fbpx

NH-୧୬ ଉପରେ ଏମର୍ଜେନ୍ସି ଲ୍ୟାଣ୍ଡିଂ କଲା ବାୟୁସେନା ବିମାନ, ଦେଖନ୍ତୁ ଫଟୋ

Advertisement

ନୂଆଦିଲ୍ଲୀ: ଜାତୀୟ ରାଜପଥ ୧୬ରେ ପରୀକ୍ଷା ମୁଳକ ଭାବେ ଆପତ୍ତକାଳିନ ବିମାନ ଲ୍ୟାଣ୍ଡିଂ କରିଛି ଭାରତୀୟ ବାୟୁସେନା। ଆନ୍ଦ୍ରପ୍ରଦେଶର କୋରିଶାପାଡୁ ଅଞ୍ଚଳରେ ନିର୍ମିତ ୪.୧ କିଲୋମିଟର ଲମ୍ବ ନିର୍ମିତ ଆପତ୍ତିକାଳିନ ଲ୍ୟାଣ୍ଡିଂ ସ୍ଥଳରେ ସଫଳତାର ସହିତ ଏହି ପରୀକ୍ଷା କରାଯାଇଛି । ଏହି ପରୀକ୍ଷଣରେ ବାୟୁସେନାର ଏକ ପରିବହନ ବିମାନ ଏଏନ-୩୨, ଦୁଇଟି ସୁଖୋଇ ଲଢୁଆ ବିମାନ ଏବଂ ଦୁଇଟି ଲଢୁଆ ସେଜସ୍ ବିମାନ ଭାଗ ନେଇଥିଲେ ।

ପରୀକ୍ଷଣ ପରେ ଜଣେ ବାୟୁସେନା ଅଧିକାରୀ କହିଛନ୍ତି ଯେ, ବିମାନ ଲ୍ୟାଣ୍ଡି ପାଇଁ ରନୱେ ସମ୍ପୁର୍ଣ୍ଣ ଭାବେ ପ୍ରସ୍ତୁତ ଅଛି। ରନୱେ ଉପରକୁ ପଶୁ ପକ୍ଷୀମାନଙ୍କୁ ଆସିବାରୁ ରୋକିବା ପାଇଁ ସଡ଼କର ଦୁଇ ପାଶ୍ୱର୍ରେ ବାଡ଼ା ନିର୍ମାଣ ଜାରି ରହିଛି। ଏହା ସହିତ ରନୱେ ଉପରେ ପେଣ୍ଟିଂ ଆଦି କାର୍ଯ୍ୟ ପାଇଁ ସେ ଭାରତୀୟ ଜାତୀୟ ରାଜପଥ ସହିତ ଆଲୋଚନା କରିଛନ୍ତି।

ଏହି ପରୀକ୍ଷଣ ସମୟରେ ସୁରକ୍ଷା ବ୍ୟବସ୍ଥା ପାଇଁ ୨୦୦ ପୋଲିସ କର୍ମୀ ନିୟୋଜିତ ଥିଲେ ବୋଲି ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି । ଏହା ସହିତ ସକାଳ ସାଢେ ୧୦ଟାରୁ ମଧ୍ୟାହ୍ନ ସମୟ ପର୍ଯ୍ୟନ୍ତ ଏହି ରାସ୍ତାରେ ଆସୁଥିବା ସମସ୍ତ ଗାଡ଼ି ଚଳାଚଳକୁ ବନ୍ଦ କରାଯାଇଥିଲା । ଏହି ଟ୍ରାଏଲ ରନ୍ ସମୟରେ ବିମାନ ଗୁଡ଼ିକ ୧୦୦ ମିଟର ଉଚ୍ଚତାରେ ଉଡ଼ାଣ ଭରିଥିବା ସେ କହିଛନ୍ତି ।

କୋରିଶାପାଡୁ ଠାରେ ଜାତୀୟ ରାଜହପଥ ୧୬ ଉପରେ ୪.୧ କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଏବଂ ୩୩ ମିଟର ରାସ୍ତା ଜର୍ମାନୀ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଇ ପ୍ରାୟ ୨୩.୭୭ କୋଟି ଖର୍ଚ୍ଚରେ ନିର୍ମାଣ କରାଯାଇଛି । ଏଠାରେ ଆପତ୍ତିକାଳିନ ସମୟରେ ରାଜପଥରେ ଗାଡ଼ି ଚଲାଚଳକୁ ବନ୍ଦ କରି ବିମାନ ଲ୍ୟାଣ୍ଡିଂ କରାଯାଇ ପାରିବ । ୨୦୧୮ରେ ଭାରତ ସରକାର ଦେଶର ୧୧ ସ୍ଥାନରେ ଜାତୀୟ ରାଜପଥ ଉପରେ ଏଭଳି ବିମାନ ଲ୍ୟାଣ୍ଡିଂ ରନୱେ ନିର୍ମାଣ କରିବାକୁ ନିଷ୍ପତି ନେଇଥିଲେ ।

Get real time updates directly on you device, subscribe now.