ପାଦରେ କଳା ସୁତା ପିନ୍ଧୁଛନ୍ତି କି ? ଅଶୁଭ ପରିଣାମ ଭୋଗିଥାନ୍ତି ଏହି ରାଶିର ବ୍ୟକ୍ତି

ଓଡ଼ିଶା ଭାସ୍କର: ସାଧାରଣତଃ କୁଦୃଷ୍ଟିରୁ ରକ୍ଷା ପାଇବା ପାଇଁ ଅଧିକାଂଶ ବ୍ୟକ୍ତି ଶରୀରର ବିଭିନ୍ନ ଅଂଗରେ କଳା ସୁତା ବାନ୍ଧିଥାନ୍ତି । ଏହା ଆମକୁ ଆନେକ ନକାରାତ୍ମକ ଶକ୍ତିରୁ ରକ୍ଷା କରିଥାଏ ବୋଲି ବିଶ୍ୱାସ ରହିଛି । ଆଜିକାଲି ଗୋଟିଏ କଳା ସୁତା ବାନ୍ଧିବା ଫ୍ୟାଶନରେ ପରିବର୍ତ୍ତନ ହୋଇଯାଇଛି । କିନ୍ତୁ ଜ୍ୟୋତିଷଙ୍କ ଅନୁଯାୟୀ କଳା ରଂଗର ସମ୍ପର୍କ ଶନି ଦେବଙ୍କ ସହ ଜଡ଼ିତ । କିଛି ରାଶିଙ୍କ ପାଇଁ କଳା ରଂଗ ଅଶୁଭ ହୋଇଥାଏ । ତେଣୁ ସେମାନଙ୍କୁ କଳା ସୁତା ନ ପିନ୍ଧିବାକୁ ପରାମର୍ଶ ଦିଆଯାଇଥାଏ । ଏହା ଦ୍ୱାରା ସେମାନେ ଲାଭ ପରିବର୍ତ୍ତେ କ୍ଷତିର ସମ୍ମୁଖୀନ ହୋଇଥାନ୍ତି । ଏହା ବ୍ୟତୀତ ସେମାନଙ୍କୁ କଳା ରଂଗର ପୋଷାକ ପିନ୍ଧିବା ପାଇଁ ମଧ୍ୟ ବାରଣ କରାଯାଇଥାଏ । କିନ୍ତୁ କିଛି ବ୍ୟକ୍ତି ଏହାର ଅଶୁଭ ପରିଣାମ ବିଷୟରେ ଅନବିଜ୍ଞ ଥାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ରାଶିଙ୍କୁ ବେକ, ହାତ ଏବଂ ପାଦରେ କଳା ସୁତା ପିନ୍ଧିବା ଉଚିତ ନୁହେଁ ।

୧. ମେଷ ରାଶି: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କଳା ସୁତାର ସମ୍ପର୍କ ଶନି ଓ ରାହୁଙ୍କ ସହ ରହିଛି । ମେଷ ରାଶିର ସ୍ୱାମୀ ହେଉଛନ୍ତି ମଙ୍ଗଳ ଯିଏକି ଶନିଙ୍କ ଶତ୍ରୁ । ମେଷ ରାଶି ବ୍ୟକ୍ତି କଳା ସୁତା ପିନ୍ଧିଲେ ସାହସ ହ୍ରାସ ହୋଇଥାଏ । ଏହା ବ୍ୟକ୍ତି ଉପରେ ସକାରତ୍ମକ ପରିବର୍ତ୍ତେ ବିପରିତ ପ୍ରଭାବ ପକାଇଥାଏ । ବ୍ୟକ୍ତିର ଜୀବନରେ ନକାରାତ୍ମକ ଉର୍ଜ୍ଜାର ସଂଚାର ହେବା ସହ ଅସଫଳତାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ମେଷ ରାଶି ବ୍ୟକ୍ତି କଳା ପରିବର୍ତ୍ତେ ଲାଲ ରଂଗର ସୁତା ପିନ୍ଧିବାକୁ ପରାମର୍ଶ ଦିଆଯାଇଥାଏ ।

