fbpx

ଖରା ଦିନେ AC ଚଲାଉଛନ୍ତି କି ? ଜାଣନ୍ତୁ କେତେ ଡିଗ୍ରୀରେ ସଞ୍ଚୟ ହୋଇଥାଏ ବିଦ୍ୟୁତ୍‌

ଓଡ଼ିଶା ଭାସ୍କର: ସାଧାରଣତଃ ଖରା ଦିନ ଲୋକମାନଙ୍କୁ ଅଧିକ କଲବଲ କରିଥାଏ । ଖରାରୁ ଆଶ୍ୱସ୍ତି ପାଇଁ ସେମାନେ ଥଣ୍ଡା ଖାଦ୍ୟପେୟ ଗ୍ରହଣ କରିବା ପସନ୍ଦ କରିଥାନ୍ତି । ଏହା ସହ ଟିକିଏ ଛାଇ ପବନରେ ଆରାମ କରିଥାନ୍ତି । ଅଧିକାଂଶ ଲୋକମାନେ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ଘରେ, କାର୍ଯ୍ୟାଳୟ, ହୋଟେଲ ଇତ୍ୟାଦି ସ୍ଥାନରେ ACର ବ୍ୟବହାର କରିଥାନ୍ତି । କିନ୍ତୁ ଅନେକ ଲୋକଙ୍କୁ AC ଚଲାଇବାର ଉଚିତ ତାପମାତ୍ରା ବିଷୟରେ ଜଣାନଥାଏ । ଫଳରେ ଇଉର କାର୍ଯ୍ୟକ୍ଷମତା ଉପରେ ପ୍ରଭାବ ପଡ଼ିଥାଏ । ଏହା ସହ ବିଦ୍ୟୁତ ଖର୍ଚ୍ଚ ମଧ୍ୟ ଅଧିକ ହୋଇଥାଏ ।

ଅଧିକାଂଶ ଲୋକମାନେ AC ଅନ୍ କରିବା ମାତ୍ରେ ୧୮ କିମ୍ବା ୨୧ ଡିଗ୍ରୀରେ ରଖିଥାନ୍ତି । କିନ୍ତୁ ଏହା ଉଚିତ ଅଭ୍ୟାସ ନୁହେଁ । ଏହା ଦ୍ୱାରା ଅଧିକ ବିଦ୍ୟୁତ ଖର୍ଚ୍ଚ ହୋଇଥାଏ । କହିରଖୁଛୁ ୨୦୨୦ ମସିହାରେ ସରକାରଙ୍କ ଦ୍ୱାରା AC ପାଇଁ ଡିଫଲ୍ଟ ସେଟିଂକୁ ୨୪ ଡିଗ୍ରୀ କରାଯାଇଥିଲା । ବର୍ତ୍ତମାନ ଏକ୍ସପର୍ଟମାନେ ବି ମାନିଛନ୍ତି ଯେ AC ଚଲାଇବାର ସଠିକ୍ ତାପମାତ୍ରା ହେଉଛି ୨୪ ଡିଗ୍ରୀ । ଏହା ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଅଟେ । ଇଉର ତାପମାତ୍ରା ୨୪ ଡିଗ୍ରୀ ରହିଲେ ୬% ପର୍ଯ୍ୟନ୍ତ ବିଦ୍ୟୁତ ସଞ୍ଚୟ ହୋଇଥାଏ । ଅପରପକ୍ଷରେ ACକୁ କମ ତାପମାତ୍ରାରେ ଚଲାଇବା ଦ୍ୱାରା କମ୍ପ୍ରେସର ଉପରେ ଅଧିକ ଚାପ ପଡ଼ିଥାଏ ଏବଂ ଅଧିକ ବିଦ୍ୟୁତ ଖର୍ଚ୍ଚ ହୋଇଥାଏ ।

Get real time updates directly on you device, subscribe now.