fbpx

କଣ ଆପଣଙ୍କୁ ସବୁବେଳେ ମିଠା ଖାଇବାକୁ ଇଚ୍ଛା ହେଉଛି କି ? ଜାଣନ୍ତୁ କେଉଁ ସମୟରେ ସେମାନେ ମିଠା ଜିନିଷ ଖାଇବା ଉଚିତ୍

ମିଠା ଖାଦ୍ୟ କିଏ ପସନ୍ଦ କରେ ନାହିଁ ? ଯେତେବେଳେ ମିଠା ପାଇଁ ଆମର ଇଚ୍ଛା ହୋଇଥାଏ, ଆମେ ଦିନ କିମ୍ବା ରାତି ଭୁଲିଯାଉ ଏବଂ ତୁରନ୍ତ ଆମର ପ୍ରିୟ ଜିନିଷକୁ ଅର୍ଡର କରି ସେଗୁଡିକ ଖାଇବା ଆରମ୍ଭ କରିଥାଉ । କିନ୍ତୁ ଆପଣ ଜାଣିଛନ୍ତି କି ମିଠା ଖାଇବା ପାଇଁ ଉପଯୁକ୍ତ ସମୟ ଏବଂ ଉପାୟ ଅଛି । ତେବେ ଆପଣ ଏହା ଶୁଣି ଭାବୁଥିବେ ଯେ ଏପରି କେମିତି ହୋଇଥାଏ ।

କିନ୍ତୁ ହିଁ ଏହା ସତ, ଆପଣମାନେ ତ ଜାଣିଥିବେ ଯେ ଆଜିକାଲି ଲୋକ ଖାଦ୍ୟରେ ଚିନି ଅଧିକ ବ୍ୟବହାର କରୁଛନ୍ତି, ଏହା ସହିତ ଏହି ଅଭ୍ୟାସକୁ ମଧ୍ୟ ନିୟନ୍ତ୍ରଣ କରିପାରୁନାହାନ୍ତି । ଏପରି ମଧ୍ୟ ଲୋକମାନେ ଜାଣନ୍ତି ନାହିଁ କେଉଁ ସମୟରେ ସେମାନେ ମିଠା ଜିନିଷ ଖାଇବା ଉଚିତ୍ । ଅନେକ ଲୋକ ସକାଳୁ ମିଠା ଜିନିଷ ଖାଇବା ଆରମ୍ଭ କରନ୍ତି ଏବଂ ଅନେକ ଲୋକ ରାତିରେ ଶୋଇବା ପୂର୍ବରୁ ମିଠା ଜିନିଷ ଖାଆନ୍ତି । ଏହା କରି ସେମାନେ ନିଜ ଶରୀରକୁ ଅନେକ ଗମ୍ଭୀର ରୋଗ ଆଡକୁ ନେଇଥାନ୍ତି । ଏହି ପରିସ୍ଥିତିରେ ଆସନ୍ତୁ ଜାଣିବା ଯେ ମିଠା ଖାଇବା ପାଇଁ ଉପଯୁକ୍ତ ସମୟ କ’ଣ ଏବଂ ଏହାକୁ କିପରି ଆମ ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯାଇପାରିବ ।

ସକାଳ ଓ ରାତିରେ ମିଠା ଖାଇବା ଦ୍ୱାରା ଏହି ସମସ୍ୟା ସୃଷ୍ଟି ହୁଏ :
ସକାଳେ ମିଠା ଖାଇବାର ଅସୁବିଧା : ଜଣେ ମିଠା ଜିନିଷ ସହିତ ସକାଳ ଆରମ୍ଭ କରିବା ଉଚିତ୍ ନୁହେଁ । ଫାଇବର, ପ୍ରୋଟିନ୍ ଏବଂ ଭିଟାମିନ୍ ପରି ପୁଷ୍ଟିକର ଖାଦ୍ୟ ମିଠା ଜିନିଷରେ କ୍ୱଚିତ୍ ମିଳିଥାଏ । ସକାଳେ ମିଠା ଖାଇବା ଦ୍ୱାରା ବଡିରେ ସୁଗର ଲେବଲ ବଢିବାକୁ ଲାଗିଥାଏ । ସକାଳେ ମିଠା ଖାଇବା ଦ୍ୱାରା ଆପଣଙ୍କୁ ଦିନସାରା କ୍ଳାନ୍ତ ଏବଂ ବିରକ୍ତ ଲାଗେ । ସେଥିପାଇଁ ଆପଣ କେବେ ବି ଦିନର ଆରମ୍ଭ ମିଠାରୁ କରନ୍ତୁ ନାହିଁ ।

