fbpx

ଡାଇବେଟିସ କଣ୍ଟ୍ରୋଲ କରିବା ପାଇଁ ଖାଉଛନ୍ତି କି ଅଧିକ କଲରା ? ଲାଭ ବଦଳରେ ହୋଇଯିବ ବଡ଼ କ୍ଷତି

Advertisement

କଲରା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ମଧୁମେହ ସହ ଆହୁରି ଅନ୍ୟ ରୋଗ ପାଇଁ ମଧ୍ୟ କଲରା ଅତ୍ୟନ୍ତ ଲାଭଦାୟକ। କଲରା ଖାଇବା ଦ୍ୱାରା ପାଚନ ଏବଂ ଆଖି ସହ ଜଡିତ ସମସ୍ୟା ଦୂର ହୋଇଥାଏ। ଏଥିସହ ସହ ଇମ୍ୟୁନିଟି ମଧ୍ୟ ମଜବୁତ ହୁଏ। କଲରାର ଜୁସ୍ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ କିନ୍ତୁ ଏହାର ଅଧିକ ମାତ୍ରାରେ ସେବନ ହାନିକାରକ ସାବ୍ୟସ୍ତ ହୋଇପାରେ।

କଲରାକୁ ମୋମୋର୍ଡିକା ଚରଂଟିଆ ମଧ୍ୟ କୁହାଯାଏ। ଏକ ଚାରା ଅଛି ଯାହା ଏହାର ସ୍ୱାଦ ଭଳି। ଏହା ଆହୁରି ପିତା ହୋଇଥାଏ। ଏସିଆ, ଦକ୍ଷିଣ ଆମେରିକା, କେରିବିୟନ୍ ଏବଂ ପୂର୍ବ ଆଫ୍ରିକା ସହିତ ଆହୁରି ଅନ୍ୟକ୍ଷେତ୍ରରେ ଏହି ପରିବାର ଚାଷ କରାଯାଉଛି।

ସ୍ୱାସ୍ଥ୍ୟ ହିସାବରେ ବହୁତ ଲୋକଙ୍କୁ କଲରା ଖାଇବାକୁ ଉପଦେଶ ଦିଆଯାଇଥାଏ। କଲରା ବହୁତ ଗୁଡିଏ ପୋଷକତତ୍ତ୍ୱରେ ଭରପୁର। ଏହା ରକ୍ତରେ ଶର୍କରାର ପରିମାଣକୁ କମ୍ କରିଥାଏ। ବହୁ ରିସର୍ଚ୍ଚରୁ ଏହା ଜଣାପଡିଛି ଯେ, ମଧୁମେହ ରୋଗୀଙ୍କ ପାଇଁ କଲରା ଖାଇବା ଲାଭପ୍ରଦ ଅଟେ। ଯଦି କୌଣସି ବ୍ୟକ୍ତିର ମଧୁମେହର ପରିମାଣ କମ୍ ରହିଛି ତେବେ କଲରାର ଜୁସ୍ ପିଇବା ଅନୁଚିତ୍। ଏହାଦ୍ୱାରା ଶରୀରରେ ଶର୍କରାର ପରିମାଣ କମ୍ ହୋଇଯାଇଥାଏ ଏବଂ ହାଇପୋଗ୍ଲାଇସୀମିଆ ହୋଇଥାଏ। ଯଦି ମଧୁମେହ ରୋଗୀ ଶରୀରରେ ଶର୍କରା କମିଯାଏ, ତାଙ୍କୁ ମିଠା ଖାଇବା ସହ ଆରାମ ନେବାକୁ ଉପଦେଶ ଦିଆଯାଇଥାଏ।

କଲରା ଶରୀରରେ ଶର୍କରାରର ପରିମାଣ କମାଇଥାଏ। କଲରାରେ ଏପରି ଗୁଣ ରହିଛି ଯାହା ଶରୀରରେ ଇଂସୁଲିନର ମାତ୍ରା କମ୍ କରିଥାଏ। କଲରା ମଧୁମେହର ଔଷଧ ନୁହେଁ, କିନ୍ତୁ ଏହା ରକ୍ତରେ ଶର୍କରାର ପରିମାଣ କମାଇ ମଧୁମେହକୁ ନିୟନ୍ତ୍ରିତ କରି ରଖିଥାଏ।

Get real time updates directly on you device, subscribe now.