ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ଘରେ ଇଡ଼ିର ଚଢ଼ାଉ, ସତ୍ୟବିହାର ସ୍ଥିତ G+2 ବିଲ୍ଡିଂକୁ ଆଟାଚ୍ କଲା ଇଡି

୨୦୨୨ ଅର୍ଥ କାରବାର ମାମଲାରେ ଘାଣ୍ଟୁଛି ଇଡି।

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ଘରେ ଇଡ଼ିର ଚଢ଼ାଉ। ୨୦୨୨ ଅର୍ଥ କାରବାର ମାମଲାରେ ଘାଣ୍ଟୁଛି ଇଡି। ଅର୍ଚ୍ଚନା ନାଗ ଇଡିର ନିର୍ଦ୍ଦେଶ ଅବମାନନା କରିଥିବା ସୂଚନା ମିଳିଛି।

ଇଡିର ନିର୍ଦ୍ଦେଶ ଅବମାନନା ପରେ ଇଡି ଅର୍ଚ୍ଚନା ନାଗଙ୍କ ଘର ସିଜ୍ କରିପାରେ। ଏବେ ଘରର ଆସବାବପତ୍ର ଯାଞ୍ଚ କରୁଛି ଇଡି। ଏପରିକି ନାଗଙ୍କ ଘରକୁ ଆଟାଚ୍ କରିଛି ଇଡି।

ସତ୍ୟବିହାରରେ ଥିବା G+2 ବିଲ୍ଡିଂକୁ ଆଟାଚ୍ କଲା ଇଡି। ଯଦି ଦେଖିବା ୨୦୨୨ ମସିହାରେ ଅର୍ଚ୍ଚନା ନାଗଙ୍କ ମନି ଲଣ୍ଡରିଂ ମାମଲା ସାମ୍ନାକୁ ଆସିଥିଲା। ସେତେବେଳେ ବି ଅର୍ଚ୍ଚନା ନାଗଙ୍କ ଘରେ ପଶିଥିଲା ଇଡି।

ଆଉ ଏବେ ଇଡିର ନିର୍ଦ୍ଦେଶ ଅବମାନନା କରିଥିବା ନେଇ ସୂଚନା ମିଳିଛି। ଯାହା ଫଳରେ ମନି ଲଣ୍ଡରିଂ ଆକ୍ଟ ୨୦୦୨ ଆଧାରରେ ପଦକ୍ଷେପ ନେଇଛି ଇଡି।

ଯଦି ଦେଖିବା ପୂର୍ବରୁ ଘର ଛାଡ଼ିବା ପାଇଁ ଅର୍ଚ୍ଚନା ନାଗଙ୍କୁ ଇଡି ନିର୍ଦ୍ଦେଶ ଦେଇଥିଲା। ହେଲେ ଇଡିର ନିର୍ଦ୍ଦେଶକୁ ନମାନି ଘର ନଛାଡ଼ି ସେହି ଘରେ ରହି ଆସୁଥିଲେ ଅର୍ଚ୍ଚନା। ତେଣୁ ଏବେ ସେହି ଘରକୁ ସିଲ୍ କରିପାରେ ଇଡି।