fbpx

ଏଣିକି ଛୋଟ ପିଲା ବି ବ୍ୟବହାର କରିପାରିବେ Apple ୱାଚ, କମ୍ପାନୀ ଲଞ୍ଚ କଲା ନୂଆ ଫିଚର

ନୂଆଦିଲ୍ଲୀ: ଆପଲ ଛୋଟ ପିଲାଙ୍କ ପାଇଁ ଏକ ନୂଆ ଫିଚର ଭାରତରେ ଲଞ୍ଚ କରିଛି । ଫିଚରର ନାମ ହେଉଛି ‘Apple Watch For Your Kids’। ଏହି ଫିଚର ଆପଲ ୱାଚରେ ମିଳିବ, ଯେଉଁଠାରେ ମାଆ-ବାପା ୱାଚକୁ ସେଟ କରି ଶିଶୁଙ୍କୁ ପିନ୍ଧାଇପାରିବେ ।

ଏହି ଫିଚରକୁ ଆପଲ ୱାଚରେ ସେଟ କରିବା ପରେ ଶିଶୁ ସେହି ସମସ୍ତ ସର୍ଭିସେଜର ମଜା ନେଇପାରିବ, ଯାହାକି ବଡ଼ ଲୋକ ନିଅନ୍ତି, ଯେପରିକି କଲ କରିବା, ମେସେଜ କରିବା, ଆଇଫୋନର ଫେମସ ଭଏସ ଆସିଷ୍ଟାଣ୍ଟ ସିରି ସହ ମଧ୍ୟ କଥାବର୍ତ୍ତା କରିପାରିବେ । ସେହିପରି ଏମର୍ଜେନ୍ସି ଏସଓଏସ ସର୍ଭିସ ମଧ୍ୟ ବ୍ୟବହାର କରିପାରିବେ ।

ଅବିଭାବକ ନିଜ ଆଇଫୋନରୁ ଆଇ ୱାଚକୁ କନେକ୍ଟ କରିପାରିବେ । ୱାଚ ଅବଶ୍ୟ ଶିଶୁଙ୍କ ପାଖରେ ଥିବ ହେଲେ ତାର ସମସ୍ତ କଣ୍ଟ୍ରୋଲ ପ୍ୟାରେଣ୍ଟସଙ୍କ ପାଖରେ ରହିବ । ସବୁଠାରୁ ଖାସ କଥା ହେଉଛି ଯେ, ୱାଚ ଯୋଗୁଁ ପ୍ୟାରେଣ୍ଟସମାନେ ଜାଣିପାରିବେ ତାଙ୍କ ଶିଶୂ କୁଆଡେ ଯାଉଛି, ତାହାର ଲୋକେସନ ସେୟାର କରିପାରିବ । ଏଥିରେ ଶିଶୁଙ୍କୁ ଏହାର ଆପେଲ ଆଇଡି ଏବଂ ଫୋନ ନମ୍ବର ମିଳିବ ।

ଛୁଆମାନେ ସ୍କୁଲରେ ଡିଷ୍ଟର୍ବ ନହେବା ପାଇଁ ଏଥିରେ ସ୍କୁଲଟାଇମ ମୋଡ ଦିଆଯାଇଛି । ଏହି ମୋଡ ଅଟୋମେଟିକାଲି ବା ପ୍ୟାରେଣ୍ଟସଙ୍କ ଦ୍ୱାରା ସେଟ କରାଯାଇଥାଏ । ଏହି ମୋଡ ବାକି ଆପର ଆକ୍ସେସକୁ ରେଷ୍ଟ୍ରିକ୍ଟ କରିଦେଇଥାଏ ଏବଂ ଡୁ ନଟ ଡିଷ୍ଟର୍ବକୁ ଆକ୍ଟିଭେଟ କରିଦେଇଥାଏ । ତେବେ ଯଦି ଆପଣ ଶିଶୁଙ୍କଠାରେ ୟେଲୋ ସର୍କଲ ଦେଖାଯାଉଛି ତେବେ ଆପଣ ଜାଣିନେବା ଉଚିତ ଯେ, ସ୍କୁଲଟାଇମ ମୋଡ ଆକ୍ଟିଭ ଅଛି ।

Get real time updates directly on you device, subscribe now.