fbpx

ସତରେ ସାପ ଦେହରେ ଥାଏ କି ‘ନାଗମଣି’? ମିଳିଥାଏ ଭଗବାନ ଶିବଙ୍କ ଆଶୀର୍ବାଦ: ଜାଣନ୍ତୁ କ’ଣ କହୁଛି ବିଜ୍ଞାନ…

ଓଡ଼ିଶା ଭାସ୍କର: ପୌରାଣିକ କଥାରୁ ଆରମ୍ଭ କରି ସିନେମା, ସବୁଠି ସାପ ଏବଂ ଏହାର ‘ନାଗମଣି’ ବିଷୟରେ ଆଲୋଚନା ହୋଇଛି । କୁହାଯାଏ କି, କିଛି ପ୍ରଜାତିର ସାପଙ୍କ ଦେହରେ ନାଗମଣି ରହିଥାଏ । ଯେପରିକି ଏକ ନିର୍ଦ୍ଦିଷ୍ଟ ବୟସରେ ପହଞ୍ଚିବା ପରେ କିଙ୍ଗ କୋବ୍ରାର ମସ୍ତିଷ୍କରେ ‘ନାଗମଣି’ର ଆବିର୍ଭାବ ହୋଇଥାଏ । ଏହା ଖୁବ ମୂଲ୍ୟବାନ ହୋଇଥାଏ, ଏବଂ ଏହାକୁ ହାସଲ କରିଥିବା ବ୍ୟକ୍ତି ସର୍ବଦା ଧନ-ସମ୍ପତ୍ତି ଏବଂ ଯଶ-ସମ୍ମାନର ଅଧିକାରୀ ହୋଇଥାନ୍ତି । ତେବେ ଏହି କଥା କେତେ ଦୂର ସତ? ପ୍ରକୃତରେ କ’ଣ ଏହି କାହାଣୀ ସତ ନା କାଳ୍ପନିକ? ଆସନ୍ତୁ ଜାଣିବା ଏହାକୁ ନେଇ କ’ଣ କହୁଛି ଆଜିର ବିଜ୍ଞାନ…

କୁହାଯାଏ ଯେ, ସ୍ୱାତୀ ନକ୍ଷତ୍ର ତିଥିରେ ଯେବେ ବର୍ଷାର ପାଣି ଟୋପା ସାପ ମୁହଁରେ ପଡ଼ିଲେ, ଏହା ନାଗମଣି ପାଲଟିଯାଏ । ଏହି ନାଗମଣି କିଙ୍ଗ କୋବ୍ରାର ପଣାରେ ସୃଷ୍ଟି ହୋଇଥାଏ । ନାଗମଣିକୁ ଭଗବାନ ଶିବଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ବୋଲି ମଧ୍ୟ ବିଶ୍ୱାସ ରହିଛି । ତେଣୁ କୋବ୍ରା କେବେ ବି ଏହାକୁ ନିଜ ଫଣାରୁ ବାହାରକୁ ବାହାର କରି ନଥାଏ । ଅନୁସାରେ, ସାପ ଦେହରେ ‘ନାଗମଣି’ ରହିବା ଖୁବ ବିବାଦୀୟ ରହିଛି । ତେବେ ବିଶେଷଜ୍ଞଙ୍କ କହିବା ଅନୁସାରେ, ସାପର ମୁଣ୍ଡ ଭିତରେ ନାଗମଣି ବା ମୋତି ସୃଷ୍ଟି କରିବାର ଧାରଣାକୁ ନେଇ କୌଣସି ବୈଜ୍ଞାନିକ ତଥ୍ୟ ମିଳିନାହିଁ । ଏହା ଲୋକକଥା ଏବଂ ଅନ୍ଧବିଶ୍ୱାସର ପରିଣାମ ମଧ୍ୟ ହୋଇ ଥାଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ବୈଜ୍ଞାନିକ ମାନଙ୍କ ମତ ଅନୁସାରେ, ମଣିଷମାନଙ୍କ ପରି ସାପମାନଙ୍କର ମଧ୍ୟ ପିତ୍ତରେ ମଧ୍ୟ ଷ୍ଟୋନ୍ ହୋଇଥାଏ । ବଡ଼ ବଡ଼ ଷ୍ଟୋନରୁ ପଥର ଖଣ୍ଡ ବାହାରି ଆସେ । ଏଭଳି ପରିସ୍ଥିତିରେ, ସାପର ଶରୀରରେ ଷ୍ଟୋନ ରହିଥିବାରୁ ଏଥିରୁ ଚୋଟ ଛୋଟ ପଥରଖଣ୍ଡ ବାହାରିଥାଇ ପାରେ । ଯାହାକୁ ‘ନାଗମଣି’ ବୋଲି ଆଖ୍ୟା ଦିଆଯାଇ ଥାଇପାରେ । ପରେ ଏହି ଭୁଲ ଧାରଣା ଲୋକମାନଙ୍କ ମନରେ ରହି ଯାଇଛି । ତେଣୁ ସାପ ଦେହରେ ‘ନାଗମଣି’ ଥାଏ ବୋଲି ବିଶ୍ୱାସ ବଢିଯାଇଛି ।

