fbpx

ଆଗାମୀ ନିର୍ବାଚନ ଲଢ଼ିବେ ନାହିଁ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର

ଭୁବନେଶ୍ୱର: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳର ପ୍ରସ୍ତୁତି ଜୋରଦାର ଚାଲିଛି । ଏଥିମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ବଲାଙ୍ଗିର କଂଗ୍ରେସ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଆଗାମୀ ନିର୍ବାଚନ ଲଢ଼ିବେ ନାହିଁ । ଏହା ସହ ସେ ରାଜନୀତି ଛାଡ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଆଗାମୀ ୫ ତାରିଖରେ ଆରମ୍ଭ ହେଉଛି ବିଧାନସଭା ନିର୍ବାଚନ । ଏହି ଅଧିବେଶନରେ ପ୍ରସଙ୍ଗ ଉଠାଯିବା ନେଇ ସେ ଲୋକଙ୍କ ସହ ଆଲୋଚନା କରିବାକୁ ବଲାଙ୍ଗୀରର ଏକ ଘରୋଇ ହୋଟେଲରେ ଦରବାର ଡାକିଥିଲେ । ଏଥିରେ ନରସିଂହ ଘୋଷଣା କରିଛନ୍ତି, ବିଧାୟକ ହିସାବରେ ଏହା ହେଉଛି ତାଙ୍କ ଶେଷ ଜନତା ଦରବାର । ସେ ଆଉ ନିର୍ବାଚନ ଲଢିବେ ନାହିଁ କିନ୍ତୁ ରାଜନୀତି କରିବେ ବୋଲି କହିଛନ୍ତି ନରସିଂହ ।

Get real time updates directly on you device, subscribe now.