୨. ବୃଷ ରାଶି: ବୃଷ ରାଶିର ସ୍ୱାମୀ ହେଉଛନ୍ତି ଶୁକ୍ର । ଶୁକ୍ରର ରଂଗ ଧଳା । ତେଣୁ ଏହି ରାଶିର ବ୍ୟକ୍ତି କଳା ସୁତା ଧାରଣ କଲେ ଜୀବନରେ ସକାରାତ୍ମକ ଉର୍ଜ୍ଜା ପରିବର୍ତ୍ତେ ନକାରାତ୍ମକତା ଦେଖାଦେଇଥାଏ । ଏପରି କଲେ ଶୁକ୍ର ଗ୍ରହ ଦୁର୍ବଳ ହେବା ସହ କାର୍ଯ୍ୟରେ ବାଧା ଦେଖାଦିଏ । ଏହା ବ୍ୟତୀତ ବୈବାହିକ ଜୀବନ ପାଇଁ ମଧ୍ୟ ସମସ୍ୟା ଆଣିଥାଏ ।

୩. କର୍କଟ ରାଶି: କର୍କଟ ରାଶି ବ୍ୟକ୍ତିଙ୍କୁ କଳା ସୁତା ପିନ୍ଧିବା ଅଶୁଭ ପରିଣାମ ଦେଇଥାଏ । କର୍କଟ ରାଶି ଶନି ଦେବଙ୍କ ଶତ୍ରୁ ରାଶି ଭାବେ ବିବେଚିତ କରାଯାଇଛି । ତେଣୁ ଶନିଙ୍କ ପ୍ରଭାବରେ କାର୍ଯ୍ୟରେ ବାଧା ଦେଖାଯିବା ସହ ବ୍ୟକ୍ତି ମାନସିକ ଅଶାନ୍ତିର ସମ୍ମୁଖୀନ ହୋଇଥାଏ ।

୪. ସିଂହ ରାଶି: ସିଂହ ରାଶିଙ୍କ ସ୍ୱାମୀ ହେଉଛନ୍ତି ସୂର୍ଯ୍ୟ ଦେବ । ଶନି ଦେବଙ୍କ ସହ ଶତ୍ରୁତା ଯୋଗୁଁ ସିଂହ ରାଶିଙ୍କ ପାଇଁ କଳା ସୁତା ବାନ୍ଧିବା ଅଶୁଭ ହୋଇଥାଏ । ଆତ୍ମବିଶ୍ୱାସ ହ୍ରାସ ହେବା ସହ ପିତା ପୁତ୍ର ମଧ୍ୟ ଝଗଡ଼ାର କାରଣ ପାଲଟିଥାଏ ।

୫. ବିଛା ରାଶି: ବିଛା ରାଶିଙ୍କ ପାଇଁ କଳା ସୁତା ପିନ୍ଧିବା ଆର୍ଥିକ ସଂକଟର କାରଣ ପାଲଟିପାରେ । ବିଛା ରାଶିଙ୍କ ସ୍ୱାମୀ ମଙ୍ଗଳ ଯିଏକି ଶନି ଦେବଙ୍କ ଶତ୍ରୁ । ମଙ୍ଗଳ ଗ୍ରହ କଳା ରଂଗରୁ କ୍ରୋଧିତ ହୋଇଯାଆନ୍ତି ଏବଂ ଜୀବନରେ ଏହାର ନକାରାତ୍ମକ ପ୍ରଭାବ ଦେଖିବାକୁ ମିଳିଥାଏ । ଏହା ଦୁର୍ଭାଗ୍ୟ, ଅସୁସ୍ଥତା, ସମ୍ପର୍କରେ ଫାଟର କାରଣ ହୋଇଥାଏ ।

Get real time updates directly on you device, subscribe now.