fbpx
BSKY
BJD YOUTH SKY
BJD MS SKY

ଆପଣ ଏହିସବୁ ଜିନିଷ ବ୍ୟବହାର କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ, ନଚେତ ଆପଣଙ୍କୁ ହୋଇପାରେ କ୍ୟାନ୍ସରର ଭୟ

କ୍ୟାନ୍ସର ପରି ମାରାତ୍ମକ ରୋଗ ସାରା ବିଶ୍ୱରେ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଫଳରେ ଏହି ରୋଗରେ ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଉଛି । କ୍ୟାନ୍ସର ପାଇଁ ବୈଜ୍ଞାନିକମାନେ ଅନେକ ପ୍ରକାର ଉପଚାର ବାହାର କରିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ସଠିକ୍ ନିକାରଣ ବାହାରି ପାରି ନାହିଁ । ତେବେ କ୍ୟାନ୍ସର ପାଇଁ ଲୋକେ ମଦ ସିକାରେଟ ତମ୍ବାକୁ ଆଦିକୁ ଦାୟୀ କରିଥାନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆମେ ରୋଷେଇଘରେ ବ୍ୟବହାର କରୁଥିବା କିଛି ଜିନିଷ ପାଇଁ ମଧ୍ୟ କ୍ୟାନ୍ସର ହେବାର ଆଶଙ୍କା ରହିଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ଜିନିଷ ବିଷୟରେ…

ରୋଷେଇଘରେ ଥିବା ଏହି ଜିନିଷ ହୋଇପାରେ କ୍ୟାନ୍ସରର କାରଣ:

ଟି ବ୍ୟାଗର ସେବନ: ଆଜିକାଲି ଅନେକ ଲୋକେ ଟିବ୍ୟାଗ୍ ମଧ୍ୟମରେ ଚାହା ସେବନ କରିଥାନ୍ତି । ଖାସ କରି ସହରାଞ୍ଚଳରେ ବସବାସ କରୁଥିବା ଲୋକେ ଏହାର ସେବନ ଅଧିକ ମାତ୍ରାରରେ କରିଥାନ୍ତି । କିନ୍ତୁ ଏହି ଟି-ବ୍ୟାଗ୍ ଆପଣଙ୍କ ସ୍ୱାସ୍ଥ୍ୟପ୍ରତି ବିପଦ ହୋଇପାରେ । କାରଣ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ଏହି ଟି-ବ୍ୟାଗରେ ଚଉଠ, ଖାଦ୍ୟ ଗ୍ରେଡ୍ ନାଇଲନ୍ ଏବଂ ନାନୋ ପ୍ଲାଷ୍ଟିକ୍ ଥାଏ । ଯେତେବେଳେ ଏହି ଚା ବ୍ୟାଗକୁ ଗରମ ପାଣିରେ ବୁଡିଯାଏ, ସମସ୍ତ ତିନୋଟି ଯାକ ଯୌଗିକ ଭାଙ୍ଗିବା ଆରମ୍ଭ କରେ । ଫଳରେ ସେଥିବା ଥିବା କର୍କିନୋଜେନ ନାମକ ଏକ ପଦାର୍ଥ ସକ୍ରିୟ ହୋଇଯାଏ । ଯହାକି ଶରୀରେ କର୍କଟ ବା କ୍ୟାନ୍ସର ରୋଗ ସୃଷ୍ଟି କରିବାରେ ସାହାଯ୍ୟ କରେ । ଯଥା ସମ୍ଭବ ଏହି ଟି-ବ୍ୟାଗ୍ ଗ୍ୱାରା ଚାହା ସେବନ ଠାରୁ ଦୂରେଇ ରୁହନ୍ତୁ ।

