fbpx

ଆଫଗାନ୍ ଅବସ୍ଥା ଦେଖି ଅର୍ଶୀ ଖାନ୍ ମର୍ମାହତ, ଜନ୍ମିଥିଲେ ସେଠାରେ; କହିଲେ…

ଓଡ଼ିଶା ଭାସ୍କର ବ୍ୟୁରୋ: ସାରା ବିଶ୍ୱରେ ଏବେ ଗୋଟିଏ ଚର୍ଚ୍ଚା-ଆଫଗାନିସ୍ତାନ ଓ ତାଲିବାନ । କଳେ-ବଳେ-କୌଶଳେ ଉକ୍ତ ଦେଶକୁ କାବୁ କରିବା ପରେ ଆତଙ୍କୀ ତାଲିବାନୀଙ୍କ ରୁଲ୍ ଆଉ ରାଜ୍ ଆରମ୍ଭ ହୋଇଯାଇଛି । ମୌଳବାଦୀ ଚିନ୍ତାର ନିୟମ ଲଦିବା ଆରମ୍ଭ ହୋଇଗଲାଣି ଆଫଗାନିସ୍ତାନରେ । ଏଥିପାଇଁ ଉକ୍ତ ଦେଶ ଛାଡ଼ି ପଳାଇବାକୁ ମଧ୍ୟ ଅନେକ ଉଦ୍ୟମ କରୁଛନ୍ତି ଏବଂ ଦେଶରୁ ଆସିଯାଇଥିବା ଲୋକେ ସେଠାକୁ ଯିବାକୁ ଆଉ ପସନ୍ଦ କରୁନାହାନ୍ତି । ତେବେ ସେଠାରେ ଫସିଥିବା ନିଜ ସମ୍ପର୍କୀୟଙ୍କ ପାଇଁ ଅନେକ ଖୁବ୍ ଚିନ୍ତିତ ହୋଇପଡ଼ିଛନ୍ତି । ଆଫଗାନରେ ଜନ୍ମିତ ବଲିଉଡ୍ ଅଭିନେତ୍ରୀ ଅର୍ଶୀ ଖାନ ମଧ୍ୟ ନିଜ ଫ୍ୟାମିଲି ଆଉ ଫ୍ରେଣ୍ଡ୍ସଙ୍କ ପାଇଁ ଚିନ୍ତିତ ରହିଛନ୍ତି ।

ଅଭିନେତ୍ରୀ ଅର୍ଶୀ କହିଛନ୍ତି ଯେ ଆଫଗାନିସ୍ତାନରେ ଫସିଛନ୍ତି ଫ୍ୟାମିଲି ମେମ୍ବର ଓ ଫ୍ରେଣ୍ଡ୍ସ । ସେମାନଙ୍କ ଚିନ୍ତାରେ ଅର୍ଶୀ ଭଲରେ ଖାଇ ବି ପାରୁନଥିବା ପ୍ରକାଶ କରିଛନ୍ତି । ଆତଙ୍କ ମଧ୍ୟରେ ବନ୍ଧା ପଡ଼ିଥିବା ଆଫଗାନିସ୍ତାନର ସ୍ଥିତି ଏମିତି ହୋଇଛି ଯେ ତାଲିବାନୀଙ୍କ ରୁଲ୍ ପାଇଁ ଯେ କେହି ଚିନ୍ତାରେ ପଡ଼ିଯିବ । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓ ସବୁ ଦେଖି ଅର୍ଶୀ ମଧ୍ୟ ଖୁବ୍ ଭୟଭୀତ ହୋଇପଡ଼ିଛନ୍ତି । ବିଶେଷକରି ଆଫଗାନରେ ମହିଳାଙ୍କ ପାଇଁ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି ଅର୍ଶୀ । କାରଣ ତାଲିବାନୀମାନେ ମୌଳବାଦ ଚିନ୍ତାର ଅନେକ ପ୍ରତିବନ୍ଧକ କେବଳ ମହିଳାଙ୍କ ପାଇଁ ଜାରି କରିସାରିଛନ୍ତି । ଜଣେ ଆଫଗାନୀ ଭାବେ ମୋତେ ଆତଙ୍କର କଥା ଭାବିବାବେଳକୁ ଲୋମ ଟାଙ୍କୁରି ଉଠୁଛି ବୋଲି ଅର୍ଶୀ କହିଛନ୍ତି । ତେବେ କେବଳ ଉପରବାଲା ହିଁ ଭରସା ବୋଲି ସେ ପ୍ରାର୍ଥନା କରିଛନ୍ତି ।

Get real time updates directly on you device, subscribe now.