fbpx

ନିର୍ବାଚନରେ ବ୍ୟାଙ୍କ ଖୋଲା ନା ବନ୍ଦ? ଜାଣନ୍ତୁ ବିଭିନ୍ନ ରାଜ୍ୟରେ କ’ଣ କହୁଛି ରିଜର୍ଭ ବ୍ୟାଙ୍କର ନିୟମ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆଜି ଭୋଟଗ୍ରହଣ ଆରମ୍ଭ ହୋଇଛି । ଆଜି ୨୧ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୧୦୨ଟି ଆସନ ପାଇଁ ଭୋଟିଂ ପ୍ରକ୍ରିୟା ଜାରି ରହିଛି । ତେବେ ଏହି ଭୋଟ୍ ସମୟରେ ଅନେକ ଲୋକଙ୍କ ମନରେ ପ୍ରଶ୍ନ ରହିଛି ଯେ, ନିର୍ବାଚନ ସମୟରେ ବ୍ୟାଙ୍କ ଖୋଲା ରହିଛି କି ନାହିଁ । ତେବେ ଆସନ୍ତୁ ଜାଣି ରଖିବା କେଉଁଠି ବ୍ୟାଙ୍କ ଖୋଲା ରହିଛି ଏବଂ କେଉଁ ସ୍ଥାନ ପାଇଁ ବନ୍ଦ ରହିଛି ବ୍ୟାଙ୍କ । ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଏପ୍ରିଲ ୧୯ ତାରିଖରେ ବିଭିନ୍ନରାଜ୍ୟରେ ବ୍ୟାଙ୍କ ବନ୍ଦ ରହିଛି ।

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ବ୍ୟାଙ୍କ ହଲିଡେ କ୍ୟାଲେଣ୍ଡର ଅନୁସାରେ, ସାଧାରଣ ନିର୍ବାଚନ-୨୦୨୪ ଯୋଗୁଁ ଅରୁଣାଚଳ ପ୍ରଦେଶର ଅଗରତାଲା, ଆଇଜୋଲ, ଚେନ୍ନାଇ, ଦେହରାଦୁନ, ଇମ୍ଫାଲ, ଇଟାନଗର, ଜୟପୁର, କୋହିମା, ନାଗପୁର ଏବଂଶଲିଂ ଇତ୍ୟାଦି ସ୍ଥାନରେ ସାର୍ବଜନିକ ତଥା ପ୍ରାଇଭେଟ ବ୍ୟାଙ୍କ ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ତେବେ ବ୍ୟାଙ୍କ ସେବା ବନ୍ଦ ରହିଥିଲେ ମଧ୍ୟ ଗ୍ରାହକ ଏହାର ଅନଲାଇନ ସେବା ପାଇପାରିବେ । ଡିଜିଟାଲ ବ୍ୟାଙ୍କିଙ୍ଗରେ ନିର୍ବାଚନ ଏବଂ ମତଦାନ ପାଇଁ କୌଣସି ପ୍ରଭାବ ପଡ଼ିବ ନାହିଁ । ଜରୁରୀକାଳୀନ ଟ୍ରାଞ୍ଜାକ୍ସନ ପାଇଁ ବ୍ୟାଙ୍କର ୱେବସାଇଟ, ମୋବାଇଲ ଆପ୍ କିମ୍ବା ପେଟିଏମ ଜରିଆରେ ନିଜ କାମ କରିପାରିବେ ଗ୍ରାହକ ।

ପ୍ରଥମ ପର୍ଯ୍ୟାୟରେ ତାମିଲନାଡୁରେ ସମସ୍ତ ଆସନ ପାଇଁ ଭୋଟିଂ ହେବା ସହିତ ଆହୁରି ଅନ୍ୟରାଜ୍ୟରେ ମଧ୍ୟ ସମସ୍ତ ଆସନ ପାଇଁ ଭୋଟିଂ କରାଯାଉଛି । ଏହି ତାଳିକାରେ ଉତ୍ତରାଖଣ୍ଡ(୫), ଅରୁଣାଚଳ ପ୍ରଦେଶ(୨), ମେଘାଳୟ(୨), ଆଣ୍ଡାମାନ-ନିକୋବର ଦ୍ୱୀପ ସମୂହ(୧), ମିଜୋରାମ(୧), ନାଗାଲାଣ୍ଡ(୧), ପୁଡୁଚେରୀ(୧), ସିକିମ(୧) ଏବଂ ଲକ୍ଷାଦ୍ୱୀପ(୧) ଇତ୍ୟାଦି ସାମିଲ ରହିଛି । ଏହାବ୍ୟତୀତ ରାଜସ୍ଥାନରେ ୧୨, ଉତ୍ତର ପ୍ରଦେଶରେ ୮, ମଧ୍ୟ ପ୍ରଦେଶରେ ୬ଟି ଆସନ ପାଇଁ ମତଦାନ ହେଉଥିବା ବେଳେ ଆସାମ ଓ ମହାରାଷ୍ଟ୍ରର ୫ଟି ଲେଖାଏଁ ଆସନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ସେହିପରି ବିହାରର ୪, ପଶ୍ଚିମବଙ୍ଗରେ ୩, ମଣିପୁରରେ ୨ ଏବଂ ତ୍ରିପୁରା, ଜମ୍ମୁ କାଶ୍ମୀର ଓ ଛତିଶଗଡ଼ରେ ଗୋଟିଏ ଲେଖାଏଁ ସିଟ୍ ଉପରେ ମତଦାନ କରୁଛନ୍ତି ଦେଶର ସଚେତନ ନାଗରିକ ।

Get real time updates directly on you device, subscribe now.