fbpx

ସ୍ୱପ୍ନରେ ମାଛ ଦେଖୁଛନ୍ତି କି ? ଜାଣନ୍ତୁ ଏହା କ’ଣ ସଂକେତ ଦେଇଥାଏ

Advertisement

ଓଡ଼ିଶା ଭାସ୍କର: ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ସ୍ୱପ୍ନରେ ଦେଖାଯାଉଥିବା ପ୍ରତ୍ୟେକ ଜିନିଷର କିଛି ନା କିଛି ଅର୍ଥ ରହିଛି । ଏଥିମଧ୍ୟରୁ କିଛି ଅତୀତର ହୋଇଥାଏ ଏବଂ କିଛି ଭବିଷ୍ୟତର ଆଇନା ଦେଖାଇଥାନ୍ତି । ଏହା ଜୀବନରେ ଶୁଭ ଏବଂ ଅଶୁଭ ପରିଣାମ ନେଇ ଆସିଥାଏ । ଏମିତିରେ କୌଣସି ବ୍ୟକ୍ତି ମାଛର ସ୍ୱପ୍ନ ଦେଖିବା ଶୁଭ ବୋଲି ବିବେଚିତ କରାଯାଇଛି । ମାଛକୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ ଭାବେ ବିବେଚିତ କରାଯାଇଛି । ଏମିତିରେ ଯଦି କୌଣସି ବ୍ୟକ୍ତି ସ୍ୱପ୍ନରେ ମାଛ ଦେଖିଥାନ୍ତି ତେବେ ଭବିଷ୍ୟତରେ ହଠାତ ଧନ ଲାଭ ହେବାର ସମ୍ଭାବନା ରହିଥାଏ । ମାତା ଲକ୍ଷ୍ମୀଙ୍କ କୃପାରୁ ସମସ୍ତ କ୍ଷେତ୍ରରେ ସଫଳତା ମିଳିଥାଏ । ଏହା ବ୍ୟକ୍ତିଙ୍କ ଜୀବନରେ ମିଶ୍ରିତ ପ୍ରଭାବ ପକାଇଥାଏ । ଏହା ସହ ଅନୁକୂଳ ଏବଂ ପ୍ରତିକୂଳ ସଂକେତର କାରକ ମଧ୍ୟ ହୋଇପାରେ । ତେବେ ଆସନ୍ତୁ ଜାଣିବା ସ୍ୱପ୍ନରେ ମାଛ ଦେଖିବା କ’ଣ ସଂକେତ ଦେଇଥାଏ ।

୧. ସୁନେଲି ରଂଗ ମାଛ: ସ୍ୱପ୍ନରେ ସୁନେଲି ରଂଗର ମାଛ ଦେଖିବାର ଅର୍ଥ ହେଉଛି ଆପଣଙ୍କୁ ଭବିଷ୍ୟତରେ ପରିବାର ଏବଂ ସମ୍ପର୍କୀୟଙ୍କ ଠାରୁ ଭଲପାଇବା ମିଳିବ ଏବଂ ସମାଜରେ ସମ୍ମାନ ବୃଦ୍ଧି ହେବ । ଅପରପକ୍ଷରେ ଗୋଲ୍ଡ ଫିଶକୁ ପ୍ରେମର ପ୍ରତୀକ ଅଟେ । ଏହା ଆପଣଙ୍କ ଜୀବନରେ ସମନ୍ୱୟ ଆଣିଥାଏ ।

୨. ବିଭିନ୍ନ ରଂଗର ମାଛ: ସ୍ୱପ୍ନରେ ବିଭିନ୍ନ ରଂଗର ମାଛ ଦେଖିବାର ଅର୍ଥ ହେଉଛି ଆଗାମୀ ସମୟରେ ଆପଣଙ୍କୁ କୌଣସି ବଡ଼ ସଫଳତା ମିଳିପାରେ । ଯେଉଁ କାର୍ଯ୍ୟକୁ ଆପଣ ଅନେକ ଦିନରୁ କରିବା ପାଇଁ ଚେଷ୍ଟା କରୁଥିଲେ ତାହା ସମ୍ପୂର୍ଣ୍ଣ ହେବ । ଆପଣଙ୍କ କାର୍ଯ୍ୟରେ ଦେଖାଦେଉଥିବା ସମସ୍ତ ବାଧାବିଘ୍ନ ଦୂର ହେବ । ରଂଗୀନ ମାଛ ସଫଳତାର ପ୍ରତୀକ ଆଟେ । ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ ।

୩. ଯୁଗଳ ମାଛ : ସ୍ୱପ୍ନରେ ଯୁଗଳ ମାଛ ଦେଖିବା ପ୍ରେମ ଓ ବୈବାହିକ ଜୀବନ ପାଇଁ ଶୁଭ ସଂକେତ । ଆପଣଙ୍କ ଜୀବନରେ ପାର୍ଟନରଙ୍କ ଭଲପାଇବା ବୃଦ୍ଧି ହୋଇଥାଏ ।

୪. ମାଛ ପହଁରୁଥିଲେ: ସ୍ୱପ୍ନରେ ପହଁରୁଥିବା ମାଛ ଦେଖିଲେ ଭାବିବେ ଆପଣଙ୍କ ଜୀବନରେ ଭଲ ଦିନ ଶୀଘ୍ର ଆସିବ । ସୁଖ, ସମୃଦ୍ଧି, ଶାନ୍ତି, ଐଶ୍ୱର୍ଯ୍ୟ ଓ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି । ଚାକିରି ଏବଂ ବ୍ୟାପାର କ୍ଷେତ୍ରରେ ମଧ୍ୟ ଶୁଭ ଖବର ମିଳିଥାଏ ।

୫. ଆକ୍ୱାରିୟମରେ ମାଛ: ସ୍ୱପ୍ନରେ ଆକ୍ୱାରିୟମରେ ମାଛ ଦେଖିବା କୌଣସି ସ୍ଥିତିରେ ନିଜକୁ ଅସହାୟ ଅନୁଭବ କରିବାକୁ ଦର୍ଶାଇଥାଏ । ଏଭଳି ପରିସ୍ଥିତିରୁ ବାହାରିବା ପାଇଁ ଶୀଘ୍ର କୌଣସି ନିଷ୍ପତ୍ତି ନେବା ଉତ୍ତମ ଅଟେ । ଆପଣଙ୍କ ଦାୟିତ୍ୱ ବୃଦ୍ଧି ହେବା ସୂଚାଇଥାଏ ।

୬. ନିଜେ ମାଛ ଧରୁଥିବାର ଦେଖିବା: ସ୍ୱପ୍ନରେ ମାଛ ଧରୁଥିବାର ଦେଖିଲେ ଏହା ବାସ୍ତବ ଜୀବନରେ ଆପଣଙ୍କ ଅସଫଳତାକୁ ଦର୍ଶାଇଥାଏ । ଏହା ସହ ଶୀଘ୍ର ସଫଳତା ମିଳିବା ନେଇ ଆଶା ମଧ୍ୟ ରହିଥାଏ । ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନ ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ସୂଚାଇଥାଏ ।

Get real time updates directly on you device, subscribe now.