fbpx

ମହଙ୍ଗା ପଡିଲା ରାତିରେ ଘରେ ପଶିବ।

ଫୁଲବାଣୀ , 7/1 :କନ୍ଧମାଳ ଜିଳ୍ହାରେ ଗଞ୍ଜେଇ ରୋପଣ କରିବା ସହ ବିପୁଳ ପରିମାଣରେ ଜିଲ୍ହା ବାହାରକୁ ଗଞ୍ଜେଇ ଚାଲାଣ ହେଉଛି। ଗଞ୍ଜେଇ ଚୋର ଚାଲାଣ ରୋକିବା ନେଇ ଅବକାରୀ ବିଭାଗ,ପୁଲିସ ଓ ଅନେକ ସମୟରେ STF ଟିମ ବିଭିନ ଗ୍ରାମକୁ ଯାଇ ଘରେ ଘରେ ତଲାସ କରି ଗଞ୍ଜେଇ ମାଫିଆମାନଙ୍କୁ ଆଇନ ଦ୍ଵାରା ଦଣ୍ଡିତ କରାଯାଉଛି । କିନ୍ତୁ ଗତ ବିଳମ୍ବିତ ରାତି ପ୍ରାୟ 3 ଟା ସମୟରେ ଫୁଲବାଣୀ ସଦରଥାନା ଅନ୍ତର୍ଗତ ବିଲାବାଡି ଗ୍ରାମପଞ୍ଚାଯତର ଥିବା କାକେନ୍ଦ୍ରୀ ଗ୍ରାମରେ ଘରେ ପଶି ମାଡ଼ ମାରିଥିଲେ । ଏହି ଘଟାଣା ଜାଣିବା ପରେ ସମସ୍ତ ଗ୍ରାମବାସୀ ଗ୍ରାମାରେ ଚୋର ପଶିଥିବା ଭୟରେ ଏକତ୍ରିତ ହୋଇ ବାହାରୁ ଆସିଥିବା ଦଳକୁ ଧରି ନିର୍ଧୂମ ମାଡ ମାରିବା ସହ ସକାଳ ପର୍ଯ୍ୟନ୍ତ ବାନ୍ଧି ରଖିଥିଲେ । ସକାଳୁ ସଦର ପୁଲିସ ଘଟଣା ସ୍ଥଳକୁ ଯାଇ ଉଧାର କରିଥିଲେ ସାଧା ପୋଷାକରେ ଥିବା ଭୁବନେଶ୍ଵର ରୁ ଆସିଥିବା STF ଟିମକୁ । ରାତି ଅଧରେ ଗ୍ରାମରେ ପଶିବା ଓ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ କରି ସ୍ଥାନୀୟ ପୁଲିସ ଫାଣ୍ଡି ସମୁଖରେ ବହୁ ସମୟ ନ୍ୟାୟ ପାଇଁ ଅପେକ୍ଷା କରିଥିଲେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ । ଏ ନେଇ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଂ ।

Get real time updates directly on you device, subscribe now.