ବି.ଏଡ୍‍ ପାଇଁ ସ୍ପଟ୍‍ ନାମଲେଖା ଆବେଦନ ପ୍ରକ୍ରିୟା: ୧୯ରେ ପ୍ରକାଶ ପାଇବ ମେଧା ତାଲିକା

ଭୁବନେଶ୍ୱର : ସ୍ନାତକ, ସ୍ନାତକୋତ୍ତର ଏବଂ ଦୁଇବର୍ଷିଆ ବି.ଏଡ୍‍ ଏବଂ ଏମ୍‍.ଏଡ୍‍ ପାଠ୍ୟକ୍ରମରେ ସ୍ପଟ୍‍ ନାମଲେଖା ଆବେଦନ ପ୍ରକ୍ରିୟା ଗତକାଲି ଶେଷ ହୋଇଛି । ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ମହାବିଦ୍ୟାଳୟଗୁଡ଼ିକରେ ୭୦ ହଜାର ୪୨୦ଟି ସ୍ନାତକ ପାଠ୍ୟକ୍ରମରେ, ୭ ହଜାର ୫୮୪ଟି ସ୍ନାତକୋତ୍ତର ପାଠ୍ୟକ୍ରମରେ ସିଟ୍‍ ଖାଲି ପଡ଼ିଛି ।

ସେହିଭଳି ବି.ଏଡ୍‍ ଏବଂ ଏମ୍‍.ଏଡ୍‍ ଓ ବିଏଚ୍‍.ଏଡ୍‍ ପାଠ୍ୟକ୍ରମରେ ୫୬ଟି ସିଟ୍‍ ଖାଲି ପଡ଼ିଥିବା ଜଣାପଡ଼ିଛି । ଏହି ସିଟ୍‍ଗୁଡ଼ିକ ପୂରଣ ପାଇଁ ମେଧା ତାଲିକା ଆସନ୍ତା ୧୯ ତାରିଖ ଦିନ ପ୍ରକାଶ ପାଇବ । ୨୧ ତାରିଖରୁ ନାମଲେଖା ଆରମ୍ଭ ହୋଇ ୨୮ ତାରିଖ ସୁଦ୍ଧା ଶେଷ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ନାମଲେଖା ଶେଷ ହେବାପରେ ଶିକ୍ଷାନୁଷ୍ଠାନଗୁଡ଼ିକ ସାମ୍‍ସ ଇ ସ୍ପେସ୍‍ରେ ନାମଲେଖା ସଂକ୍ରାନ୍ତ ତଥ୍ୟ ଦାଖଲ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି ।