fbpx

(VIDEO) ପାହାଡ଼ରୁ ୩୦୦ ଫୁଟ ତଳକୁ ଖସିଲା କାର; ମୃତ୍ୟୁ ମୁଖରୁ ବଞ୍ଚାଇଲା iphone 14

ଆଜିକାଲି ଦେଶ ତଥା ରାଜ୍ୟରେ ସଡକ ଦୁର୍ଘଟଣା ମାମଲା ବଢିବାର ଲାଗିଛି । ପ୍ରତ୍ୟେକ ଦିନ ଏହି ଦୁର୍ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ମଧ୍ୟ ହେଉଛି । ତେବେ ସେହିପରି ଏକ ଭୟଙ୍କର ସଡକ ଦୁର୍ଘଟଣାର ଶିକାର ହୋଇଥିବା ଜଣେ ଦମ୍ପତ୍ତି ତାଙ୍କ ଫୋନ ପାଇଁ ଅର୍ଥାତ ଆଇଫୋନ ୧୪ ପାଇଁ ନିଜ ଜୀବନ ଫେରିପାଇଛନ୍ତି । ତେବେ କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ଏକ ସତ୍ୟ ଘଟଣା । ସେହି ଦମ୍ପତ୍ତି ମୃତ୍ୟୁମୁଖରୁ ଫେରୁଥିବାର ଭିଡିଓ ମଧ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ତେବେ କାଲିଫୋର୍ନିାର ଟେକ୍ କମ୍ପାନୀ ଏପଲ ଲାଟେଷ୍ଟ ଆଇଫୋନ ଲାଇନଅପରେ କିଛି ଜରୁରୀକାଳିନ ଫିଚର ଦେଇଛି । ଯାହାକି ଅସୁବିଧା ସମୟରେ ୟୁଜର୍ସଙ୍କ କାମରେ ଆସିବ । ତେବେ ଏହି ଲାଟେଷ୍ଟ ଆଇଫୋନ ଡିଭାଇସରେ ଥିବା କ୍ରସ ଡିଟେକ୍ଟସନ ଏବଂ ଏମରଜନ୍ସି ଏସଓଏସ ଭାୟା ସାଟେଲାଇଟ୍ ଫିଚର ସାହାର୍ଯ୍ୟରେ ଅସୁବିଧାରେ ପଡିଥିବା ଯୁଜର୍ସଙ୍କ ସ୍ଥାନକୁ ଚିହ୍ନଟ କରିଥାଏ । ଏହାପରେ ସେମାନଙ୍କୁ ସମୟ ଥାଉ ଥାଉ ଉଦ୍ଧାର କରିଥାଏ । ଯାହାକି ଦୁର୍ଘଟଣାର ଶିକାର ହୋଇଥିବା ଏହି ଦମ୍ପତ୍ତିଙ୍କ ନିକଟରେ ଦେଖିବାକୁ ମିଳିଛି । ଫଳରେ ଉଭୟଙ୍କ ଜୀବନ ବଞ୍ଚି ଯାଇଛି ।

ତେବେ କାଲିଫୋର୍ନିଆର ଏଁଜାଲିସ ଜଙ୍ଗଲରେ ଯାଉଥିବା ବେଳେ ଜଣେ ଦମ୍ପତ୍ତିଙ୍କ କାର ନିୟନ୍ତ୍ରଣ ହରାଇ ପାହାଡ଼ରୁ ୩୦୦ ଫୁଟ ତଳକୁ ଖସି ପଡିଥିଲା । ଫଳରେ ସେହି ସମୟରେ ଦମ୍ପତ୍ତି ବ୍ୟବହାର କରୁଥିବା ଆଇଫୋନ ୧୪ର ଜରୁରୀ କାଳିନ ଫିଚର ଆପେ ଆପେ ଆକ୍ଟିଭ୍ ହୋଇଗଲା ଏବଂ ଏସଓଏସ ଭାୟା ସାଟେଲାଇଟ ଫିଚର ସାହାଯ୍ୟରେ ଏହା ଏପଲ ରିଲେ ସେକ୍ଟରୁ ଏକ ମେସେଜ ପଠାଇଲା । ଏହାପରେ ରିଲେ ସେକ୍ଟର କର୍ମଚାରୀମାନେ ତୁରନ୍ତ ସ୍ଥାନୀୟ ବିଭାଗକୁ ସୂଚନା ଦେବା ସହ ଦମ୍ପତ୍ତିଙ୍କୁ ସାହାଯ୍ୟକରିବା ପାଇଁ ଦୁର୍ଘଟଣା ସ୍ଥଳକୁ ଏକ ହେଲିକ୍ୟାପଟର ଫଠାଇଥିଲେ । ଯାହାଫଳରେ ସମୟ ଥାଉ ଥାଉ ଦମ୍ପତ୍ତିଙ୍କୁ ଉଦ୍ଧାର କରାଯିବା ସହ ସେମାନଙ୍କ ଜୀବନ ବଞ୍ଚି ପାରିଲା । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ତେବେ ଆଇଫୋନ ୧୪ରେ ଥିବା ଏହି ଜରୁରୀକାଳିନ ଫିଚର ସମସ୍ତ ଦେଶରେ ଉବଲବ୍ଧ ନଥିବା ବେଳେ ମାତ୍ର କିଛି ଦେଶରେ ଏହା କାର୍ଯ୍ୟକାରୀ କରୁଛି । ତେବେ ଏହି ଫିଚର ଆମେରିକା, କାନାଡା, ଫ୍ରାନ୍ସ, ର୍ଜମାନୀ, ଆୟରଲ୍ୟାଣ୍ଡ, ଏବଂ ୟୁକେରେ ଉପଲବ୍ଧ ହେଉଛି । ତେବେ ହେି ଫିଚରକୁ ପୁରୁଣା ଆଇଫୋନ ମଡେଲର ଅଂଶ ମଧ୍ୟ କରାଯିବା ସହ ଏହା ଅନ୍ୟ ଦେଶରେ ମଧ୍ୟ ଉପଲବ୍ଧ ହେବ । ତେବେ ଏହି ଫିଚର ମୋମାଇଲ ନେଟୱାର୍କ ନଥିବା ସତ୍ତେ୍ୱ କାର୍ଯ୍ୟ କରିବ ।

Get real time updates directly on you device, subscribe now.