fbpx

ନୟାପଲ୍ଲୀ କାନ୍ଥରେ BMCର ଅଶ୍ଳୀଳ ଚିତ୍ର, ତାତିଲେ ଲୋକେ

ଭୁବନେଶ୍ୱର(ଓଡିଶା ଭାସ୍କର): କରୋନା ସଂକ୍ରମଣକୁ ରୋକିବା ପାଇଁ ସାବଧାନ ଓ ସଚେତନ ରହିବାର ବାର୍ତ୍ତା ଦେଉଛି ପ୍ରଶାସନ । କାନ୍ଥବାଡରେ ଫଟୋ ମାଧ୍ୟମରେ ହେଉ ବା ଘର ଘର ବୁଲି ଲୋକଙ୍କମାନଙ୍କୁ ସଚେତନ କରାଯାଉଛି । କିନ୍ତୁ ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ କାନ୍ଥରୁ କିଛି ଏପରି ଫଟୋ ନଜରକୁ ଆସିଛି, ଯାହାକୁ ଦେଖିବା ମାତ୍ରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି ।

ସୂଚନା ମୁତାବକ, ନୟାପଲ୍ଲୀ ବ୍ରିଟ କଲୋନୀ ପାଖରେ ଥିବା କାନ୍ଥରେ ‘ଅଶ୍ଳୀଳ’ ଚିତ୍ର ଅଙ୍କାଯାଇଥିବା ଦେଖିବାକୁ ମିଳିଛି । କରୋନା ସହ ଲଢ଼େଇକୁ ଦର୍ଶାଇବାକୁ ଯାଇ ଅଶ୍ଲୀଳ ଚିତ୍ର ଅଙ୍କାଯାଇଥିବାରୁ ସୋସିଆଲ ମିଡିଆରେ ଲୋକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏହି ଫଟୋକୁ ଦେଖି ଛୋଟପିଲାମାନେ ପ୍ରଭାବିତ ହୋଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି ।

ତେବେ ଫଟୋରେ ନର୍ସ ବା ଡାକ୍ତରମାନେ କରୋନା ଆଡକୁ ମଝି ଆଙ୍ଗୁଳି ଦେଖାଉଥିବା ନଜର ଆସିଛି । ଫଟୋକୁ ନେଇ ବିଏମସି ଉପରେ ବର୍ଷିଛନ୍ତି ଲୋକେ । ଏହା ସହ ଅଶ୍ଲୀଳ ଚିତ୍ରକୁ ଶୀଘ୍ର ହଟାଇବାକୁ ଲୋକମାନେ BMCକୁ ଦାବି କରିଛନ୍ତି ।

Get real time updates directly on you device, subscribe now.