fbpx

ଓଡ଼ିଶା ସରକାରଙ୍କ ଆଣିଲେ ନିଯୁକ୍ତି ସୁଯୋଗ: ଆସନ୍ତା ୨୯ ପୂର୍ବରୁ ଆବେଦନ କରନ୍ତୁ

ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ପ୍ରାର୍ଥୀଙ୍କୁ ସିଆରପି- ସିଏମ, ମାଷ୍ଟର ବୁକ କିପର ଓ ବ୍ୟାଙ୍କ ମିତ୍ର ଆଦି ପଦରେ ନିଯୁକ୍ତି ଦିଆଯିବ । ଏଥିପାଇଁ ମେ ମାସ ୧୨ ତାରିଖରୁ ୨୯ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ସେମାନଙ୍କର ଆବେଦନ ପତ୍ର ଅଫଲାଇନ ମୋଡ଼ରେ ପଠାଇ ପାରିବେ । ଚଳିତ ବର୍ଷ ଫେବୃଆରୀ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ଯୋଗ୍ୟତା ୧୮ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ ।

ବଲାଙ୍ଗିର ବ୍ଲକ ଲେବଲ ଫେଡେରେସନ (ବିଏଲଏଫ) ଅଫିସ ମୟୂରଭଞ୍ଜ ପକ୍ଷରୁ ଏହି ନିଯୁକ୍ତି ସୁଯୋଗ ଆସିଛି । ମୋଟ ୭୫ଟି ପଦ ପାଇଁ ବିଜ୍ଞାପନ ବାହାରିଛି । ସିଆରପି- ସିଏମ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଦଶମ, ଏମବିକେ ପାଇଁ ଦ୍ୱାଦଶ ଓ ବ୍ୟାଙ୍କ ମିତ୍ର ପାଇଁ ଦ୍ୱାଦଶ / ଇଣ୍ଟରମିଡିଏଟ୍ ରହିଥିବା ଆବଶ୍ୟକ । ପ୍ରତ୍ୟେକ ପଦ ପାଇଁ ଦରମା ଅଲଗା ଅଲଗା ରହିଛି ।

ଏଥିପାଇଁ ଆବେଦନ କରିବାକୁ ହେଲେ ପ୍ରାର୍ଥୀ ଜଣେ ମହିଳା ସ୍ୱୟଂ ସହାୟିକା (ଏସଏଚଜି) ସଦସ୍ୟା ହେବା ସହ ସେ ଓଡ଼ିଆ ଭାଷାରେ ଲେଖିବା ଓ ପଢ଼଼ିବା ଭଲଭାବେ ଜାଣିଥିବେ । ସେ ସ୍ଥାନୀୟ ଭାଷା ଜାଣିବା ସହିତ ତାଙ୍କର ସର୍ବନିମ୍ନ ବୟସ ଯୋଗ୍ୟତା ୧୮ ବର୍ଷ ହୋଇଥିବା ଆବଶ୍ୟକ । ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସେମାନଙ୍କର ଆବେଦନ ଫର୍ମ ଡାଉନଲୋଡ୍ କରିପାରିବେ । ଏଥିସହିତ ପ୍ରାର୍ଥୀମାନେ ଜିପିଏଲଏଫ / ବିଏଲଏଫ ଅଫିସରୁ ମଧ୍ୟ ଫର୍ମ ପାଇ ପାରିବେ । ଆସନ୍ତା ୨୯ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ସେମାନଙ୍କ ଫର୍ମ ଉପଯୁକ୍ତ ଠିକଣାରେ ପଠାଇ ପାରିବେ ।

ନୋଟିଫିକେସନ ଲିଙ୍କ: https://cdn.s3waas.gov.in/s3e1e32e235eee1f970470a3a6658dfdd5/uploads/2023/05/2023051251.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://mayurbhanj.nic.in/

Get real time updates directly on you device, subscribe now.