fbpx

ଏଣିକି ଜଙ୍ଗଲରେ ନିଆଁ ଲଗାଇଲେ ହେବେ ଗିରଫ: ଡିଏଫଓ

ଭୁବନେଶ୍ୱର, ୮ା୩ (ଓଡିଶା ଭାସ୍କର): ଏଣିକି ଜଙ୍ଗଲରେ ନିଆଁ ଲଗାଇଲେ ହେବେ ଗିରଫ । ଜଙ୍ଗଲ ନିଆଁକୁ ରୋକିବାକୁ ସମ୍ବଲପୁର ଡିଏଫଓଙ୍କ ପକ୍ଷରୁ ଏଭଳି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିସହ ନିଆଁ ଲଗାଉଥିବା ଲୋକଙ୍କ ବିଷୟରେ ସୂଚନା ଦେଲେ ୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ଡିଏଫଓ କହିଛନ୍ତି ।

ଏତଦବ୍ୟତୀତ ଜଙ୍ଗଲରେ ପ୍ରବେଶକାରୀଙ୍କ ଉପରେ ନଜର ରଖିବାକୁ ଡିଏଫଓ ନିର୍ଦ୍ଦେଶ ଦେଇଛନ୍ତି । ୧୫ ଜଣ କର୍ମଚାରୀଙ୍କୁ ପ୍ରତ୍ୟେକ ରେଞ୍ଜରେ ନିଆଁ ଲିଭାଇବା ପାଇଁ ରଖାଯିବ । ପ୍ରଚାର ଗାଡ଼ି ମାଧ୍ୟମରେ ନିଆଁ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି ବୋଲି ଡିଏଫଓ କହିଛନ୍ତି ।

Get real time updates directly on you device, subscribe now.