fbpx

‘ମତାଧିକାରର ପ୍ରୟୋଗ କରୁନ୍ତୁ, ଭୋଟିଙ୍ଗର ନୂଆ ରେକର୍ଡ ସୃଷ୍ଟି କରନ୍ତୁ’ , ଭୋଟରଙ୍କୁ ନିବେଦନ କଲେ PM ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ସାରା ଦେଶର ମତଦାତାମାନଙ୍କୁ ଭୋଟ ପାଇଁ ନିବେଦନ କରିଛନ୍ତି । ସେ ଲୋକମାନଙ୍କୁ ନିବେଦନ କରି କହିଛନ୍ତି ଯେ, ବହୁ ସଂଖ୍ୟାରେ ଭୋଟ ଦିଅନ୍ତୁ ଏବଂ ଭୋଟିଙ୍ଗର ଏକ ନୂଆ ରେକର୍ଡ ସୃଷ୍ଟି କରନ୍ତୁ । ଦେଶର ୨୧ଟି ରାଜ୍ୟରେ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଲୋକସଭା ସିଟରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେଉଛି । ଏହା ବ୍ୟତୀତ ଅରୁଣାଞ୍ଚଳ ପ୍ରଦେଶ ଏବଂ ସିକ୍କିମ ପରି ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ହେଉଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଲୋକତନ୍ତ୍ରର ସବୁଠୁ ବଡ଼ ଉତ୍ସବ ଆଜିଠାରୁ ଆରମ୍ଭ ହେଉଛି । ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟର ମତଦାନରେ ୨୧ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ସିଟ ପାଇଁ ଭୋଟ ଦିଆଯିବ । ଏହି ସମସ୍ତ ସିଟରେ ଭୋଟରମାନଙ୍କୁ ମୋର ଅନୁରୋଧ ଯେ, ନିଜ ମତାଧିକାରର ପ୍ରୟୋଗ ଅବଶ୍ୟ କରନ୍ତୁ ଏବଂ ଭୋଟିଙ୍ଗର ନୂଆ ରେକର୍ଡ ତିଆରି କରନ୍ତୁ । ପ୍ରଥମ ଥର ପାଇଁ ଭୋଟ ଦେଉଥିବା ମୋର ଯୁବ ବନ୍ଧୁମାନଙ୍କୁ ମୋର ବିଶେଷ ନିବେଦନ ଯେ, ବହୁ ସଂଖ୍ୟାରେ ଭୋଟ ଦିଅନ୍ତୁ । ଗଣତନ୍ତ୍ରରେ ପ୍ରତ୍ୟେକ ଭୋଟ ମୂଲ୍ୟବାନ ଅଟେ ଏବଂ ପ୍ରତ୍ୟେକ ସ୍ୱରର ମହତ୍ତ୍ୱ ରହିଛି ।’

Get real time updates directly on you device, subscribe now.