ଡିପ୍ରେସନରେ ଅଛନ୍ତି କି ? ନୂଆ ବର୍ଷ ରିଜଲ୍ୟୁସନରେ ନିଜ ମେଣ୍ଟାଲ ହେଲ୍‌ଥ ଉପରେ କରନ୍ତୁ Focus

ଓଡ଼ିଶା ଭାସ୍କର: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ Stress ଏବଂ Anxiety ଏକ ଗମ୍ଭୀର ସମସ୍ୟା ଭାବେ ଉଭା ହୋଇଛି । ଏହାର ପ୍ରଭାବ ବ୍ୟକ୍ତିର ଜୀବନ ଉପରେ ପଡ଼ିଥାଏ । ସବୁବେଳେ ଚାପଗ୍ରସ୍ତ ରହିବା କାରଣରୁ ବ୍ୟକ୍ତି ଜଣଙ୍କ ଡିପ୍ରେସନ୍ ଓ ନିଦ୍ରାହୀନତା ଭଳି ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥାଏ । ଅଧିକାଂଶ କ୍ଷେତ୍ରରେ ବ୍ୟକ୍ତିଗତ, ପାରିବାରିକ ବା ବୃତ୍ତିଗତ ସମସ୍ୟାକୁ ନେଇ ବ୍ୟକ୍ତି ସବୁବେଳେ ଘାଣ୍ଟି ହେଉଥାଏ । ଏହା କେବଳ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ନୁହେଁ ବରଂ କ୍ୟାରିୟର ଏବଂ ବ୍ୟକ୍ତିତ୍ୱ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଏହି ନୂତନ ବର୍ଷରେ ନିଜକୁ ଡିପ୍ରେସନରୁ ଦୂରେଇ ରଖିବା ପାଇଁ ଏହି ନିମ୍ନଲିଖିତ ଟିପ୍ସ ଆପଣାଇବା ।

୧. ‘NO’ କହିବା ଶିଖନ୍ତୁ: ଅବସାଦରୁ ମୁକ୍ତି ପାଇବାକୁ ହେଲେ ପ୍ରଥମେ ‘ନା’ କହିବା ଶିଖନ୍ତୁ । ବେଳେ ବେଳେ ଅନ୍ୟମାନଙ୍କ ଖୁସି ପାଇଁ ଅନିଚ୍ଛା ସତ୍ତ୍ୱେ ଆମେ କିଛି କାର୍ଯ୍ୟ କରିଥାଉ । ଏହି ଅଭ୍ୟାସରେ ସୁଧାର ଆଣିବା ନିହାତି ଆବଶ୍ୟକ । ଯେଉଁ କାର୍ଯ୍ୟ କରିବା ପାଇଁ ଆପଣ ମାନସିକ ଓ ଶାରୀରିକ ଭାବେ ପ୍ରସ୍ତୁତ ନୁହନ୍ତି ମନା କରିଦିଅନ୍ତୁ । ସାମ୍ନା ବ୍ୟକ୍ତି ଆପଣଙ୍କ ବିଷୟରେ କ’ଣ ଭାବୁଛି କିମ୍ବା ଭାବିବ ଚିନ୍ତା କରନ୍ତୁ ନାହିଁ । ଆପଣଙ୍କ ପାଇଁ ଯେଉଁଟା ଠିକ୍ ଲାଗିବ ସେଇଟା କରନ୍ତୁ ।

୨. ନିଜ ଉପରେ ଧ୍ୟାନ ଦିଅନ୍ତୁ: ବ୍ୟସ୍ତବହୁଳ ଜୀବନରୁ ନିଜ ପାଇଁ କିଛି ସମୟ ବାହାର କରନ୍ତୁ । ନିଜ ହବି ବା ଇଣ୍ଟ୍ରେଷ୍ଟକୁ ପୁଣି ଥରେ ଉଜ୍ଜୀବୀତ କରନ୍ତୁ । ଗୀତ ଶୁଣିବା, ନୃତ୍ୟ କରିବା, ପେଣ୍ଟିଙ୍ଗ୍‌, ରୋଷେଇ, ଖେଳକୁଦ ଇତ୍ୟାଦିରେ ନିଜକୁ ନିୟୋଜିତ ରଖନ୍ତୁ । ଏହା ଦ୍ୱାରା ଆପଣଙ୍କ ମୁଡ଼ ପରିବର୍ତ୍ତନ ହେବା ସହ ଫୁର୍ତ୍ତି ଅନୁଭବ ହୋଇଥାଏ ।

୩. ସାଙ୍ଗସାଥି ଏବଂ ପରିବାର ସହ ସମୟ ବିତାନ୍ତୁ: ଅଧିକାଂଶ କ୍ଷେତ୍ରରେ ବ୍ୟକ୍ତି ଜଣଙ୍କ ଡିପ୍ରେସନରେ ଥିରେ ନିଜକୁ ଦୁନିଆ ଠାରୁ ଦୂରେଇ ରଖନ୍ତି । ଏକାନ୍ତରେ ରହିବାକୁ ପସନ୍ଦ କରିଥାନ୍ତି, ନିଜ ଦୁଃଖ କାହା ସାମ୍ନାରେ ପ୍ରକାଶ କରନ୍ତି ନାହିଁ । ଏପରି ସ୍ଥିତିରେ ନିଜକୁ ଅଧିକ ଦିନ ପର୍ଯ୍ୟନ୍ତ ଯନ୍ତ୍ରଣା ଦିଅନ୍ତୁ ନାହିଁ । ପରିବାର ଓ ସାଙ୍ଗସାଥି ସହ ସମୟ ବିତାନ୍ତୁ, ବୁଲିବାକୁ ଯା’ନ୍ତୁ, ସେମାନଙ୍କ ଖୁସିରେ ସାମିଲ ହୁଅନ୍ତୁ । ଏକା ରହିବା ଆପଣଙ୍କୁ ଆହୁରୀ ରୋଗାଗ୍ରସ୍ତ କରିପାରେ ।

୪. ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ: ସାଧାରଣତଃ ଦେଖାଯାଏ ଯେ ବ୍ୟକ୍ତି ଜଣଙ୍କ ଡିପ୍ରେସନରେ ଥିଲେ ବିଭିନ୍ନ ପ୍ରକାର ମାଦକ ଦ୍ରବ୍ୟର ସାହାରା ନେଇଥାଏ । ଧିରେ ଧିରେ ଏହା ଏକ ଅଭ୍ୟାସରେ ମଧ୍ୟ ପରିଣତ ହୋଇଯାଏ । ପରବର୍ତ୍ତୀ ସମୟରେ ଏହା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ ।