fbpx

ପୁଣିଥରେ ଦୁନିଆର ସବୁଠାରୁ ଲୋକପ୍ରିୟ ନେତା ହେଲେ PM ମୋଦୀ, ଜାଣନ୍ତୁ କେତେ ନମ୍ବରରେ ଅଛନ୍ତି ମେଲୋନୀ

ନୂଆଦିଲ୍ଲୀ: ୪ ଜୁନ ପରେ ବିରୋଧୀ ଦଳର ଲୋକେ ଗୁଜବ ପ୍ରସାରିତ କରିଥିଲେ ଯେ, ପିଏମ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା କମିଗଲାଣି । ହେଲେ ଜୁନର ଦ୍ୱିତୀୟ ସପ୍ତାହରେ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ପୁଣିଥରେ ବଢିଯାଇଛି । ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ପିଏମ ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ ଇଟାଲୀ ଯାଇଛନ୍ତି । ଇଟାଲୀ ସେହି ଦେଶ ଯେଉଁଠାରେ ରାହୁଲ ଗାନ୍ଧୀଙ୍କ ସିଧାସଳଖ ସଂପର୍କ ରହିଛି । ଯେଉଁଠାରେ ସୋନିଆ ଗାନ୍ଧୀଙ୍କର ଜନ୍ମ ହୋଇଥିଲା । କିନ୍ତୁ ବର୍ତ୍ତମାନ ସେହି ଇଟାଲୀରେ ପିଏମ ନରେନ୍ଦ୍ର ମୋଦୀଙ୍କର ଜବରଦସ୍ତ ଚର୍ଚ୍ଚା ହେବାରେ ଲାଗିଛି ।

ନରେନ୍ଦ୍ର ମୋଦୀ ନେସନାଲ ରାଙ୍କିଙ୍ଗରେ ଭାରତବାସୀଙ୍କ ସବୁଠାରୁ ଲୋକପ୍ରିୟ ନେତା । ସେହିପରି ୨୫ ଜଣ ଇଣ୍ଟରନେସନାଲ ରାଙ୍କିଙ୍ଗରେ ନରେନ୍ଦ୍ର ମୋଦୀ ଏହି ସମୟରେ ମଧ୍ୟ ଟପ ରେ ଅଛନ୍ତି । ନେସନାଲ ଲେବଲରେ ଗତବର୍ଷ ମୋଦୀଙ୍କ ଆପ୍ରୁଭାଲ ରେଟିଙ୍ଗ ୬୦-୬୭% ମଧ୍ୟରେ ଅଛି । ଫେବୃଆରୀ ୨୦୨୪ରେ ଯେତେବେଳେ ନିର୍ବାଚନ ହୋଇନଥିଲା ମୋଦୀ ୭୫ ପ୍ରତିଶତରେ ପହଞ୍ଚିଥିଲା । ଏହା ପୂର୍ବରୁ ଠିକ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ନେସନାଲ ଆପ୍ରୁଭାଲ ରେଟିଙ୍ଗ ୭୦ ପ୍ରତିଶତରେ ପହଞ୍ଚିଥିଲା ।

ତେବେ ୪ ଜୁନରେ ନିର୍ବାଚନ ଫଳାଫଳ ପରେ ଆସିଥିବା ଇଣ୍ଟରନେସନାଲ ଆପ୍ରୁଭାଲ ରେଟିଂରେ ନରେନ୍ଦ୍ର ମୋଦୀ ୭୦ ପ୍ରତିଶତର ଆପ୍ରୁଭାଲ ରେଟିଂ ସହ ନଂ-୧ ସ୍ଥାନ ପୋଜିସନରେ ଅଛନ୍ତି । ଏହି ତୁଳନାରେ ଇଟାଲୀର ପ୍ରଧାନମନ୍ତ୍ରୀ ଜିୟୋର୍ଜିୟା ମେଲୋନୀ ୪୨ ପ୍ରତିଶତ ଆପ୍ରୁଭାଲ ରେଟିଙ୍ଗ ସହ ନବମ ସ୍ଥାନରେ ଅଛନ୍ତି ।

ସେହିପରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୩୭ ପ୍ରତିଶତ ରେଟିଙ୍ଗ ସହ ଦ୍ୱାଦଶ ସ୍ଥାନ ଅଧିକାର କରିଛନ୍ତି । କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିସ ଟ୍ରୁଡୋ ୩୦ ପ୍ରତିଶତ ରେଟିଙ୍ଗ ସହ ୧୭ତମ ସ୍ଥାନରେ ଅଛନ୍ତି । ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକ ୨୫ ପ୍ରତିଶତ ଆପ୍ରୁଭାଲ ରେଟିଙ୍ଗ ସହ ୨୧ତମ ସ୍ଥାନ ଅଧିକାର କରିଛନ୍ତି ।

Get real time updates directly on you device, subscribe now.