ଆଇଏଫଏସ୍ ଅଧିକାରୀ ସୁଧା ରମଣ ଏକ ଟୁଇଟରେ ନାଗାମଣି ଏବଂ ସାପକୁ ନେଇ ଏହି ପ୍ରସଙ୍ଗକୁ ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି । ସେ ଲେଖିଛନ୍ତି ଯେ, ଅନ୍ୟ ଜୀବଜନ୍ତୁଙ୍କ ପରି ସାପ ଦେହରେ ମଧ୍ୟ ମାଂସ ଏବଂ ହାଡ଼ରେ ଇତ୍ୟାଦି ରହିଛି। ସେମାନଙ୍କ ଶରୀରରେ କୋଷ ଏବଂ ମାଂସପେଶୀ ମଧ୍ୟ ଥାଏ । ତେଣୁ ଏପରି ନାଗମଣି କିମ୍ବା ଅନ୍ୟ କୌଣସି ମୂଲ୍ୟବାନ ପଥର ସାପ ଦେହରେ ରହିବା ଅସମ୍ଭବ । ଏହାବ୍ୟତୀତ ସାପ କାହାକୁ ସମ୍ମୋହିତ ମଧ୍ୟ କରିପାରିବେ ନାହିଁ ବୋଲି କହିଛନ୍ତି ସୁଦା ରମଣ । ନାଗମଣି ଭଳି ଭୁଲ ଧାରଣା ଯୋଗୁଁ ପ୍ରତିବର୍ଷ ହଜାର ହଜାର ସାପଙ୍କୁ ହତ୍ୟା କରାଯାଉଛି ।

ସେହିପରି ଡକ୍ଟର କୃଷ୍ଣ କୁମାରୀ ଛଲ୍ଲା ମଧ୍ୟ ନାଗାମଣିର ଏଭଳି ଦାବିକୁ ଖଣ୍ଡନ କରିଛନ୍ତି। ସେ ଲେଖିଛନ୍ତି ଯେ, ନାଗମଣି କିମ୍ବା ଭାଇପର୍ ଷ୍ଟୋନ୍ କିମ୍ବା ସ୍ନେକ ପର୍ଲ ଭଳି କୌଣସି ଜିନିଷ ନାହିଁ । ବରଂ ଏହା ଏକ ହାଡ କିମ୍ବା ସାମାନ୍ୟ ପଥର ହୋଇ ଥାଇପାରେ । ଆଫ୍ରିକା, ଦକ୍ଷିଣ ଆମେରିକା, ଭାରତ ଏବଂ ଅନ୍ୟାନ୍ୟ ଦେଶରେ ସାପ କାମୁଡ଼ିଲେ ଲୋକେ ଏହାକୁ ଔଷଧ ଭାବରେ ବ୍ୟବହୃତ କରିଥାନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ପ୍ରକୃତରେ ଏହି ପରମ୍ପରା ଚତୁର୍ଦ୍ଦଶ ଶତାବ୍ଦୀରୁ ଚାଲିଆସୁଛି, ତେଣୁ ଲୋକମାନେ ଏହାକୁ ନାଗମଣି ବୋଲି କରି ସାରିଛନ୍ତି ।

Get real time updates directly on you device, subscribe now.