fbpx

ବାରମ୍ବାର ମାଉଥୱାସ୍ ବ୍ୟବହାର କରୁଛନ୍ତି କି? ଭୋଗିବେ ଏହି ସମସ୍ୟା

Advertisement

ବିଶ୍ୱବ୍ୟାପୀ ମୃତ୍ୟୁର ଏକ ପ୍ରମୁଖ କାରଣ ହେଉଛି କର୍କଟ । ୨୦୨୦ରେ ୧୦ ମିଲିୟନରୁ ଅଧିକ ଲୋକ କର୍କଟ ରୋଗରେ ପ୍ରାଣ ହରାଇଥିଲେ । ବିଶେଷକରି ସ୍ତନ କର୍କଟ, ଫୁସଫୁସ କର୍କଟ, କୋଲୋନ୍ କର୍କଟ ଏବଂ ଟେଷ୍ଟିକୁଲାର କର୍କଟ ହେଉଛି କର୍କଟର ବିଭିନ୍ନ ପ୍ରକାର ଯାହାକି ଅଧିକାଂଶ ଲୋକଙ୍କୁ ପ୍ରଭାବିତ କରିଥାଏ । କର୍କଟ କୋଷର ବିଳମ୍ବ ଚିହ୍ନଟ ହେଲେ ଚିକିତ୍ସାରେ ବିଳମ୍ବ ହୁଏ । ଶରୀରରେ କର୍କଟ କୋଷର ବୃଦ୍ଧି ହେତୁ ଏହି ରୋଗର ବିକଶିତ ହୋଇଥାଏ ଏବଂ କିଛି ଜିନିଷ ଅଛି ଯାହା କର୍କଟ କୋଷକୁ ସକ୍ରିୟ କରିଥାଏ । ସେଥିମଧ୍ୟରୁ ଗୋଟିଏ ହେଉଛି ମାଉଥୱାସ୍(ପାଟି ଧୋଇବାରେ ବ୍ୟବହାର କରାଯାଉଥିବା ତରଳ ପଦାର୍ଥ) ।

ନିକଟରେ ମେଡିକାଲ ମାଇକ୍ରୋବାୟୋଲୋଜିର ଜର୍ନାଲରେ ପ୍ରକାଶିତ ବେଲଜିୟମର ଏକ ନୂତନ ଅନୁସନ୍ଧାନ ଅନୁଯାୟୀ, ଯଦି ଜଣେ ବ୍ୟକ୍ତିଙ୍କ ଶରୀରରେ ୩ ମାସ ପର୍ଯ୍ୟନ୍ତ ମାଉଥୱାସ୍ ବ୍ୟବହାର କରନ୍ତି ତେବେ ଦୁଇଟି ଜୀବାଣୁ ଫ୍ୟୁସୋବ୍ୟାକ୍ଟେରିୟମ୍ ନ୍ୟୁକ୍ଲିଏଟ୍ ଏବଂ ଷ୍ଟ୍ରେପଟୋକୋକସ୍ ଏଞ୍ଜିନୋସସ୍ ବ୍ୟକ୍ତିର ଶରୀରରେ ବଢିଯାଇଥାଏ । ଏହି ଦୁଇଟି ଜୀବାଣୁ କର୍କଟ ସହିତ ଜଡିତ ।

ମାଉଥୱାସରେ ରହିଥାଏ ଆଲକୋହଲ

ଅନୁସନ୍ଧାନ ଅନୁଯାୟୀ, କିଛି ମାଉଥୱାସରେ ଆଲକୋହଲ ରହିଥାଏ । ଏହା ପାଟିର ପତଳା ସ୍ତରକୁ ନଷ୍ଟ କରି ପାଟିରେ କ୍ଷତିକାରକ ଜୀବାଣୁ ସୃଷ୍ଟି କରିଥାଏ । ବାସ୍ତବରେ ମାଉଥୱାସ୍ କ୍ଷେତ୍ରରେ, ଶରୀର ଆଲକୋହଲ କିମ୍ବା ଇଥାନାଲକୁ ଭାଙ୍ଗି ଏହାକୁ ଏସିଟେଲଡିହାଇଡ୍ ନାମକ ଏକ ଯୌଗିକରେ ପରିଣତ କରିଥାଏ । ଏହା ଏକ କାର୍ସିନୋଜେନ କର୍କଟ ସୃଷ୍ଟି କରୁଥିବା ପଦାର୍ଥ ଯାହା ଡିଏନ୍ଏ ଏବଂ କୋଷିକାକୁ କ୍ଷତି ପହଞ୍ଚାଇଥାଏ ।

ପାଟିକୁ ଶୁଖିଲା କରିଥାଏ ମାଉଥୱାସ୍
ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ, ଯେଉଁମାନେ ମାଉଥୱାସର ଅଧିକ ବ୍ୟବହାର କରନ୍ତି, ସେମାନଙ୍କର ପାଟି ଶୁଖିଯାଏ ଏବଂ ଲାଳର ଉତ୍ପାଦନ ମଧ୍ୟ କମିଯାଏ । ଯେଉଁ କାରଣରୁ କ୍ଷତିକାରକ ଜୀବାଣୁ ମରିଯାଆନ୍ତି । କେବଳ ଏତିକି ନୁହେଁ, ଏହି ମାଉଥୱାସର ବ୍ୟବହାର ଦ୍ୱାରା ପାଟିରେ ଫୁଲୁଥିବା ଭାଗକୁ ଠିକ୍ କରିଥାଏ ।

୨୦୦୯ରେ ଏକ ଅଷ୍ଟ୍ରେଲୀୟ ଅନୁସନ୍ଧାନରୁ ଏହା ଜଣାପଡିଛି ଯେ, ମାଉଥୱାସରେ ରହିଥିବା ଆଲକୋହଲ କର୍ସିନୋଜେନିକ୍ କର୍କଟ ରୋଗର ଆଶଙ୍କା ବଢାଇଥାଏ ।

ପାଟିରେ କର୍କଟ ରୋଗର ଅନ୍ୟ ବିପଦ:

ମାଉଥୱାସ୍ ଅପେକ୍ଷା କେଉଁ ଜିନିଷରୁ ଦୂରେଇ ରହିବା ଉଚିତ ସେ ସମ୍ବନ୍ଧରେ ବିଶେଷଜ୍ଞମାନେ କହିଛନ୍ତି ଯେ, ତମାଖୁ ଚୋବାଇବା, ପାନ ଖାଇବା, ମଦ୍ୟପାନ କରିବା ଇତ୍ୟାଦି ଠାରୁ ଦୂରେଇ ରୁହନ୍ତୁ । ଏସବୁ କର୍କଟ ରୋଗର ଆଶଙ୍କା ବଢାଇଥାଏ ଏବଂ ପାଟି କର୍କଟ ରୋଗକୁ ଆହୁରି ଗୁରୁତର କରିଥାଏ ।

Get real time updates directly on you device, subscribe now.