fbpx

‘ରଙ୍ଗ ଦେ ତୁ ମୋହେ ଗେରୁଆ’ ଗୀତ ପାଇଁ ବାତିଲ ହେଲା ଅରିଜିତଙ୍କ କାର୍ଯ୍ୟକ୍ରମ ! ବିଜେପି କହିଲେ ଏହା ତ ହେବାର ଥିଲା

Advertisement

ନୂଆଦିଲ୍ଲୀ : ଗେରୁଆ ରଙ୍ଗ କୁ ନେଇ ରାଜନୀତି ଥମିବାର ନାଁ ନେଉ ନାହିଁ । ଯେତେବେଳେ ସମସ୍ତଙ୍କୁ ନିଜ ଇଚ୍ଛା ମୁତାବକ ପିନ୍ଧିବା, ଖାଇବାର ଅଧିକାର ରହିଛି, ଏବେ ରଙ୍ଗକୁ ନେଇ ରାଜନୀତି ଆହୁରୀ ଘନେଇବାରେ ଲାଗିଛି । କୋଲକାତାରେ ହେବାକୁ ଥିବା ଅରିଜିତ ସିଂଙ୍କ ଏକ କାର୍ଯ୍ୟକ୍ରମକୁ ଏବେ ବାତିଲ କରିବା ପରେ ଏହାକୁ ନେଇ ରାଜନୈତିକ ଟିପ୍ପଣୀର ଆଦାନ-ପ୍ରଦାନ ଆରମ୍ଭ ହୋଇ ଯାଇଛି । ସୂଚନାମୁତାବକ ନୂଆ ବର୍ଷ ଅବସରରେ କୋଲକାତାର ଇକୋ ପାର୍କରେ ପ୍ରସିଦ୍ଧ ପ୍ଲେବ୍ୟାକ୍ ଗାୟକ ଅରିଜିତ ସିଂଙ୍କ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଥିଲା, ଯାହା ବର୍ତ୍ତମାନ ବାତିଲ ହୋଇଛି। ଏହି ପ୍ରସ୍ତାବିତ କାର୍ଯ୍ୟକ୍ରମ ବାତିଲ ହେବା ପରେ ପଶ୍ଚିମବଙ୍ଗରେ ଏକ ରାଜନୈତିକ ବିବାଦ ଆରମ୍ଭ ହୋଇଛି। ବିଜେପି ଅଭିଯୋଗ କରିଛି ଯେ କୋଲକାତା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (KIFF) ର ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଅରିଜିତ ଲୋକପ୍ରିୟ ଗୀତ ‘ରଙ୍ଗ ଦେ ତୁ ମୋହେ ଗେରୁଆ’ ଗାଇଥିଲେ । ଯାହାପାଇଁ ତାଙ୍କୁ ଏହି ମୂଲ୍ୟ ଦେବାକୁ ପଡିଛି ।

ବର୍ତ୍ତମାନ କୋଲକାତାର ମେୟର ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ‘ପୋଲିସ ଅନୁଭବ କଲା ଯେ ଏହି କାର୍ଯ୍ୟକ୍ରମରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିପାରେ । ଅରିଜିତ ସିଂଙ୍କ ଶୋ ପାଇଁ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହେଉଥିଲେ ଏବଂ ଏତେ ପରିମାଣର ଦର୍ଶକଙ୍କୁ ପରିଚାଳନା କରିବା କଷ୍ଟକର ଥିଲା । ପୋଲିସ ଠିକ୍ ଅନୁଭବ କଲା ଯେ ସମ୍ମିଳନୀ ହଲ୍ ସମ୍ମୁଖରେ ଏପରି ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜନ କରିବା ଦ୍ୱାରା ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇପାରେ। ତେଣୁ ଏହାକୁ ବାତିଲ କରାଗଲା ।

ANI ଅନୁଯାୟୀ ରାଜ୍ୟ ମନ୍ତ୍ରୀ ତଥା କୋଲକାତା ମେୟର ଫିରହାଦ୍ ହକିମ ବୁଧବାର କହିଛନ୍ତି ଯେ ଜି -୨୦ କାର୍ଯ୍ୟକ୍ରମ ସହିତ ଅରିଜିତ ସିଂଙ୍କ କାର୍ଯ୍ୟକ୍ରମ ଥିଲା । ତେଣୁ ଏହାକୁ ବାତିଲ ହୋଇଛି । ଏହା ପଛରେ କୌଣସି ଗୀତର ସଂଯୋଗ ନାହିଁ । କୋଲକାତାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ହାକିମ କହିଛନ୍ତି ଯେ ଇକୋ ପାର୍କ ସମ୍ମୁଖରେ ଥିବା ସମ୍ମିଳନୀ ହଲରେ ଭାରତର ଜି -୨୦ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବହୁ ବିଦେଶୀ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦେବାର ସମ୍ଭାବନା ରହିଛି । ତେଣୁ ଏହା ବାତିଲ କରାଗଲା । ଏହାକୁ ନେଇ କୌଣସି ରାଜନୈତିକ ବିବାଦ ନ ଉପୁଜେଇବାକୁ ସେ ଅନୁରୋଧ କରିଛନ୍ତି ।

ହାକିମଙ୍କ ଅନୁଯାୟୀ ଅଭିନେତା ସଲମାନ ଖାନଙ୍କ ଆଉ ଏକ କାର୍ଯ୍ୟକ୍ରମକୁ ମଧ୍ୟ ବାତିଲ କରାଯାଇଛି । ଆଇନ ଶୃଙ୍ଖଳା ସମସ୍ୟା ହେତୁ ସଲମାନ ଖାନ ଏବଂ ଅରିଜିତ ସିଂଙ୍କ କାର୍ଯ୍ୟକ୍ରମକୁ ବାତିଲ କରିବାକୁ ପଡିଲା। ସୂଚନାମୁତାବକ ଅମିତାଭ ବଚ୍ଚନ, ଶାହରୁଖ ଖାନ ଏବଂ ରାନୀ ମୁଖାର୍ଜୀଙ୍କ ପରି ବଲିଉଡର ପ୍ରମୁଖ କଳାକାରମାନେ କୋଲକାତା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଯୋଗ ଦେଇଥିଲେ।

Get real time updates directly on you device, subscribe now.