fbpx

ଆପଣ ନିଦ୍ରାହୀନତାର ଶିକାର ହୋଇଛନ୍ତି କି, ଆପଣାନ୍ତୁ ଏହି ଉପାୟ

ବର୍ତ୍ତମାନର ଯୁବପୀଢ଼ିଙ୍କ ମଧ୍ୟରେ ନିଦ୍ରାହୀନତା ହେଉଛି ଏକ ମୁଖ୍ୟ ସମସ୍ୟା । କାର୍ଯ୍ୟ ବ୍ୟସ୍ତତା, ମାନସିକ ଚାପ, ମାତ୍ରାଧିକ ସୋସିଆଲ ମିଡ଼ିଆର ବ୍ୟବହାର ଆଦି କାରଣରୁ ଅଧକାଂଶ ଲୋକେ ନିଦ ସମ୍ପୂର୍ଣ୍ଣ କରିପାରିନଥାନ୍ତି । ଫଳସ୍ୱରୂପ ସେମାନଙ୍କଠାରେ ହୃଦରୋଗ, ରୋଗପ୍ରତିରୋଧକ ଶକ୍ତି ହ୍ରାସ, ଓଜନ ବୃଦ୍ଧି, ଉଦାସୀନତା, ଦୃଷ୍ଟିଶକ୍ତି ହ୍ରାସ ଆଦି ସମସ୍ୟା ଦେଖିବାକୁ ମିଳିଥାଏ ।

କିଛି ଲୋକ ସକାଳୁ ଶୀଘ୍ର ଉଠି ବ୍ୟାୟାମ କରୁଥିବାରୁ ସେମାନଙ୍କର ସମ୍ପୂର୍ଣ୍ଣ ନିଦ୍ରା ବାଧାପ୍ରାପ୍ତ ହୋଇଥାଏ । ତେଣୁ ଆପଣ ପ୍ରଥମେ ନିଦ୍ରା ସଂପୂର୍ଣ୍ଣ କରି ନିଅନ୍ତୁ ।

ଦିନ ଦ୍ୱିପ୍ରହରରେ, ସନ୍ଧ୍ୟାରେ ଶୋଇବା କିଛି ଲୋକଙ୍କ ଅଭ୍ୟାସ ଅଛି । ଏହି ଅଭ୍ୟାସ ଫଳରେ ଆପଣ ରାତ୍ରିରନିଦ୍ରା ଠିକ ଭାବରେ ନେଇ ପାରନ୍ତି ନାହିଁ । ଯାହାକି ଆପଣଙ୍କୁ ବିଚଳିତ କରିଥାଏ । ଆବଶ୍ୟକ ହେଲେ ଆପଣ ୧୦-୧୫ ମିନିଟ ପାଇଁ ଶୋଇପାରନ୍ତି, ମାତ୍ର ଘଣ୍ଟା ଘଣ୍ଟା ଶୋଇବା ଠିକ ନୁହେଁ ।

ଠିକ ସମୟରେ ଖାଇବା ଓ ଶୋଇବା ଶରୀର ପାଇଁ ଠିକ । ବିଳମ୍ବିତ ରାତ୍ରିରେ ଖାଇବା ଓ ଶୋଇବା ଶରୀର ଉପରେ କୁପ୍ରଭାବ ପକାଇଥାଏ । ଯଦି ଆପଣ ରାତିରେ ଗୁରୁପାକ ଖାଦ୍ୟ ଗ୍ରହଣ କରନ୍ତି, ତେବେ ଏହା ଏସିଡିଟି ଭଳି ସମସ୍ୟା ସୃଷ୍ଟି କରି ଆପଣଙ୍କ ନିଦରେ ବ୍ୟାଘାତ ସୃଷ୍ଟି କରେ ।

ମସ୍ତିଷ୍କର ସୁଚାରୁରୂପେ କାର୍ଯ୍ୟକ୍ଷମ ଓ ଉତ୍ତମ ନିଦ୍ରା ପାଇଁ ଶରୀରରେ ମ୍ୟାଗ୍ନେସିୟମର ଆବଶ୍ୟକ ରହିଥାଏ । ତେଣୁ ଦୈନନ୍ଦିକ ଖାଦ୍ୟରେ ସବୁଜ ପନିପରିବା, କଖାରୁ ମଞ୍ଜି, ବନ୍ଧା କୋବି, ବାଦାମ ଆଦି ସାମିଲ କରିବା ଉଚିତ ।

ଶୋଇବାର ଦୁଇ ଘଣ୍ଟା ପୂର୍ବରୁ ଚା, କଫି ଆଦି ପାନୀୟ ସେବନ କରନ୍ତୁ ନାହିଁ । ଏହା ଶୋଇବାରେ ସମସ୍ୟା ସୃଷ୍ଟି କରିଥାଏ ।

ଶୋଇବା ପୂର୍ବରୁ ଉଷୁମ ପାଣିରେ ଗୋଡ଼ ଧୋଇନିଅନ୍ତୁ । ଯେ କୌଣସି ପୁସ୍ତକ ପଢ଼ନ୍ତୁ କିମ୍ବା ସଙ୍ଗୀତ ଶୁଣନ୍ତୁ । ଦେଖିବେ ନିଦ ନିଶ୍ଚୟ ଆସିଯିବ ।

ଶୋଇବା ଶେଯକୁ ସର୍ବଦା ପରିଷ୍କାର ରଖନ୍ତୁ । ଶୋଇବା ଘରକୁ ସମ୍ପୂର୍ଣ୍ଣ ଅନ୍ଧକାର କରନ୍ତୁ, ଯେପରିକି କୌଣସି ବାହାରର ଆଲୋକ ଘର ମଧ୍ୟକୁ ପ୍ରବେଶ ନ କରେ ।

Get real time updates directly on you device, subscribe now.