ବର୍ତ୍ତମାନ ଚାଲିଛି ଶୀତଋତୁ । ଏହି ଋତୁରେ ସାବଧାନ ହୋଇ ଚଳିବାକୁ ପଡିଥାଏ । ନହେଲେ ଅନେକ ପ୍ରକାରର ରୋଗ ଦେଖାଦେଇଥାଏ । ଯେମିତିକି ଥଣ୍ଡା, କାଶ, ଛିଙ୍କ ଇତ୍ୟାଦି । ଏତିପ୍ରତି ଯତ୍ନ ହୋଇ ରହିବା ନିହାତି ଆବଶ୍ୟକ । ଶୀତଋତୁରେ ଅନେକ ପ୍ରକାରର ରୋଗ ହେଉଛି ହେଲେ ବି ଲୋକେମାନେ ସଚେତନ ହେଉନାହାଁନ୍ତି । ଜାଣିଶୁଣି ରୋଗରେ ଆକ୍ରାନ୍ତ ହେଉଛନ୍ତି ।
ଶୀତଋତୁରେ ଗରମ ପାଣି ବ୍ୟବହାର କରିବା ଆବଶ୍ୟକ, ଯାହା ଶରୀରକୁ ସୁସ୍ଥ ରଖିବା ଅନେକ ରୋଗ ପ୍ରତିରୋଧକ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ । ଏହାସହ ଏହି ଋତୁରେ ଶୀତ ବସ୍ତ୍ର ପିନ୍ଧିବା ନିହାତି ଆବଶ୍ୟକ । କାହିଁକି ନା ଶୀତ ବସ୍ତ୍ର ଶରୀରକୁ ବହୁତ ଆରାମ ପ୍ରଦାନ କରିଥାଏ ।
ଆପଣମାନେ ଜାଣିଛନ୍ତି କି ଶୀତଋତୁରେ କିଛି ଲୋକ ଅଛନ୍ତି, ଯେଉଁମାନେ ଥଣ୍ଡା ପାଣି ପିଇଥାନ୍ତି ଅର୍ଥାତ୍ ଫ୍ରିଜ୍ ପାଣି ବ୍ୟବହାର କରିଥାନ୍ତି । ହେଲେ ଜାଣି ନଥାନ୍ତିସ ଯେ ଏହି ଥଣ୍ଡା ପାଣି ଶରୀର ପାଇଁ କେତେ କ୍ଷତିକାରକ ହୋଇଥାଏ । ଶୀତଋତୁରେ ଥଣ୍ଡାପାଣି ସେହିମାନେ ବ୍ୟବହାର କରିଥାନ୍ତି ଯେଉଁମାନଙ୍କର ଶରୀର ସବୁବେଳେ ଗରମ ରହିଥାଏ । ଏହାସହ ଲୋକେ ଟେନସନରେ ଥିଲେ ମଧ୍ୟ ଥଣ୍ଡାପାଣି ପିଇଥାନ୍ତି । କାହିଁକି ନା ତାଙ୍କୁ ଥଣ୍ଡା, ଗରମ କିଛି ଜଣା ପଡି ନଥାଏ । ଏହାସହ ଏଭଳି କିଛି ଲୋକ ଅଛନ୍ତି ଯେଉଁମାନଙ୍କର ଗୁଣ ହେଉଛି କି ସବୁ ସମୟରେ ଥଣ୍ଡାପାଣି ପିଇଥାନ୍ତି । ସେ ଗରମ ଦିନ ହେଉ କି ଶୀତଦିନ । କିନ୍ତୁ ଏଭଳି ପରିସ୍ଥିତିରେ ଥଣ୍ଡାପାଣି ପିଇବା ଦ୍ୱାରା କେତେ କ୍ଷତି ହୋଇଥାଏ ତାହା ସେ ଜାଣି ନଥାନ୍ତି । ତେବେ ଆସନ୍ତୁ ଜାଣିବା ଥଣ୍ଡା ପାଣି ପିଇବା ଦ୍ୱାରା ଶରୀରରେ କେଉଁ ପ୍ରକାରର ଅସୁବିଧା ସୃଷ୍ଟି ହୋଇଥାଏ ।
୧. ଦୁର୍ବଳ ଲାଗିବା : ଯଦି ଆପଣ ଏହି ଋତୁରେ ଥଣ୍ଡାପାଣି ପିଅନ୍ତି ତେବେ ଏହା ଆପଣଙ୍କ ଶରୀରକୁ ବହୁତ ଦୁର୍ବଳ କରିଥାଏ ଏବଂ ଭୋକ ସମସ୍ୟା ମଧ୍ୟ ବଢ଼ାଇଥାଏ । ଥଣ୍ଡା ପାଣି ପିଇଲେ ଲୋକେମାନେ ଭାବନ୍ତି ଯେ ଦେହକୁ ଆରାମ ମିଳେ ହେଲେ ଜାଣନ୍ତି ନାହିଁ ଯେ ଏହା ଶରୀରକୁ କେତେ ଦୁର୍ବଳ କରିଥାଏ । ଥଣ୍ଡାପାଣି ପିଇବା ଦ୍ୱାରା ଭୋକ ଅଧିକ ଲାଗିଥାଏ ଯେଉଁ କାରଣରୁ ଆମେ ଅଧିକ ଖାଇଥାନ୍ତି । ଏହି ଖାଇବା ଫଳରେ ଆମର ଓଜନ ବୃଦ୍ଧି ହେବାରେ ଲାଗିଥାଏ ।
୨. ଅନ୍ତନଳୀରେ କ୍ଷତି : ଥଣ୍ଡାପାଣି ପିଇବା ଦ୍ୱାରା ଅନ୍ତନଳୀ ଉପରେ ପ୍ରଭାବ ପଡିଥାଏ । ଏହି କାରଣରୁ ହଜମ ପ୍ରକ୍ରିୟାରେ ଅସୁବିଧା ସୃଷ୍ଟି ହୋଇଥାଏ । ଏପରି ପରିସ୍ଥିତିରେ ପେଟ ଯନ୍ତ୍ରଣା, ଗ୍ୟାସ ଏବଂ କୋଷ୍ଠକାଠିନ୍ୟ ସମସ୍ୟା ଦେଖାଦେଇଥାଏ । ଯାହା ପାଇଁ ଆପଣଙ୍କୁ ସୁଦ୍ଧ ପାଣି ପିଇବା ନିହାତି ଆବଶ୍ୟକ ।
୩. ଶୀତ, କାଶ ଏବଂ ଥଣ୍ଡା : ଏହି ଋତୁରେ ସାଧାରଣ ଭାବରେ ଅଧିକ ଥଣ୍ଡା ଲାଗିଥାଏ । ଯଦି ଏହି ସମୟରେ ଆମେ ଥଣ୍ଡା ପାଣି ପିଇବା ତେବେ ଥଣ୍ଡା, କାଶ, ଛିଙ୍କ ଇତ୍ୟାଦି ଲାଗି ରହିବ । ଏହି ନିମନ୍ତେ ଆପଣଙ୍କୁ ଶୀତଋତୁରେ ଉଷୁମ ପାଣି ପିଇବା ନିହାତି ଆବଶ୍ୟକ ।