fbpx

ଯେଉଁମାନେ ରାତି ଗୋଟାଏ ପରେ ଶୁଅନ୍ତି, ସେମାନଙ୍କଠାରେ ଦେଖାଯାଏ ମାନସିକ ସ୍ୱାସ୍ଥ୍ୟ ଜନିତ ସମସ୍ୟା: ଷ୍ଟଡି

ସାଧାରଣତଃ ଶୁଣିଥିବେ ପର୍ଯ୍ୟାପ୍ତ ମାତ୍ରାରେ ଶୋଇବା ଶରୀର ପାଇଁ ଲାଭଦାୟକ । ଏହାଦ୍ୱାରା ଶରୀର ସୁସ୍ଥ ରହିବା ସହ ବିଭିନ୍ନ ରୋଗରୁ ମଧ୍ୟ ଦୂରେଇ ରହିଥାଏ । ମାତ୍ର ବିଳମ୍ବିତ ରାତି ଯାଏଁ ଅନିଦ୍ରା ରହିବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ଲାଗି ରହିଥାଏ । ରାତିରେ ବିଳମ୍ବରେ ଶୋଇ ୮ ଘଣ୍ଟା ନିଦରେ ନଶୋଇଲେ ବିଭିନ୍ନ ରୋଗର କାରଣ ପାଲଟିଥାଏ ।

ଏହା କେବଳ ଶାରିରୀକ ନୁହେଁ ବରଂ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।

ଏକ ଅଧ୍ୟୟନ ଅନୁଯାୟୀ, ଯେଉଁମାନେ ରାତି ଗୋଟାଏ ପରେ ଶୋଇ ଥାଆନ୍ତି, ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖା ଦେଇଥାଏ । ଗବେଷକ ମାନେ ପ୍ରାୟ ୭୩,୮୮୮ ଲୋକଙ୍କ ତଥ୍ୟର ବିଶ୍ଲେଷଣ କରିଛନ୍ତି । ସେମାନଙ୍କ ନିଦର ଅଭ୍ୟାସ, କେତେ ସମୟ ଶୋଇ ଥାଆନ୍ତି, ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ କିପରି ଆଦି ତଥ୍ୟ ସଂଗ୍ରହ କରିଥିଲେ ।

ଗବେଷଣାର ଫଳାଫଳ ଆଶ୍ଚର୍ଯ୍ୟ ଜନକ । ଗବେଷକ ମାନେ କହିଛନ୍ତି, ରାତି ୧ଟା ପରେ ଶୋଇଲେ, ସେମାନଙ୍କ ନିକଟରେ ମାନସିକ ଦୁଃଶ୍ଚିନ୍ତା, ଶିରାପ୍ରଶିରା ଜନିତ ସମସ୍ୟା, ଅବସାଦ ଆଦି ସମସ୍ୟା ଅଧିକ ଦେଖାଦେଇଛି ।

ଅଧ୍ୟୟନ ଅନୁଯାୟୀ, ଯେଉଁମାନେ ଶୀଘ୍ର ଉଠନ୍ତି, ମାତ୍ର ବିଳମ୍ବିତ ରାତିରେ ଶୁଅନ୍ତି, ସେମାନଙ୍କ ନିକଟରେ ରାତି ଗୋଟାଏ ପରେ ଶୋଉଥିବା ବ୍ୟକ୍ତି ବିଶେଷ ଭଳି ମାନସିକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇଥାଏ । ତେଣୁ ବିଳମ୍ବରେ ଶୋଇବା ଅଭ୍ୟାସ ହିଁ ମାନସିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ।

ଡାକ୍ତରଙ୍କ କହିବାନୁଯାୟୀ, ନିଦ ମସ୍ତିଷ୍କ ଓ ଶରୀର ପାଇଁ ଇନ୍ଧନ ଭଳି । ବିଳମ୍ବିତ ରାତି ଯାଏଁ ଅନିଦ୍ରା ରହିବା ଦ୍ୱାରା ନିଦ ଚକ୍ର ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥାଏ । ଏହାର ପ୍ରଭାବ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପଡିଥାଏ । ମାତ୍ର ଏଥିରେ ସମ୍ପୂର୍ଣ୍ଣ ସ୍ପଷ୍ଟତା ମିଳି ନାହିଁ । ଆହୁରି ଅଧ୍ୟୟନର ଆବଶ୍ୟକତା ରହିଛି ବୋଲି କୁହାଯାଇଛି ।

କିଛି ଲୋକେ କହି ଥାଆନ୍ତି, ନିଦ ନ ଲାଗିବା କାରଣରୁ ରାତିରେ ବିଳମ୍ବରେ ଶୋଇ ଥାଆନ୍ତି । ଆପଣଙ୍କ ସହ ଏପରି ହେଉଥିଲେ, ପ୍ରତ୍ୟେକ ଦିନ ୭ ରୁ ୮ ମଧ୍ୟରେ ରାତ୍ରି ଭୋଜନ ଗ୍ରହଣ କରନ୍ତୁ । ସର୍ବଦା କମ୍‌ ତେଲ, ମସଲା ଯୁକ୍ତ ଖାଦ୍ୟ ପ୍ରସ୍ତୁତ କରନ୍ତୁ । ଅପରାହ୍ଣ ୫ଟା ପରେ ଚା’,କଫି ଆଦି ସେବନ କରନ୍ତୁ ନାହିଁ । ଶୋଇବାର ୩୦ ମିନିଟ୍‌ କିମ୍ବା ୧ ଘଣ୍ଟା ପୂର୍ବରୁ ଫୋନ୍‌, ଅନ୍ୟାନ୍ୟ ଡିଭାଇସର ବ୍ୟବହାର କରନ୍ତୁ ନାହିଁ । ଏହା ବଦଳରେ ବହି ପଢିପାରିବେ । ଏହା ଶରୀରକୁ ଅନେକ ରୋଗରୁ ଦୂରେଇ ରଖିଥାଏ ।

Get real time updates directly on you device, subscribe now.