fbpx

(Video) ଦୋକାନରୁ ଅଣ୍ଡା ଚୋରାଉଥିଲେ ଏହି ମହିଳା, ଦେଖନ୍ତୁ କିପରି ତାଙ୍କୁ ଧରିନେଲେ ଦୋକାନୀ, ଆଉ ତା’ ପରେ..

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହେଉଛି । ଖାସ କରି ଚୋରି ଘଟଣା ଗୁଡ଼ିକର ସିସିଟିଭି ଫୁଟେଜ ଭାଇରାଲ ହେଉଛି । ଏହାରି ମଧ୍ୟରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ମହିଳା ଦୋକାନରୁ ଅଣ୍ଡା ଚୋରି କରୁଛନ୍ତି, ଏହି ସମୟରେ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରା ସେହି ଘଟଣାକୁ ରେକର୍ଡ କରୁଛି । ତେବେ ଏହି ଭିଡିଓଟି ମୁମ୍ବାଇର ବୋଲି କୁହାଯାଉଛି । ଏହି ଭିଡିଓ ସାମ୍ନାକୁ ଆସିବା ପରେ ୟୁଜର୍ସମାନେ ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ଭିଡିଓଟି ଇଣ୍ଟରନେଟରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି ଯେ, ଜଣେ ମହିଳା ଦୋକାନକୁ ଅଣ୍ଡା ଆଣିବାକୁ ଯାଉଛି, ସେଠାରେ ଦୋକାନୀ କିଛି କାମ କରୁଛି, ସେହି ସମୟରେ ମହିଳା ଜଣକ ସ୍ପଷ୍ଟ ଭାବେ ଅଣ୍ଡାକୁ ନିଜ ବ୍ୟାଗରେ ଭର୍ତ୍ତି କରୁଛି । ହେଲେ ଦୋକାନୀକୁ ମହିଳାଙ୍କ ଉପରେ ସନ୍ଦେହ ହେଉଛି । ପଚାରିବା ପରେ ମହିଳା ଜଣକ କହୁଛନ୍ତି ମୁଁ ବାହାରୁ ଆଣିଛି । ଦୋକାନୀ କହୁଛନ୍ତି, ସିସିଟିଭି କ୍ୟାମେରା ଲାଗିଛି ଏବେ ସବୁ ସ୍ପଷ୍ଟ ହୋଇଯିବ । ଏହାପରେ ଆଖପାଖରେ ଲୋକ ମଧ୍ୟ ଜମା ହେଇଯାଉଛନ୍ତି । ତେବେ ଏହି ଭିଡିଓକୁ ଏକ୍ସରେ @gharkekalesh ନାମକ ୟୁଜର ସେୟାର କରିଛନ୍ତି । ଏହାକୁ ବର୍ତ୍ତମାନ ୩ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି ।

ଜଣେ ୟୁଜର ଲେଖିଛନ୍ତି ଯେ, ପ୍ରଥମେ ତ ସେ ଚୋରି କରୁଛନ୍ତି, ପୁଣି ମିଛ କହୁଛନ୍ତି.. ଲଜ୍ୟାଜନକ, ଅନ୍ୟ ଏକ ୟୁଜର ଲେଖିଛନ୍ତି, ସିସିଟିଭିରୁ ବଞ୍ଚିପାରିବେ ନାହିଁ । ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ୧୦ ଟଙ୍କା ପାଇଁ ନିଜ ଇଜତ ବିକ୍ରି କରୁଛନ୍ତି.., ଏହି ଭଳି ଭାବେ ଲୋକେ ପ୍ରତିକ୍ରିୟା ଦେଉଛନ୍ତି ।

Get real time updates directly on you device, subscribe now.