fbpx

କେନ୍ଦ୍ରମନ୍ତ୍ରୀଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଚିଠି

ଭୁବନେଶ୍ୱର,୯/୭(ଓଡିଶା ଭାସ୍କର): କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । UGCର ପରିବର୍ତ୍ତିତ ପରୀକ୍ଷା ନିର୍ଦେଶର ପୁନର୍ବିଚାର ପାଇଁ ସେ ଚିଠିରେ ଦାବି କରିଛନ୍ତି । ତେବେ UG ଓ PGର ଶେଷବର୍ଷ ସେମିଷ୍ଟର ପରୀକ୍ଷା ବାଧ୍ୟତାମୂଳକ କରିଛି UGC। ସେପ୍ଟେମ୍ବର ଶେଷ ସୁଦ୍ଧା ଏହି ପରୀକ୍ଷା ସାରିବାକୁ UGCର ନିର୍ଦେଶ ରହିଛି ।

ଅନ୍ୟପଟେ ନୂଆ ନିର୍ଦେଶନାମା ପୂର୍ବ ନିର୍ଦେଶର ବିରୁଦ୍ଧାଚରଣ କରୁଥିବା ଅରୁଣ ଅଭିଯୋଗ କରିଛନ୍ତି। ପୂର୍ବରୁ ପରୀକ୍ଷା ନିଷ୍ପତ୍ତି ସରକାରଙ୍କ ଉପରେ ଛାଡ଼ିଥିଲା UGC। ପୂର୍ବ ନିର୍ଦେଶ ଅନୁସାରେ ପରୀକ୍ଷା ବାତିଲ କରିଛନ୍ତି ରାଜ୍ୟ ସରକାର।

ଏବେ ୨ ଲକ୍ଷ ଛାତ୍ରଛାତ୍ରୀଙ୍କ ଅନ୍‌ଲାଇନ ବା ଲିଖିତ ପରୀକ୍ଷା କରିବା ଅସମ୍ଭବ ହୋଇପଡିଛି। ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ଅନୁରୋଧ କରିଛନ୍ତି ଅରୁଣ ସାହୁ ।

Get real time updates directly on you device, subscribe now.