ଜଗତସିଂହପୁର: ସ୍ୱାମୀ ଅରୂପାନନ୍ଦ କଲେଜ ଅଧ୍ୟକ୍ଷ ରମେଶ ସାହୁ ନିଲମ୍ବିତ । ଅଭିଯୁକ୍ତ ଅଧ୍ୟାପକ ଶାଶ୍ୱତ ମହାନ୍ତି ମଧ୍ୟ ନିଲମ୍ବିତ ହୋଇଥିବା ସୂଚନା ।
ଏ ନେଇ ସୂଚନା ଦେଲେ ଜଗତସିଂହପୁର ଜିଲ୍ଲାପାଳ । ଛାତ୍ରୀଙ୍କୁ ନିର୍ଯାତନା ଦେବା ନେଇ ଅଭିଯୋଗ ହେବା ପରେ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କ କାରଣ ଦର୍ଶାଅ ନୋଟିସ୍ ମଗାଯାଇଥିଲା ।
ନୋଟିସର ଉତ୍ତର ସନ୍ତୋଷ ଜନକ ନ ଥିବାର ଅରୂପାନନ୍ଦ କଲେଜ ଅଧ୍ୟକ୍ଷ ଏବଂ ଅଧ୍ୟାପକଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି ।