(Video) ଖାନ ସାରଙ୍କ ସ୍ତ୍ରୀ ମୁହଁରୁ ଓଢଣା ଉଠାଇଦେଲା AI, ଦେଖନ୍ତୁ ଫଟୋ
ସାମ୍ନାକୁ ଆସିଲା ଖାନ ସାରଙ୍କ ସ୍ତ୍ରୀଙ୍କ ମୁହଁ, ଦେଖନ୍ତୁ କେତେ ସୁନ୍ଦର
ନୂଆଦିଲ୍ଲୀ: ବିବାହ ପରଠାରୁ ଖାନ ସାର୍ ସୋସିଆଲ ମିଡିଆରେ ବହୁତ ଲୋକପ୍ରିୟ। ଭାରତ-ପାକ୍ ଉତ୍ତେଜନା ମଧ୍ୟରେ, ଖାନ ସାର୍ ଗୁପ୍ତ ଭାବରେ ବିବାହ କରିଥିଲେ ଏବଂ କେହି ଏହା ବିଷୟରେ ଜାଣି ମଧ୍ୟ ନଥିଲେ।
ବିବାହ ପରେ, 2 ଜୁନ 2025 ରେ, ପାଟନାର ଶାଗୁଣ ମୋର୍ ରେ ତାଙ୍କର ରିସେପ୍ସନ ହୋଇଥିଲା। ଯେଉଁଠାରେ ଅନେକ ବଡ଼ ବଡ଼ ବ୍ୟକ୍ତିତ୍ୱ ଯୋଗ ଦେଇଥିଲେ।
ଖାନ ସାରଙ୍କ ରିସେପ୍ସନ ପାର୍ଟିରେ, ତାଙ୍କ ସ୍ତ୍ରୀ ସୋସିଆଲ ମିଡିଆର ଦୃଷ୍ଟି ଆକର୍ଷଣ କରିଥିଲେ। ଖାନ ସାରଙ୍କ ସହିତ ସେ ଓଢଣା ପିନ୍ଧି ଠିଆ ହୋଇଥିଲେ। ଲୋକମାନେ ଖାନ ସାରଙ୍କ ପତ୍ନୀଙ୍କ ମୁହଁ ଦେଖିବାକୁ ବହୁତ ଉତ୍ସାହିତ ଥିଲେ କିନ୍ତୁ ଖାନ ସାରଙ୍କ ପତ୍ନୀଙ୍କ ମୁହଁରେ ଓଢଣା ଥିବାରୁ କେହି ତାଙ୍କ ମୁହଁ ଦେଖିପାରିନଥିଲେ।
ଏହାରି ମଧ୍ୟରେ ଜଣେ ଯୁବକ ନିଜ ମୁଣ୍ଡ ଖଟାଇ ଖାନ ସାରଙ୍କ ସ୍ତ୍ରୀଙ୍କ ମୁହଁ ଦେଖିବା ଲାଗି ଏଆଇର ସାହାଯ୍ୟ ନେଇଛି। ଏଥିସହ ସେ ଓଢଣା ହଟାଇ ମୁହଁକୁ ରିଭିଲ କରିଦେଇଛି।
ଇନଷ୍ଟାଗ୍ରାମରେ ଏହି ବ୍ୟକ୍ତିଙ୍କ ଭିଡିଓ ଖୁବଜୋରରେ ଭାଇରାଲ ହେଉଛି। ଏଥିରେ ଖାନ ସାରଙ୍କ ସ୍ତ୍ରୀଙ୍କର ମୁହଁର ଏଆଇ ଜେନେରେଟ ଫଟୋ ଦେଖାଯାଇଛି।
View this post on Instagram