ନନଷ୍ଟିକ ବାସନ ବ୍ୟବହାର: ଆଜିକାଲି ଅଧିକାଂଶ ଲୋକେ ରୋଷେଇ ସମୟରେ ନନଷ୍ଟିକ ବାସନ ବ୍ୟବହାର କରିଥାନ୍ତି । ଯାହାକୁ ଅନେକ ପ୍ରକାର ରାସାୟନିକ ପଦାର୍ଥ ବ୍ୟବହାର କରି ତିଆରି କରାଯାଏ । ଏହିପରି ରାସାୟନିକ ପଦାର୍ଥକୁ ପର୍ଫ୍ଲୁଏକ୍ଟେନ୍ ସଲଫେଟ୍ କୁହାଯାଏ । ତେବେ ଏହିପରି ରାସାୟନିକ ପଦାର୍ଥ ସାମ୍ପୁ, ୱାଟରପ୍ରୁଫ୍ ପୋଷାକ, ସଫେଇ ଦ୍ରବ୍ୟ ଏବଂ ଅଣ-ଷ୍ଟିକ୍ କୁକୱେୟାରରେ ମିଳିଥାଏ । ତେଣୁ ଏହି ନନଷ୍ଟିକ ବାସନରେ ରୋଷେଇ କରିବା ଦ୍ୱାରା ଏଥିରେ ଥିବା ରାସୟନିକ ପଦାର୍ଥ ଧୀରେ ଧୀରେ ଶରୀରକୁ ଯାଇଥାଏ । ଯେଉଁଥିପାଇଁ କର୍କଟ ରୋଗ ହେବାର ଆଶଙ୍କା ବଢିଥାଏ । ତେଣୁ ଏହି ବାସନ ଠାରୁ ଦୂରେଇ ରହିବା ଆବଶ୍ୟକ ।

ପ୍ଲାଷ୍ଟିକ୍ ଲଞ୍ଚବକ୍ସ (ମଧ୍ୟାନ ଭେଜନ ବାକ୍ସ): ଆଜିକାଲି ବଜାରରେ ବିଭିନ୍ନ ପ୍ରକାର ଲଞ୍ଚବକ୍ସ ମିଳିଥାଏ । ଖାସ କରି ନୂଆ ନୂଆ ଡିଜାଇନର ପ୍ଲାଷ୍ଟିକ ଲଞ୍ଚ ବକ୍ସକୁ ଲୋକେ ଅଧିକ ପସନ୍ଦ କରିଥାନ୍ତି ଏବଂ ସେଥିରେ ଖାଦ୍ୟ ନେଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଏହି ପ୍ଲାଷ୍ଟିକ୍ ଲଞ୍ଚବକ୍ସ ତିଆରି କରିବା ପାଇଁ ପ୍ରଥମେ ଏହାକୁ କଠିନ କରାଯାଏ ।ଯେଉଁଥିପାଇଁ ଏଥିରେ ବିସଫେନୋଲ ଏ (ବିପିଏ) ନାମକ ଏକ ରାସାୟନିକ ପଦାର୍ଥ ବ୍ୟବହାର କରାଯାଏ । ଯେତେବେଳେ ଆପଣ ଏହି ପାତ୍ରରେ ଗରମ ଖାଦ୍ୟ ରଖନ୍ତି ସେତେବେଳେ,ଏହି ରାସାୟନିକ ପଦାର୍ଥ ମଧ୍ୟ ତରଳିଯାଏ ଏବଂ ଖାଦ୍ୟରେ ମିଶ୍ରଣ ଆରମ୍ଭ କରେ । ଯେଉଁଥିପାଇଁ ଧୀରେ ଧୀରେ କର୍କଟ ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ସେଥିପାଇଁ ଆପଣ ଏହିପରି ପ୍ଲାଷ୍ଟିକ୍ ବାସନରୁ ଦୂରେଇ ରହିବା ସ୍ୱାସ୍ଥ୍ୟପାଇଁ ଲାଭ ଦାୟକ ହେବ ।

ଡବାରେ ରଖିଥିବା ପୁରୁଣା ମସଲା: ଅନେକ ଲୋକେ ଏକକାଳୀନ ବିଭିନ୍ନ ପ୍ରକାର ମସଲା ଆଣିଥାନ୍ତି ଏବଂ ତାକୁ ଡବାରେ ପୁରାଇ ବହୁ ଦିନ ରଖିଦିଅନ୍ତି । ଯେଉଁକାରଣରୁ ମସଲା ଗୁଡୁକ ରହିରହି ଖରାପ ହୋଇଯାଏ । ତେବେ ଏହି ଖରାପ ମସଲାକୁ ଯଦି ଖାଦ୍ୟରେ ବ୍ୟବହାର କରିବା ଦ୍ୱାରା ଫୁଡ ପୟୋଜିନିଙ୍ଗ ହୋଇଯାଏ । ଯାହାକି ପରବର୍ତ୍ତୀ ସମୟରେ କ୍ୟାନ୍ସର ରୋଗର କାରଣ ମଧ୍ୟ ହୋଇପାରେ । ତେଣୁ ଏପରି ଖରାପ ମସଲା ଠାରୁ ଦୂରେଇ ରୁହନ୍ତୁ ।

Get real time updates directly on you device, subscribe now.