ଶ୍ରୀମନ୍ଦିର ଜଗିବ ଆର୍ମଡ୍ ଭେଇକିଲ, ଡିଜିପି ୱାଇ.ବି ଖୁରାନିଆ ଦେଲେ ସୂଚନା

ଶ୍ରୀମନ୍ଦିର ସୁରକ୍ଷାରେ ମୁତୟନ ହେଲା ଆର୍ମଡ୍ ଭେଇକିଲ୍

ପୁରୀ: ପାଖେଇ ଆସୁଛି ରଥଯାତ୍ରା। ପ୍ରଭୁ ଲୀଳାମୟ ନିଜ ଲୀଳାଖେଳା ଦେଖାଇବା ପାଇଁ ବଡ଼ଦାଣ୍ଡକୁ ବିଜେ କରିବେ । ସେଥିପାଇଁ ସଜେଇ ହେଲାଣି ପୁରୀ ବଡଦାଣ୍ଡ । ତା ସହିତ କେତେ କେତେ ଭକ୍ତ ଏବଂ ପଣ୍ଡା ପଢ଼ିଆରୀ । ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିବା ତିକ୍ତତା ଯୋଗୁଁ ସମସ୍ତଙ୍କ ମନରେ ଡର ଯେ, କାଳେ ରଥଯାତ୍ରା ସମୟରେ ଆତଙ୍କବାଦୀମାନେ ପୁରୀରେ ପଶିଯିବେ କି !

ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ବେଶ୍ ଗୁରୁତ୍ୱ ଦିଆଯାଇଛି। ଆଜି ସକାଳେ ପୁରୀରେ ପୋଲିସ ଡିଜି ୱାଇ.ବି ଖୁରାନିଆ ପହଞ୍ଚିଥିଲେ। ରଥଯାତ୍ରା ସୁରକ୍ଷାକୁ ନେଇ ବଡ଼ ବୈଠକ ଆୟୋଜନ ହୋଇଛି। ଏଥିରେ ନିଷ୍ପତି ନିଆଯାଇଛି ଯେ, ଶ୍ରୀମନ୍ଦିର ଜଗିବେ ଆର୍ମଡ ଭେଇକିଲ।

ଶ୍ରୀମନ୍ଦିର ସୁରକ୍ଷାରେ ମୁତୟନ ହେଲା ଆର୍ମଡ୍ ଭେଇକିଲ୍।ସୁରକ୍ଷା ଅନୁଧ୍ୟାନ କଲେ ଖୋଦ ନିଜେ ଡିଜିପି ୱାଇବି ଖୁରାନିଆ। ଏଥିସହ ସ୍ନାନ ଯାତ୍ରା ଓ ରଥଯାତ୍ରା ନେଇ ମଧ୍ୟ ଅନୁଧ୍ୟାନ କଲେ । ତା ସହିତ ସମସ୍ତ ପ୍ରକାର ସୁରକ୍ଷା , ଶୃଙ୍ଖଳାର ସହ ଦର୍ଶନ , ଟ୍ରାଫିକ୍ ବ୍ୟବସ୍ଥା ନେଇ ବୈଠକ ମଧ୍ୟ ହୋଇଛି।