fbpx

ଅରବାଜଙ୍କ ବାହୁରେ ପତ୍ନୀ ଶୁରା, କପଲଙ୍କ ରୋମାନ୍ସ ଜିତିଲା ଫ୍ୟାନ୍ସଙ୍କ ଦିଲ

ଓଡିଶା ଭାସ୍କର: ଅରବାଜ ଖାନ ନିଜ ସହଧର୍ମିଣୀ ପତ୍ନୀ ଶୁରା ଖାନ୍‌ଙ୍କ ସହ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚେଣ୍ଟଙ୍କ ଶୁଭ ଆଶୀର୍ବାଦ ଉତ୍ସବରେ ଯୋଗ ଦେଇଥିଲେ । ସେଠାରେ ଏହି କପଲ ମେଚିଂ ଆଉଟଫିଟରେ ନଜର ଆସିଥିଲେ । ସୋସିଆଲ ମିଡିଆରେ ଏହି ଲୁକର କେତେକ ଫଟୋ ସେୟାର କରିଛନ୍ତି ଅରବାଜ ।

ଅରବାଜ ନିଜର ଏହି ରୋମାଣ୍ଟିକ ଫଟୋକୁ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରି ଫ୍ୟାନ୍ସଙ୍କ ଦିଲକୁ ଘାଇଲା କରିଛନ୍ତି । ଉଭୟ ବ୍ଲାକ ଆଉଟଫିଟରେ ପୂରା ଫିଟ୍ ଲାଗୁଛନ୍ତି । ଉଭୟଙ୍କ ଲବ ରୋମାନ୍ସ ଦେଖି ଫ୍ୟାନ୍‌ସ କହୁଛନ୍ତି ୱାଓ… । ଶୁରା ଏହି ଫଟୋରେ କଳା ରଙ୍ଗର ଶାଢୀରେ ସୌନ୍ଦର୍ଯ୍ୟତାର ସୀମା ଟପିଛନ୍ତି । ତାହାସହ ସେ ଡାଇମଣ୍ଡ ନେକଲେସ ପିନ୍ଧିଛନ୍ତି । ଯାହା ତାଙ୍କୁ ହଟ ଆଣ୍ଡ ବୋଲ୍ଡ ଲୁକ ପ୍ରଦାନ କରୁଛି ।

ସାଧାରଣତଃ ପୈପରାଜୀଙ୍କୁ ଦେଖି ପଳାଉଥିବା ଶୁରା ଖାନ ଏହି ଫଟୋରେ ଗୋଟିଏରୁ ବଳି ଗୋଟିଏ ପୋଜ ଦେଉଛନ୍ତି । ଯାହା ଉପରେ ଫ୍ୟାନ୍ସ ବି ଢେରସାରା ଭଲପାଇବା ଦେଉଛନ୍ତି । ସେପଟେ ଅରବାଜ ମଧ୍ୟ ସମାନ ରଙ୍ଗର ଡ୍ରେସ ପିନ୍ଧି ପତ୍ନୀଙ୍କୁ ଜାବୁଡି ଧରି କିସ କରୁଛନ୍ତି । ସେ ବ୍ଲାକ ପାଇଜାମା କୁର୍ତ୍ତା ସହ ମେଚିଙ୍ଗ ଜ୍ୟାକେଟ ପରିଧାନ କରିଛନ୍ତି ।

Get real time updates directly on you device, subscribe now.