fbpx

ସମ୍ବଲପୁର ସାଂସଦଙ୍କ ପତ୍ନୀ ଅରୁନ୍ଧତୀ ଦେବୀ ବିଜେପି ଛାଡ଼ିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେଉଛି । ଏଥିସହିତ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ମତଦାନ ଗ୍ରହଣ କରାଯିବ । ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ତେବେ ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କର ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି । ଏପରି ସ୍ଥିତିରେ ରାଜନେତାମାନେ ଦଳ ବଦଳ କରୁଥିବା ଦେଖାଯାଉଛି ।

ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ ବିଜେପି ଛାଡ଼ିଛନ୍ତି । ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଅରୁନ୍ଧତୀ ଇସ୍ତଫା ଦେଇଛନ୍ତି । ଏନେଇ ଅରୁନ୍ଧତୀ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି । ଅରୁନ୍ଧତୀ ପଦ୍ମ ଛାଡ଼ିବା ପରେ ସେ ଅନ୍ୟ କେଉଁ ଦଳରେ ସାମିଲ ହେବେ କି ନା ସେନେଇ କିଛି ସୂଚନା ସାମ୍ନାକୁ ଆସିନାହିଁ ।

Get real time updates directly on you device, subscribe now.