fbpx

(Video) ୪ ମାସ ପର୍ଯ୍ୟନ୍ତ ରହିବ ଟ୍ରାଫିକ ସମସ୍ୟା, ଜାଣନ୍ତୁ କେଉଁ ରୋଡରେ ଗଲେ ପାଇବେ ନିଜର ଗନ୍ତବ୍ୟସ୍ଥଳ

ବେଙ୍ଗାଲୁରୁ: ଯଦି ଆପଣ ବେଙ୍ଗାଲୁରୁ ସହରରେ ରହୁଛନ୍ତି ଏବଂ ଗାଡ଼ି ଚଳାଉଛନ୍ତି ତେବେ ଆଗାମୀ ଚାରି ମାସ ପର୍ଯ୍ୟନ୍ତ ସମସ୍ୟା ସହ ଲଢିବାକୁ ପସ୍ତୁତ ହୋଇଯାଆନ୍ତୁ । ହେବଲ ବ୍ରିଜରେ ନୂଆ ଟ୍ରାକ ଯୋଡିବାର କାମ ହେବା କାରଣରୁ ଟ୍ରାଫିକ ଡାଇଭର୍ଟ କରାଯାଇଛି । ଆଗାମୀ ଚାରି ମାସ ପର୍ଯ୍ୟନ୍ତ ଏନେଇ ଅନେକ ସମସ୍ୟାମାନ ସହ ଗତି କରିବାକୁ ପଡିବ । ହେବଲ ବ୍ରିଜରେ ଦୁଇଟି ନୂତନ ଟ୍ରାକ ଯୋଡିବାର କାର୍ଯ୍ୟ ଆରମ୍ଭ ହୋଇଛି ।

ହେବଲ ରୋଡରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଆଗାମୀ ଚାରି ମାସ ପର୍ଯ୍ୟନ୍ତ ଏଥିପାଇଁ ସମସ୍ୟା ଦେଇ ଗତି କରିବାକୁ ପଡିପାରେ କାରଣ ନିର୍ମାଣ କାର୍ଯ୍ୟ ପାଇଁ ଟ୍ରାକ ଯୋଡିବାକୁ ଥିବା ମୁଖ୍ୟ ଟ୍ରାକର ଦୁଇ ସ୍ଫେନକୁ ବନ୍ଦ କରାଯାଇଛି । ୧୭ ଏପ୍ରିଲରୁ ହେବଲ ଫ୍ଲାଏଓଭରରେ କେବଳ ଦୁଇଚକିଆ ବାହନ ଯିବା ପାଇଁ ଅନୁମତି ଦିଆଯିବ । ଅନ୍ୟ ବାହନକୁ ଭିଡରୁ ବର୍ତ୍ତିବା ପାଇଁ ଅନ୍ୟ ରାସ୍ତା ଚୟନ କରିବାକୁ ପଡିବ ।

ଏହି ବିକଳ୍ପମାନ ଚୟନ କରିପାରିବେ:
-ନାଗବାରାରୁ ମେଖରୀ ସର୍କଲ ପର୍ଯ୍ୟନ୍ତ ମୋଟର ଚାଳକଙ୍କୁ ପରାମର୍ଶ ଦିଆଯାଇଛି ଯେ, ସେ ହେବଲ ଅଣ୍ଡର ପାଖରେ ଥିବା ରାଇଟ ଡର୍ଣ୍ଣରେ କୋଡିଗେ ହଲ୍ଲ ଜଙ୍ଗସନ ୟୁ-ଟର୍ଣ୍ଣ ନିଅନ୍ତୁ, ପରେ ସର୍ଭିସ ରୋଡରୁ ଆଗକୁ ବଢନ୍ତୁ ।
-କେଆର ପୁରମରୁ ନାଗବାରାର ଯାତ୍ରା କରୁଥିବା ଲୋକ ନାଗବାରା ଟେନରୀ ରୋଡରେ ଜାରି ଆଇଓସି ମୁକୁନ୍ଦ ଥିଏଟର ଏବଂ ଲିଙ୍ଗରାଜପୁର ଫ୍ଲାଏଓଭରରୁ ଯିବାକୁ ଥିବା ରାସ୍ତାର ବିକଳ୍ପ ଚୟନ କରିପାରିବେ ।
-ହେଗଡେ ନଗର ଏବଂ ଥାନିସଣ୍ଡ୍ରାର ନିବାସୀମାନଙ୍କୁ ଜିଜେବିକେ ଜକ୍କୁରୁର ମଧ୍ୟ ଭାଗରୁ ନିଜ ଗନ୍ଥବ୍ୟସ୍ଥଳରେ ପହଁଚିପାରିବେ ।
-ବିଇଏଲ ସର୍କଲ ସଦାଶିବନଗର ରୋଡରୁ କେଆର ପୁରମ, ହେବାଲ ଏବଂ ଯଶବନ୍ତପୁର ପର୍ଯ୍ୟନ୍ତ ପହଁଚିବା ପାଇଁ, ମୋଟର ଚାଳକଙ୍କୁ ନିର୍ଦ୍ଧାରିତ ମାର୍ଗର ପାଳନ କରିବାର ପରାମର୍ଶ ଦିଆଯାଇଛି ।
-କେଆର ପୁରମ, ହେନୁର, ଏଚ.ଆର.ବି.ଆର ଲେଆଉଟ, କେଜି ହଲ୍ଲୀ ଏବଂ ବାନସୱାଡୀରୁ ଏୟାରପୋର୍ଟ ଯିବାକୁ ହେନୁର ବଗଲପୁର ରୋଡର ବିକଳ୍ପ ଦିଆଯାଇଛି ।

Get real time updates directly on you device, subscribe now.