fbpx

ଅଧିକ ମଦ୍ୟପାନ କରିବାକୁ ଯୁବକମାନଙ୍କୁ ନିବେଦନ! ସରକାର ଘୋଷଣା କଲେ ଏହି ଖାସ୍ ପୁରସ୍କାର

ନୂଆଦିଲ୍ଲୀ: ମଦ୍ୟପାନ ଏକ ଖରାପ ଅଭ୍ୟାସ, ଯାହାକୁ ଛଡ଼ାଇବାକୁ ପରିବାର ସଦସ୍ୟ କିଛି ବି କରିବାକୁ ପଛାନ୍ତି ନାହିଁ । ଏପରି ବି କୁହାଯାଏ ଯେ ମଦ ଏକ ଖରାପ ପାନୀୟ, ଏହାକୁ ପିଇବା ଉଚିତ୍ ନୁହେଁ । କିନ୍ତୁ ଏପରି ଏକ ସ୍ଥାନର ଖୁଲାସା ହୋଇଛି, ଯେଉଁଠାରେ ମଦ୍ୟପାନ କରିବାକୁ ନିବେଦନ କରାଯାଉଛି । ଶୁଣିକି ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଏହି ଖାସ୍ ସ୍ଥାନ ଜାପାନରେ ରହିଛି, ଯେଉଁଠାରେ ସରକାର ଯୁବପିଢ଼ିଙ୍କୁ ଅଧିକ ମଦ୍ୟପାନ କରିବାକୁ ନିବେଦନ କରୁଛନ୍ତି ।

ଜାପାନର ବର୍ତ୍ତମାନର ପିଢ଼ି ସେମାନଙ୍କ ପିତାମାତା, ବୟସ୍କ କିମ୍ବା ପିତୃପୁରୁଷଙ୍କ ଅପେକ୍ଷା କମ୍ ମଦ୍ୟପାନ କରୁଛନ୍ତି । ଏହି କାରଣରୁ ମଦ୍ୟପାନ ଉପରେ ଟିକସ ହ୍ରାସ ପାଇଛି । ଯଦି ରାଜସ୍ୱ ହ୍ରାସ ହୁଏ, ତେବେ ଜାପାନ ସରକାର ଭବିଷ୍ୟକୁ ନେଇ ଚିନ୍ତାରେ ପଡିଯିବେ । ନାଗରିକମାନଙ୍କୁ ମଦ ଯୋଗାଇବା ପାଇଁ ସରକାର ଏକ ବିଜନେସ୍ ଆଇଡିଆ ମାଗିଛନ୍ତି । ଜାତୀୟ ପ୍ରତିଯୋଗିତା ମାଧ୍ୟମରେ ସରକାର ଏହି ଆଇଡିଆ ଲୋଡିଛନ୍ତି ।

ଏହି ପ୍ରତିଯୋଗିତାରେ ପୁରସ୍କାର ଯୋଜନା ମଧ୍ୟ ରଖାଯାଇଛି । ସରକାରଙ୍କ ମତରେ, ଯୁବ ପିଢ଼ି ଅଧିକ ମଦ୍ୟପାନ କରିବା ଦ୍ୱାରା ଜାପାନର ଅର୍ଥନୀତି ବୃଦ୍ଧି ପାଇବ । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣକାରୀମାନଙ୍କୁ ଅଧିକ ମଦ୍ୟପାନ, ଆକର୍ଷଣୀୟ ବ୍ରାଣ୍ଡିଂ ଏବଂ ଶିଳ୍ପଗୁଡିକର ପ୍ରୋତ୍ସାହନ ବିଷୟରେ ମୁଖ୍ୟ ଧାରଣା ଦେବାକୁ ପଡିବ ।

Get real time updates directly on you device, subscribe now.