fbpx

ପିଲାମାନଙ୍କୁ Antibiotics ଦେଉଛନ୍ତି କି ? ଏହାର Side Effects ପିଲାମାନଙ୍କ ବିକାଶରେ ବାଧା ସୃଷ୍ଟି କରିଥାଏ

ଓଡ଼ିଶା ଭାସ୍କର: ଋତୁ ପରିବର୍ତ୍ତନ ହେଲା ମାତ୍ରେ ପ୍ରଥମେ ପିଲାମାନଙ୍କ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଥାଏ । ପିଲାମାନେ ସର୍ଦ୍ଦି, କାଶ, ଥଣ୍ଡା, ଫ୍ଲୁ ଭଳି ବିଭିନ୍ନ ଭାଇରାଲ ସଂକ୍ରମଣର ସମ୍ମୁଖୀନ ହୋଇଥାନ୍ତି । ଏହା ସେମାନଙ୍କ ପରିବାର ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥାଏ । ଅଧିକାଂଶ କ୍ଷେତ୍ରରେ ମାତା ପିତାମାନେ ପିଲାମାନଙ୍କୁ ଆଣ୍ଟିବାୟୋଟିକ୍ ଔଷଧର ସେବନ କରାଇଥାନ୍ତି । ଏହା ଦ୍ୱାରା ରୋଗରୁ ଶୀଘ୍ର ଉପସମ ମିଳିଥାଏ ସତ କିନ୍ତୁ ଏହାର ପାଶ୍ୱର୍ପ୍ରତିକ୍ର୍ରିୟା ପିଲାମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଅଟେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ଡ଼ାକ୍ତରଙ୍କ ପରାମର୍ଶରେ ପିଲାମାନଙ୍କୁ ଅଧିକ ମାତ୍ରାରେ ଆଣ୍ଟିବାୟୋଟିକ୍ ଔଷଧ ଦେବା ଭଲ ନୁହେଁ । ତେବେ ଆସନ୍ତୁ ଜାଣିବା ଏହା ଦ୍ୱାରା ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ କିପରି ପ୍ରଭାବ ପକାଇଥାଏ ।

୧. ପିଲାମାନଙ୍କୁ ଅଧିକ ମାତ୍ରାରେ ଆଣ୍ଟିବାୟୋଟିକ୍ ଔଷଧ ଦେବା ଦ୍ୱାରା ସେମାନଙ୍କ ଶରୀରରେ ଥିବା ସୁସ୍ଥ ବ୍ୟାକ୍ଟେରିଆ ମରି ଯାଆନ୍ତି । ଏହା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଲୋପ ପାଇବା ସହ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ବୃଦ୍ଧି ପାଇବାର ସମ୍ଭାବନା ଦେଖା ଦେଇଥାଏ ।

୨. ଅଧିକ ମାତ୍ରାରେ ଆଣ୍ଟିବାୟୋଟିକ ଔଷଧ ସେବନ ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ପରବର୍ତ୍ତି ସମୟରେ ସେମାନେ ରୋଗାଗ୍ରସ୍ତ ହେଲେ କୌଣସି ଔଷଧ କାମ କରିନଥାଏ । ଏଭଳି ପିଲାମାନଙ୍କୁ ସଂକ୍ରମଣ ହେବାର ଆଶଙ୍କା ଅଧିକ ଥାଏ ।

୩. ଏହା ପିଲାମାନଙ୍କ ପାଚନ ତନ୍ତ୍ର ଉପରେ ପ୍ରଭାବ ପକାଇବା ସହ ସେମାନଙ୍କ ବିକାଶରେ ବାଧା ସୃଷ୍ଟି କରିଥାଏ । ଶରୀରରେ ଆଣ୍ଟିବାୟୋଟିକ୍ ଔଷଧର ମାତ୍ରା ଅଧିକ ଥିବାରୁ ଶରୀର ଜରୁରୀ ପୋଷକ ତତ୍ୱ ସହଜରେ ହଜମ କରିନଥାଏ । ଶରୀର ଦିନକୁ ଦିନ ଦୁର୍ବଳ ହେବାକୁ ଲାଗେ ।

୪. ଅଧିକ ମାତ୍ରାରେ ଆଣ୍ଟିବାୟୋଟିକ ସେବନ ଦ୍ୱାରା ପିଲାମାନଙ୍କ କିଡନୀ ଫେଲୁଅର ହେବାର ଆଶଙ୍କା ଦେଖାଦେଇଥାଏ । କିଡନୀର କାର୍ଯ୍ୟ କରିବା କ୍ଷମତା ଧିରେ ଧିରେ ଲୋପ ପାଇଥାଏ ।

୫. ଯେଉଁ ପିଲାମାନେ ଅଧିକ ମାତ୍ରାରେ ଆଣ୍ଟିବାୟୋଟିକ୍ ଔଷଧର ସେବନ କରିଥାନ୍ତି ସେମାନଙ୍କ କ୍ଷେତ୍ରରେ ମେଦବହୁଳତା ବୃଦ୍ଧି ପାଇଥାଏ । ଏହା ବ୍ୟତୀତ କେତେକାଂଶରେ ପିଲାମାନେ ଗମ୍ଭୀର ଆଲର୍ଜୀର ଶିକାର ହୋଇଥାନ୍ତି ।

 

Get real time updates directly on you device, subscribe now.