଣି ବଢିଛି ଗୁରୁତ୍ୱ । ଯବୁବର୍ଗଙ୍କୁ ଟୀକାକରଣ ଜାରି ରହିଥିବା ବେଳେ ଏବେ ଛୋଟ ପିଲାଙ୍କୁ ଟୀକା ଦେବା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି ।

ଗତକାଲି ଏହି ବର୍ଗର ପିଲାମାନଙ୍କୁ କୋର୍ବାଭାକ୍ସ ଟୀକା ପ୍ରଦାନ ପାଇଁ ଅନୁମୋଦନ ମିଳିଥିବା ପରେ ଏବେ ପିଲାମାନଙ୍କୁ କୋଭାକ୍ସିନ ଟୀକା ଦେବା ପାଇଁ ସୁପାରିଶ କରିଛନ୍ତି ସବଜେକ୍ଟ ଏକ୍ସପର୍ଟ କମିଟି । ଏବେ ଏହି ସୁପାରିଶକୁ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆର ଗ୍ରୀନ ସିଗନାଲକୁ ହିଁ ଅପେକ୍ଷା । ବର୍ତ୍ତମାନ ୧୨ରୁ ୧୪ ବର୍ଷର ପିଲାମାନଙ୍କୁ ସରକାରୀ କେନ୍ଦ୍ରରେ କୋର୍ବାଭାକ୍ସ ଆରବିଡି ଟୀକାକରଣ କରାଯାଉଛି । ଏବେ ଛୋଟ ପିଲାମାନଙ୍କୁ କୋର୍ବାଭାକ୍ସ ଏବଂ କୋଭାକ୍ସିନ ଟୀକା ପ୍ରଦାନ ପାଇଁ ଗାଇଡଲାଇନ ପ୍ରସ୍ତୁତ କରୁଛନ୍ତି NTAGI ।

ଗତ ୨୧ ଏବଂ ୨୨ ତାରିଖରେ ହୋଇଥିବା ବୈଠକ ପରେ ପିଲାମାନଙ୍କୁ କୋଭାକ୍ସିନ ଟୀକା ଦେବା ପାଇଁ ସବଜେକ୍ଟ ଏକ୍ସପର୍ଟ କମିଟି ସୁପାରିଶ କରିଛନ୍ତି । ଗତ ୧୧ ଅକ୍ଟୋବରରେ ସେଣ୍ଟ୍ରାଲ ଡ୍ରଗ କଣ୍ଟ୍ରୋଲ ଅର୍ଗାନାଇଜେସନ ୨-୧୮ ବର୍ଷୀୟ ପିଲାଙ୍କୁ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି ।

Get real time updates directly on you device, subscribe now.