ରାତିରେ ମିଠା ଖାଇବାର ଅସୁବିଧା : ବିଳମ୍ବିତ ରାତିରେ ଆଇସ୍କ୍ରିମ୍ ଏବଂ ମିଠା ଖାଇବା ଦ୍ୱାରା ଶୀଘ୍ର ଓଜନ ବଢିଥାଏ । ରାତିରେ ମିଠା ଖାଦ୍ୟ ଖାଇବା ଦ୍ୱାରା ସୁଗର ଲେବଲ ବହୁତ ଶୀଘ୍ର ବଢିବାକୁ ଲାଗିଥାଏ । ତେବେ ସୁଗର ଲେବଲ ବଢିବା ଯୋଗୁ ଏହା ଏକ ବଡ଼ ଚିନ୍ତାର ବିଷୟ ପଲଟିଯାଏ । ଏପରି ଭାବେ ଶରୀରରେ ଅନେକ ପ୍ରକାରର ପରିବର୍ତ୍ତନ ହୋଇଥାଏ । ଯେପରି ଅନିଦ୍ରା, ହଜମ ପ୍ରକ୍ରିୟାରେ ସମସ୍ୟା ଏବଂ ମୁଣ୍ଡବିନ୍ଧା ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।

ମିଠା ଖାଇବା ପାଇଁ ଉପଯୁକ୍ତ ସମୟ କ’ଣ ?
ବିଶେଷଜ୍ଞଙ୍କ ଅନୁଯାୟୀ ମିଠା ଜିନିଷ ଖାଇବା ପାଇଁ ସର୍ବୋତ୍ତମ ସମୟ ହେଉଛି ଅପରାହ୍ନ । କିନ୍ତୁ ଯଦି ଆପଣ ଖାଇବା ପରେ ତୁରନ୍ତ ମିଠା ଜିନିଷ ଖାଆନ୍ତି । ତେବେ ଆପଣ ବହୁତ ଶୀଘ୍ର ମୋଟା ହୋଇପାରନ୍ତି । ତେଣୁ ମଧ୍ୟାହ୍ନ ଭୋଜନର ଏକ ଘଣ୍ଟା ପରେ ମିଠା ଜିନିଷ ଖାଆନ୍ତୁ । ଯଦି ଆପଣ ମଧ୍ୟାହ୍ନ ଭୋଜନର ଏକ ଘଣ୍ଟା ପରେ ମିଠା ଖାଆନ୍ତି, ତେବେ ଏହା ଆପଣଙ୍କ ଶରୀରକୁ ଦିନସାରା କ୍ୟାଲୋରୀ ଜଳାଇବା ପାଇଁ ସମୟ ଦେଇଥାଏ । ଆହୁରି ମଧ୍ୟ କିଛି ମିଠା ଖାଇବା ପରେ କିଛି ସମୟ ବୁଲାବୁଲି କରିବା ଜରୁରୀ । ଯାହା ଫଳରେ ଆପଣଙ୍କ ଓଜନ ବଢିବ ନାହିଁ ।

ମିଠା ଖାଇବା ପାଇଁ ଉପଯୁକ୍ତ ଉପାୟ :
ମଧ୍ୟାହ୍ନ ଭୋଜନ ପରେ ମିଠା ଜିନିଷ ସବୁବେଳେ ଖାଇବା ଉଚିତ୍ । ଏଥିସହ ଯଦି ଆପଣ ମିଠା ବଦଳରେ ଫଳ ଖାଆନ୍ତି ଏବଂ ତା’ପରେ ଆଇସ୍କ୍ରିମ୍, ଏହା ଆପଣଙ୍କ ସ୍ୱାସ୍ଥ୍ୟରେ ଭଲ ହୋଇଥାଏ । ଏପରି ଭାବେ ମିଠା ପାଇଁ ଆପଣଙ୍କର ଇଚ୍ଛା ମଧ୍ୟ ଦୂର ହୋଇଯିବ । ସେଥିପାଇଁ ଯେଉଁମାନେ ମିଠା ଖାଇବାକୁ ଅଧିକ ଭଲ ପାଆନ୍ତି, ସେମାନେ ଏପରି ଭାବେ ମିଠା ଖାଇପାରିବେ ।

Get real time updates directly on you device, subscribe now.