fbpx
BSKY
BJD MC SKY
BJD MS SKY

(Video) ଏପଟେ ଟେକ୍ସଟ କଲେ ଅନ୍ୟପଟେ ପ୍ରସ୍ତୁତ ହୋଇଯିବ ଭିଡିଓ, Google ଆଣିଲା ଏପରି ଫିଚର ଦେଖିଲେ ହେବନି ବିଶ୍ୱାସ

ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ୨୦୨୩ ବର୍ଷ ଆରମ୍ଭରୁ ହିଁ ବଜାରରେ ପ୍ରଚଳନ ହୋଇଥିଲା । ବର୍ଷ ସାରା ଅନେକ ଟୁଲ୍ସ ଏବଂ ପ୍ରୋଜେକ୍ଟ ସାମ୍ନାକୁ ଆସିଛି । ଗୁଗୁଲ ଏବଂ ମାଇକ୍ରୋସଫ୍ଟ ପରି ବହୁ ବଡ଼ କମ୍ପାନୀମାନ ଏଆଇରେ ବହୁ ଇନଭେଷ୍ଟ ମଧ୍ୟ କରୁଛି । ଗୁଗୁଲ ନିଜର ବହୁ ଟୁଲ୍ସକୁ ଗତ ବର୍ଷ ଲଞ୍ଚ କରିଛି । ବର୍ତ୍ତମାନ କମ୍ପାନୀ ନୂଆ ବର୍ଷରେ ନିଜ ଲାଟେଷ୍ଟ ଏଆଇ ମଡେଲ LUMIEREକୁ ଲଞ୍ଚ କରିଛି । ଏହି ଏଆଇ ମଡେଲ ଏକ ଖାସ ଶୈଳୀରେ କ୍ରିଏଟିଭ ଭିଡିଓ ପ୍ରସ୍ତୁତ କରୁଥିବା ମଡେଲକୁ ଲଞ୍ଚ କରିଛି । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ..

ଯଦି ଆପଣ ଭିଡିଓଜ କରୁଛନ୍ତି ତେବେ ଆପଣଙ୍କ କାମ ବହୁ ସହଜ ହେବାକୁ ଯାଉଛି । ଗୁଗୁଲର LUMIERE AI ମଡେଲ ଆପଣଙ୍କୁ ବହୁତ ସାହାଯ୍ୟ କରିବ । ଏହି ଟୁଲ୍ସ ମାଧ୍ୟମରେ ୟୁଜର୍ସ ଏକ ମିନିଟରେ କ୍ରିଏଟିବ ପ୍ରସ୍ତୁତ କରିପାରିବେ । ଏଥିପାଇଁ ୟୁଜର୍ସଙ୍କୁ ପ୍ରମ୍ପଟ ଦେବାକୁ ପଡିବ । ବାସ ଏତିକି କରିବା ପରେ ଆପଣଙ୍କ ସାମ୍ନାରେ ଭିଡିଓ ଆସିଯିବ । କିନ୍ତୁ ଏହା ସାମସ୍ତଙ୍କ ପାଇଁ ଉପଲବ୍ଧ ହେବନି । ଏହା ଉପରେ ବର୍ତ୍ତମାନ କାମ ଚାଲିଛି । ଆଶା କରାଯାଉଛି ଯେ, ଏହି ଟୁଲ୍ସ ଖୁବ ଶିଘ୍ର ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇଯିବ ।

LUMIERE ଏଥିପାଇଁ ଖାସ କାରଣ ଏହା ମାଧ୍ୟମରେ ୟୁଜର୍ସ କେବଳ ଟେକ୍ସଟ ଲେଖି ଭିଡିଓଜ କ୍ରିଏଟ କରିପାରିବେ । ଏହି ଆର୍ଟିଫିସିଆଲ ଟୁଲ୍ସ ଟେକ୍ସଟ-ଟୁ –ଭିଡିଓ କନବର୍ଜନ ଦୁଇଟିରେ ସିମଲେସ ପଦ୍ଧତିରେ କାମ କରିଥାଏ । ଆପଣ LUMIEREକୁ ଲେଖି ପ୍ରମ୍ପଟ ଦେଇପାରିବେ ବା ଇମେଜ ଇନପୁଟ ଦେଇପାରିବେ । ଏହି ଦୁଇଟି ସ୍ଥିତିରେ ଆପଣଙ୍କୁ ଏକ ବଢିଆ କ୍ରିଏଟିଭ ଭିଡିଓ ପ୍ରସ୍ତୁତ କରି ଏହା ଦେବ । ଏହାକୁ ନେଇ କମ୍ପାନୀ ଏକ୍ସରେ ଏକ ଭିଡିଓ ସେୟାର କରିଛି ।

Get real time updates directly on you device, subscribe now.