fbpx

NHAIରେ ଖାଲି ରହିଛି ଏତିକି ଡେପୁଟୀ ମ୍ୟାନେଜର ପଦ; ମିଳିବ ୧.୭ ଲକ୍ଷ ଦରମା

ନୂଆଦିଲ୍ଲୀ: ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ (ଏନଏଚଏଆଇ) ରେ ଡେପୁଟୀ ମ୍ୟାନେଜର ପଦବୀ ପାଇଁ ଅନଲାଇନ ଆବେଦନ କରିବାର କାଲି ହେଉଛି ଶେଷ ତାରିଖ । ଇଚ୍ଛୁକ ପ୍ରାର୍ଥୀ ଏବଂ ଯୋଗ୍ୟ ଆଶାୟୀ ଯେଉଁମାନେ ଏପର୍ଯ୍ୟନ୍ତ ଆବେଦନ କରିନାହଁନ୍ତି, ତେବେ ସେମାନେ ଅଫିସିଆଲ ୱେବସାଇଟ recruitment.nta.nic.in କିମ୍ବା nhai.gov.in କୁ ଯାଇ ଆବେଦନ କରିପାରିବେ ।

ଆବେଦନ କରିବାର ଶେଷ ତାରିଖ ହେଉଛି ୨୯ ନଭେମ୍ବର । ଡେପୁଟୀ ମ୍ୟାନେଜର (ଫାଇନାନ୍ସ ଏବଂ ଆକାଉଣ୍ଟ୍ସ) ରେ ୧୭ ପଦବୀ ଖାଲି ରହିଛି । ଏହା ସହ ସଂରକ୍ଷଣ ମଧ୍ୟ ରହିଛି । ଆଶାୟୀ ପ୍ରାର୍ଥୀ କୌଣସି ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କମର୍ସ ଗ୍ରାଜୁଏଟ୍ କିମ୍ବା ଚାଟାର୍ଡ ଆକାଉଣ୍ଟାଟ, କିମ୍ବା ମ୍ୟାନେଜମେଣ୍ଟ ଆକାଉଣ୍ଟ କିମ୍ବା ବିଜନେସ ଆଡମିନିଷ୍ଟ୍ରେସନରେ ଡିଗ୍ରୀ କରିଥିବା ଆବଶ୍ୟକ । ଏହା ସହ କୌଣସି ପ୍ରତିଷ୍ଠିତ ସଂଗଠନରେ ଫାଇନାନ୍ସ କିମ୍ବା ଆକାଉଣ୍ଟ ସେବାରେ ୬ ମାସ ରହିଥିବା ଦରକାର । ଆଶାୟୀଙ୍କ ପାଇ ବୟସ ସୀମା ୩୫ ବର୍ଷ ରହିଛି । କମ୍ପ୍ୟୁଟର ଆଧାରିତ ସିବିଟି ଦ୍ୱାରା ପରୀକ୍ଷା ଆଧାରରେ ଆଶାୟୀ ଚୟନ କରାଯିବ ।

ଏହାଛଡ଼ା ଏହି ଲିଙ୍କରେ କ୍ଲିକ କରି ସିଧାସଳଖ ଏହି ପଦ ପାଇଁ ଆବେଦନ କରିପାରିବେ । https://testservices.nic.in/examsys21/Root/Home.aspx?enc=WPJ5WSCVWOMNiXoyyomJgIK0cli8xmZfVwgJey4P33yf7v9Q70D9mqy95xyDnv6j

ସଂପୂର୍ଣ୍ଣ ବିବରଣୀ ପାଇଁ ଏହି ଲିଙ୍କରେ ଦେଖିପାରିବେ । https://nhai.gov.in/nhai/sites/default/files/vacancy_files/Vacancy-Circular-of-Dy-Manager-in-NHAI.pdf

Get real time updates directly on you device, subscribe now.