fbpx

Toxic ଲୋକଙ୍କ ଠାରେ ଦେଖାଯାଏ ଏହି ଅଭ୍ୟାସ, ସମୟ ପୂର୍ବରୁ ତୁରନ୍ତ ଦୂରେଇ ଯା’ନ୍ତୁ

ଓଡ଼ିଶା ଭାସ୍କର: ଜୀବନରେ ଆମେ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିଥାଉ । ସମସ୍ତଙ୍କ ଚିନ୍ତାଧାରା ଭିନ୍ନ । ସେଥିମଧ୍ୟରୁ କେତେ ଜଣ ଭଲ ଥାନ୍ତି । ସେମାନଙ୍କ ବ୍ୟବହାର ଆମକୁ ଭଲ ଲାଗେ । ସେହିପରି ଆଉ କେତେ ଜଣ ମନ୍ଦ ଉଦ୍ଦେଶ୍ୟ ନେଇ ବନ୍ଧୁତା ସ୍ଥାପନ କରିଥାନ୍ତି । ସେମାନଙ୍କ ବ୍ୟବହାର ଆମକୁ ଆଘାତ ଦେଇଥାଏ । ଏମାନଙ୍କ ମଧ୍ୟରେ କିଛି Toxic ଲୋକ ମଧ୍ୟ ଥା’ନ୍ତି । ଏମାନଙ୍କୁ ସହଜରେ ଚିହ୍ନି ହୁଏ ନାହିଁ । ଜୀବନରେ Toxic ଲୋକଙ୍କ ଉପସ୍ଥିତି ଆମ ମାନସିକ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ଏଭଳି ଲୋକଙ୍କ ପାଇଁ ଆମେ ନିଜ ଦକ୍ଷତା ଉପରେ ସନ୍ଦେହ କରିଥାଉ । ପରିବାର, ସମ୍ପର୍କୀୟ, ସାଙ୍ଗସାଥି, ସହକର୍ମୀଙ୍କ ମଧ୍ୟରେ କିଛି Toxic ଲୋକମାନେ ମଧ୍ୟ ସାମିଲ ଥା’ନ୍ତି । ଏଭଳି ଲୋକଙ୍କ ଚିହ୍ନଟ କରି ଦୂରେଇ ଯିବା ହିଁ ଶ୍ରେୟସକର ଅଟେ । ତେବେ ଆସନ୍ତୁ ଜାଣିବା ମଧ୍ୟରେ କେଉଁ ସବୁ ଅଭ୍ୟାସ ଥାଏ ।

୧. କଣ୍ଟ୍ରୋଲ କରିବା: Toxic ଲୋକମାନେ ସବୁବେଳେ ଅନ୍ୟମାନଙ୍କୁ କଣ୍ଟ୍ରୋଲ କରିଥାନ୍ତି । ସେମାନଙ୍କ ଅନୁଯାୟୀ ସବୁ କାର୍ଯ୍ୟ ହେଉ ବୋଲି ଚାହିଁଥାନ୍ତି ।

୨. ମେନିପ୍ୟୁଲେସନ୍‌: ଅନ୍ୟମାନଙ୍କୁ ଆଘାତ ପହଞ୍ଚଇବା ଉଦ୍ଦେଶ୍ୟରେ ଏମାନେ କଥାବାର୍ତ୍ତା ଏପଟ ସେପଟ କରିପାରନ୍ତି । ଏମାନେ କେବଳ ନିଜ ମତଲବ ପାଇଁ ଏଭଳି କରିଥାନ୍ତି ।

୩. ଆପଣଙ୍କୁ ଖରାପ ଅନୁଭବ କରାଇବା: ଏଭଳି ଲୋକମାନେ ଆପଣଙ୍କ ମଧ୍ୟରେ ଭୁଲ ବାହାର କରିଥାନ୍ତି । ଏମାନେ ଆପଣଙ୍କୁ ଭୁଲ ପ୍ରମାଣିତ କରିବା ପାଇଁ ମଧ୍ୟ ପଛାଇନଥାନ୍ତି । ଏଭଳି ଲୋକଙ୍କ ଗହଣରେ ରହିଲେ ଆପଣମାନେ ନିଜ ଦକ୍ଷତା ଉପରେ ସନ୍ଦେହ କରିଥାନ୍ତି ।

୪. ଜଜ୍‌ମେଣ୍ଟାଲ: ଅନ୍ୟମାନଙ୍କୁ ଶୀଘ୍ର ଜଜ୍ (judge) କରିବା ଏଭଳି ଲୋକଙ୍କ ଏକ ଖରାପ ଅଭ୍ୟାସ ଥାଏ । ଏମାନେ କାହା ଭିତରେ ଭଲ ଗୁଣ ନ ଦେଖି ସବୁବେଳେ ନକାରାତ୍ମକ ଦିଗ ପ୍ରତି ଧ୍ୟାନ ଦେଇଥାନ୍ତି ।

୫. କ୍ରୋଧ ଉପରେ ନିୟନ୍ତ୍ରଣ: ଏଭଳି ଲେକମାନେ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ କରିପାରନ୍ତି ନାହିଁ । ସ୍ଥାନ, କାଳ ଓ ପାତ୍ର ବିଷୟରେ ନ ବୁଝି ଅପଣଙ୍କୁ ଅପମାନିତ କରିପାରନ୍ତି । କ୍ରୋଧ ଦ୍ୱାରା ଏମାନଙ୍କ ସ୍ୱଭାବ ବିଷୟରେ ଜଣାପଡ଼ିଥାଏ ।

୬. ଆତ୍ମ କେନ୍ଦୀୟ: Toxic ଲୋକମାନେ କେବଳ ନିଜ ବିଷୟରେ ଚିନ୍ତା କରିଥାନ୍ତି । ପ୍ରତ୍ୟେକ ଜିନିଷକୁ ନିଜ ଦୃଷ୍ଟିକୋଣରୁ ଦେଖିଥାନ୍ତି । ଏଭଳି ଲୋକମାନେ କେବଳ ନିଜ ବିଚାର ଏବଂ ନିଷ୍ପତ୍ତିକୁ ଠିକ୍ ବୋଲି ଭାବିଥାନ୍ତି । ଏମାନଙ୍କ ପ୍ରତ୍ୟେକ କଥାରେ ହଁ କହୁଥିବା ବ୍ୟକ୍ତିକୁ ପସନ୍ଦ କରିଥାନ୍ତି ।

୭. ନକାରାତ୍ମକତା: ଏମାନେ ପ୍ରତ୍ୟେକ ବିଷୟ ଏବଂ ସ୍ଥିତିରେ ନକାରାତ୍ମକ ହିଁ ଚିନ୍ତା କରିଥାନ୍ତି । ସକାରାତ୍ମକ ଚିନ୍ତାଧାରା ଠାରୁ ଦୂରେଇ ରୁହନ୍ତି । ଏହି ନକାରାତ୍ମକତା ଆପଣଙ୍କ ଜୀବନକୁ ପ୍ରଭାବିତ କରିଥାଏ । ଆପଣଙ୍କ ନିଷ୍ପତ୍ତି ନେବା କ୍ଷମତାକୁ ହ୍ରାସ କରିଥାଏ ।

 

Get real time updates directly on you device, subscribe now.