fbpx
BSKY
BJD YOUTH SKY
BJD MS SKY

ଓଟିଟିରେ ରିଲିଜ ହେବାକୁ ଯାଉଛି କାନ୍ତାରା ଫିଲ୍ମ, ଜାଣନ୍ତୁ ଏହା କେବେ ଏବଂ କେଉଁ ପ୍ଲାଟଫର୍ମରେ ରିଲିଜ ହେବ

ନୂଆଦିଲ୍ଲୀ: ଆଜିକାଲି କେଉଁ ଚଳଚ୍ଚିତ୍ର ଫ୍ଲପ ହେଉଛି ତ କେଉଁ ଚଳଚ୍ଚିତ୍ରକୁ ଲୋକେ ସୁପରହିଟ ବନାଇ ଦେଉଛନ୍ତି । ବଲିଉଡରେ କିଛିଦିନ ହେବ ଫିଲ୍ମ ଗୁଡିକ ବୟ କଟ ହେବାରେ ଲାଗିଛି । ହେଲେ ଏହା ମଧ୍ୟରେ କନ୍ନଡ ଫିଲ୍ମ କାନ୍ତାରା ରିଲିଜ ହୋଇଥିଲା । ଯେତେବେଳେ ଏହି ମୁଭି ରିଲିଜ ହୋଇଥିଲା ସେତେବେଳେ ଫିଲ୍ମଟିକୁ ଦର୍ଶକଙ୍କ ଭଲପାଇବା ମିଳିବା ସହ ଫିଲ୍ମଟି ସୁପରହିଟ ହୋଇଥିଲା । କାନ୍ତାରା ଚଳଚ୍ଚିତ୍ରକୁ ଦର୍ଶକ ଏତେ ପରିପାଣରେ ଦେଖିଥିଲେ ଯାହାଦ୍ୱାରା ଏହା ବକ୍ସଅଫିସରେ ଜୋରଦାର ପଇସା କମାଇଥିଲା । ଏହି ଫିଲ୍ମ ସିନେମା ହଲରେ ବହୁତ ଦିନ ହେବ ପଡିସାରିଲାଣି ହେଲେ ଲୋକେ ଏହାକୁ ଓଟିଟିରେ ଦେଖିବାକୁ ଅପେକ୍ଷା କରିଛନ୍ତି । ତେବେ ବର୍ତ୍ତମାନ ଲୋକମାନଙ୍କ ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ଖୁବଶୀଘ୍ର କାନ୍ତାରା ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି ।

ସୂଚନା ଅନୁଯାୟୀ, ଓଟିଟି ପ୍ଲାଟଫର୍ମ ଆମାନଜ ପ୍ରାଇମରେ ଆସନ୍ତା ନଭେମ୍ବର ୨୪ତାରିଖରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମଟି ୩୦ ସେଫ୍ଟେମ୍ବର କନ୍ନଡ ଭାଷାରେ ରିଲିଜ ହୋଇଥିଲା । ଏହାପରେ ଅକ୍ଟୋବର ୧୪ତାରିଖରେ ହିନ୍ଦୀ ଭର୍ଜନରେ ରିଲିଜ ହେଲା । ଏହି ଫିଲ୍ମର ଲେଖକ ତଥା ନିର୍ଦ୍ଦେଶକ ହେଉଛନ୍ତି ଋଷଭ ସେଠୀ । ଏହାସହ ଋଷଭ ଏଥିରେ ଅଭିନୟ ମଧ୍ୟ କରିଛନ୍ତି ।

କନ୍ନଡ ଫିଲ୍ମ କାନ୍ତାରା ଆଇଏମଡିବି ରେ ୧୦ରୁ ୯.୫ ରେଟିଙ୍ଗରେ ଥିଲା । ଏହା କୌଣସି ଛୋଟ କଥା ନୁହେଁ, ଏହି ଆଇଏମଡିବିରେ କନ୍ତାରା ପଛରେ ଅଛନ୍ତି କେଜିଏଫ-୨ ଯାହାର ରେଟିଙ୍ଗ ଥିଲା ୮.୪, ସେହିପରି ଆରଆରଆର ମୁଭିର ରେଟିଙ୍ଗ ୮.୦ ଥିଲା । ତେବେ ୨୪ତାରିଖରେ ଓଓଟିରେ ରିଲିଜ ହେବ ନେଇ କୌଣସି ଅଫିସିଆଲ ନୋଟିସ ଆସିନାହିଁ ।

Get real time updates directly on you device, subscribe now.