fbpx

ବଡ଼ ଖବର; ସମରାଭ୍ୟାସରେ କ୍ରାସ୍ ହେଲା ସେନା ହେଲିକପ୍ଟର: ଜେସଲମେରରେ ବଡ଼ ଅଘଟଣ

ନୂଆଦିଲ୍ଲୀ: ରାଜସ୍ଥାନର ଜେସଲମେର ଅଞ୍ଚଳରେ ଘଟି ଯାଇଛି ଏକ ବଡ଼ ଅଘଟଣ । ପୋଖରାନରେ ‘ଭାରତ ଶକ୍ତି’ରେ ସାମିଲ ହେବାକୁ ଥିବା ସେନା ବିମାନ ଦୁର୍ଘଟଣାର ଶିକାର ହୋଇଛି । ଦୁର୍ଘଟରା ଯୋଗୁଁ ଯୁଦ୍ଧ ବିମାନଟି କ୍ରାସ୍ ହୋଇଥିବା ଜାଣିବାକୁ ମିଳିଛି । ଏହି ହେଲିକପ୍ଟରଟି ପୋଖରାନରେ ହୋଇଥିବା ସମରାଭ୍ୟାସରେ ସାମିଲ ହେବାକୁ ଯିବା ସମୟରେ ଦୁର୍ଘଟରା ଘଟିଥିବା ଜଣାଯାଇଛି । ରାଜସ୍ଥାନର ଜେସଲମେର ସହରର ଜବାହାର କଲୋନୀ ନିକଟରେ କ୍ରାସ ହୋଇଛି । ତେବେ ଖବର ପାଇଁ ପୋଲିସ ଏବଂ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ତଦାରଖ କରିଛନ୍ତି । ଅନ୍ୟ ପକ୍ଷରେ ଭାରତୀୟ ଆର୍ମିର ତିନୋଟି ୱିଙ୍ଗ ଆଜି ‘ଭାରତ ଶକ୍ତି’ କାର୍ଯ୍ୟକ୍ରମରେ ଯୁଦ୍ଧାଭ୍ୟାସ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.